‘ମେଣ୍ଟ ହେଉ କି ନ ହେଉ, ବିଜେଡ଼ି ୧୧୦ରୁ ଅଧିକ ସିଟ୍‌ରେ ଜିତିବ’

ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇନାହିଁ ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

 Nrusingha Charan Sahu

ବିଜେଡି ବିଧାୟକ ନୃସିଂହ ଚରଣ ସାହୁ

Tapaswini Nayak
  • Published: Saturday, 09 March 2024
  • , Updated: 09 March 2024, 01:39 PM IST

ମେଣ୍ଟ ବାବଦରେ ଆମେ ଶୁଣୁଛୁ। ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ। ମେଣ୍ଟ ହେଉ କି ନହେଉ, ବିଜେଡ଼ି ୧୧୦ରୁ ଅଧିକ ସିଟରେ ଜିତିବାର ଜିତିବାର ଅଛି। ଆଜି ଏପରି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ।

ସେ ଆହୁରି କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁ ଜନତାଦଳ ମେଣ୍ଟ କରିବା ପାଇଁ ରାଜି ହୋଇଛି। କେନ୍ଦ୍ର ସହିତ ଭଲ ସଂପର୍କ ରହିଲେ ବିଭିନ୍ନ ସୁବିଧା ମିଳିବ। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ମେଣ୍ଟ ଦ୍ୱାରା କିଛି ଲୋକଙ୍କ ଟିକେଟ କଟିବ। ହେଲେ ବିଦ୍ରୋହୀ ହେବେନି।

କିଛି ଦିନ ତଳେ ପରଜଙ୍ଗକୁ ରାଜ୍ୟ ସରକାର ଏନଏସି ଘୋଷଣା କରିଥିଲେ। ଏଥିପାଇଁ ଧନ୍ୟବାଦ ଦେବାକୁ ସେ ନବୀନ ନିବାସ ଆସିଥିଲେ ବିଧାୟକ ନୃସିଂହ ଚରଣ ସାହୁ। ଏହି ଆଳରେ ସେ ନିଜ ସମର୍ଥକଙ୍କୁ ଆଣି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। 

ଅପରପକ୍ଷେ ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇନାହିଁ ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଆଜି ପୁଣି ଭଦ୍ରକ ଗସ୍ତବେଳେ ଏହି ମନ୍ତବ୍ୟକୁ ଦୋହରାଇବା ସହ କହିଛନ୍ତି, ରାଜ୍ୟରେ କିଏ ମେଣ୍ଟ ସଂପର୍କରେ ପ୍ରଚାର କରୁଛି ? ତା’ରମୂଳକୁ ଧରିବାକୁ ପଡ଼ିବ। ଏହି ଚର୍ଚ୍ଚା ଯିଏ ଆରମ୍ଭ କରିଛି ସିଏ ହିଁ ତା’ର ଉତ୍ତର ଦେଇପାରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜ୍ୟ ବିଜେପି ସଭାପତି। ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଲର ଲହର ଖେଳିବ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର କହିଛନ୍ତି, ମେଣ୍ଟ ନେଇ କୌଣସି ଅଲୋଚନା ହୋଇନି। ଆମେ ରାଜ୍ୟର ସବୁ ସିଟ୍‌ରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ। ବିଧାନସଭାରେ ୮୦ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ। ଲୋକସଭାରେ ୧୬ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ।

Related story