କରୋନାକୁ ଫୁ’: ପିପିଲିରେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ କରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନ ପାଇଁ ବିଜେଡି କୌଣସି ନିର୍ବାଚନୀ ସଭା କିମ୍ବା ଶୋଭାଯାତ୍ରା କରିବ ନାହିଁ ବୋଲି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଆଜି ବିଜେପି ସ୍ୱାଗତ କରିଛି। କରୋନା ମହାମାରୀ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାରୁ ନିର୍ବାଚନ ପ୍ରଚାର ମାଧ୍ୟମରେ ଲୋକଙ୍କ ଜୀବନକୁ ବିପଦରେ ନପକାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ସମଗ୍ର ଦେଶରେ ଏକ ବିରଳ ଉଦାହରଣ ହେବାକୁ […]

bjd-odisha

bjd-odisha

Manoranjan Sial
  • Published: Tuesday, 20 April 2021
  • Updated: 20 April 2021, 06:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନ ପାଇଁ ବିଜେଡି କୌଣସି ନିର୍ବାଚନୀ ସଭା କିମ୍ବା ଶୋଭାଯାତ୍ରା କରିବ ନାହିଁ ବୋଲି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଆଜି ବିଜେପି ସ୍ୱାଗତ କରିଛି। କରୋନା ମହାମାରୀ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାରୁ ନିର୍ବାଚନ ପ୍ରଚାର ମାଧ୍ୟମରେ ଲୋକଙ୍କ ଜୀବନକୁ ବିପଦରେ ନପକାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ସମଗ୍ର ଦେଶରେ ଏକ ବିରଳ ଉଦାହରଣ ହେବାକୁ ଯାଉଥିବାବେଳେ ତାଙ୍କ ଦଳ କିନ୍ତୁ ଏଥିରେ ସହମତ ହୋଇନାହିଁ ।

ପିପିଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ପାଇଁ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ନିମନ୍ତେ ବିଜେଡି ନିଷ୍ପତ୍ତି ନେଇଛି । ନିର୍ବାଚନମଣ୍ଡଳୀ ବାହାରର ପ୍ରାୟ ୩୦୦ଜଣ ନେତା(୯୫% ନେତା ଭୁବନେଶ୍ୱରରୁ ଯିବେ)ଙ୍କୁ ନେଇ ବିଜେଡି ଏହି ପ୍ରଚାର କରିବ। ତେଣୁ କରୋନାର ରେଡଜୋନ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱରରୁ ଯିବାକୁ ଥିବା ନେତାମାନେ ପିପିଲିର ଗାଁ ଗହଳିରେ କରୋନାର ସୁପରସ୍ପ୍ରେଡର ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ପାଇଁ ଗତକାଲି ସାନି ବିଜ୍ଞପ୍ତି ଜାରି ହେବା ପରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ତାଙ୍କ ଦଳ ପିପିଲିରେ ପ୍ରଚାର ପାଇଁ ନିର୍ବାଚନୀ ସଭା କିମ୍ବା ଶୋଭାଯାତ୍ରା କରିବ ନାହିଁ ବୋଲି ଘୋଷଣା କଲେ।

ବିଜେଡି ଏକ ଦାୟିତ୍ୱସମ୍ପନ୍ନ ଦଳ, ଲୋକଙ୍କ ଜୀବନକୁ ବିପଦରେ ପକାଇବ ନାହିଁ ବୋଲି ମଧ୍ୟ ସେ କହିଥିଲେ। ଏହାସହିତ ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ନିର୍ବାଚନ ପ୍ରଚାରର ଅବଧି ଓ ପ୍ରକ୍ରିୟା ଉପରେ ପୁନର୍ବିର୍ଚାର କରିବାକୁ ସମସ୍ତ ରାଜନୀତିକ ଦଳ ଓ ନିର୍ବାଚନ କମିଶନକୁ ମଧ୍ୟ ଅନୁରୋଧ କରିଥିଲେ। କରୋନାର ଗମ୍ଭୀର ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ଓ ଚିନ୍ତାଧାରାକୁ ସବୁ ମହଲରୁ ସ୍ୱାଗତ କରାଯାଇଥିଲା। ଏପରିକି ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟ ଏହାକୁ ସ୍ୱାଗତ କରିବାକୁ ପଛାଇ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ତାଙ୍କ ଦଳ ମାନିବାକୁ ପ୍ରସ୍ତୁତ ନାହିଁ।

ବିଜେଡି ସୂତ୍ର ଅନୁସାରେ, ଗତକାଲି ସନ୍ଧ୍ୟାରେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବିଜେଡି ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପିପିଲି ନିର୍ବାଚନ ସହ ଜଡ଼ିତ ଥିବା ବିଧାୟକ ଓ ଟିମ୍ ଲିଡରମାନଙ୍କୁ ଡକାଯାଇଥିଲା। ପିପିଲିରେ ବିଜେଡି ଘରକୁ ଘର ବୁଲି ପ୍ରଚାର କରିବା ପାଇଁ ‘ଘରେଘରେ ଶଙ୍ଖ’ କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ କରିବ ବୋଲି ସେ ଦଳୀୟ ନେତାମାନଙ୍କୁ ଅବଗତ କରିଥିଲେ। ବିଜେଡି ନେତାମାନେ ଘରକୁ ଘର ବୁଲି ‘ଶଙ୍ଖ’ ଷ୍ଟିକର ଲଗାଇବେ। ଏଥିପାଇଁ ନିଜ ନିଜର ଟିମକୁ କାର୍ଯ୍ୟରେ ନିୟୋଜିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ତେବେ କରୋନା ଦ୍ରୁତଗତିରେ କାୟାବିସ୍ତାର କରୁଥିବାବେଳେ ପିପିଲିର ଗାଁ ଗହଳିରେ ବିଜେଡିର ଏହି ‘ଘରଘର ଶଙ୍ଖ’ କାର୍ଯ୍ୟକ୍ରମ ପରୋକ୍ଷରେ କରୋନା ସଂକ୍ରମଣର କାରଣ ହେବ ନାହିଁ ତ? ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ। କାରଣ ନେତାମାନେ ଗାଁକୁ ଗଲେ କର୍ମୀମାନେ ନିଶ୍ଚିତ ଭାବେ ଭିଡ଼ ଲଗାଇବେ। ରାଜଧାନୀ ଭୁବନେଶ୍ୱରରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏଠାରୁ ନେତାମାନେ ଦୈନିକ ଯାଇ ପିପିଲିରେ ଘରକୁ ଘର ବୁଲି ପ୍ରଚାର କରିବାବେଳେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି। ଯେଉଁ ନେତାମାନେ ଘରକୁ ଘର ବୁଲିବେ ସେମାନଙ୍କ ଦ୍ୱାରା କରୋନା ସଂକ୍ରମଣ ହେବ ନାହିଁ ବୋଲି କିଏ ଗ୍ୟାରେଣ୍ଟି ଦେବ? ନିର୍ବାଚନ ପ୍ରଚାର ପାଇଁ ଲୋକଙ୍କ ଜୀବନକୁ ବିପଦରେ ନପକାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିବାବେଳେ ତାଙ୍କ ଦଳ କିଭଳି ଏପରି କାର୍ଯ୍ୟକ୍ରମ କରିବା ନିମନ୍ତେ ନିଷ୍ପତ୍ତି ନେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପଡ଼ୋଶୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ତାଙ୍କ ରାଜ୍ୟରେ ଏପ୍ରିଲ ୨୨ରୁ ୮ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କୌଣସି କରୋନା ସଂକ୍ରମିତଙ୍କୁ ୩୦ମିନିଟରେ ବେଡ୍ ନମିଳିଲେ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀମାନେ ପଦକ୍ଷେପ ନେଉଥିବାବେଳେ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାକୁ ତାଙ୍କ ଦଳ ହିଁ ଭୋଟ୍ ବ୍ୟାଙ୍କ ଚକ୍କରରେ ମାନିବାକୁ ପ୍ରସ୍ତୁତ ନାହିଁ। ଯଦିଓ ରାଜ୍ୟରେ କରୋନାର ଭୟାବହତା ମଧ୍ୟରେ ପିପିଲି ନିର୍ବାଚନ ଜିତିବା କି ହାରିବା ବିଜେଡି ପାଇଁ ଅପ୍ରାସଙ୍ଗିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story