ଧରାପଡ଼ିଗଲା ବିଜେଡିର ଡ୍ରାମା: ମାସେ ତଳୁ କେନ୍ଦ୍ର ସମ୍ମତି ଦେଇଛି, ଏଫସିଆଇ ନେବ ସବୁ ଉଷୁନା ଚାଉଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବଳକା ଉଷୁନା ଚାଉଳକୁ ଏଫସିଆଇ ନେଉନାହିଁ ବୋଲି ବିଜେଡି କରୁଥିବା ମିଛ ଡ୍ରାମା ପଦାରେ ପଡ଼ିଛି। ରାଜ୍ୟରୁ ୫ ଲକ୍ଷ ମେଟ୍ରିକ ଟନ୍ ଫର୍ଟିଫାଏଡ ଉଷୁନା ଚାଉଳ ସମେତ ସମସ୍ତ ବଳକା ଚାଉଳ ଏଫସିଆଇ ଉଠାଇବ ବୋଲି ନଭେମ୍ବର ୩ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ସରକାର ଅବଗତ କରିଥିଲେ ମଧ୍ୟ ବିଜେଡି ଗତ ଦୁଇଦିନ ଧରି ଏହି ପ୍ରସଙ୍ଗରେ ଡ୍ରାମା ଆରମ୍ଭ କରିଛି । ଆଉ କେନ୍ଦ୍ରରେ ନିଜର […]

BJD

BJD

Ordigital Desk
  • Published: Thursday, 09 December 2021
  • Updated: 09 December 2021, 09:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବଳକା ଉଷୁନା ଚାଉଳକୁ ଏଫସିଆଇ ନେଉନାହିଁ ବୋଲି ବିଜେଡି କରୁଥିବା ମିଛ ଡ୍ରାମା ପଦାରେ ପଡ଼ିଛି। ରାଜ୍ୟରୁ ୫ ଲକ୍ଷ ମେଟ୍ରିକ ଟନ୍ ଫର୍ଟିଫାଏଡ ଉଷୁନା ଚାଉଳ ସମେତ ସମସ୍ତ ବଳକା ଚାଉଳ ଏଫସିଆଇ ଉଠାଇବ ବୋଲି ନଭେମ୍ବର ୩ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ସରକାର ଅବଗତ କରିଥିଲେ ମଧ୍ୟ ବିଜେଡି ଗତ ଦୁଇଦିନ ଧରି ଏହି ପ୍ରସଙ୍ଗରେ ଡ୍ରାମା ଆରମ୍ଭ କରିଛି । ଆଉ କେନ୍ଦ୍ରରେ ନିଜର ସରକାର ଥାଇ ମଧ୍ୟ ବିଜେପି ବାସ୍ତବ ତଥ୍ୟକୁ ଦସ୍ତାବିଜ ସହ ପଦାକୁ ଆଣିବାରେ ବିଫଳ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାରୁ ବଳକା ଉଷୁନା ଚାଉଳ ଏଫସିଆଇ ଉଠାଣ କରିବା ନିମନ୍ତେ ୨୦୨୦-୨୧ ଖରିଫ ବର୍ଷରେ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୦୨୧ ଜାନୁୟାରୀ ୧୯ରେ ଚିଠି ମାଧ୍ୟମରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ୨୦୨୦-୨୧ ରବି ଋତୁରେ ସମସ୍ତ ଉଷୁନା ଚାଉଳକୁ ଗ୍ରହଣ କରିବା ପାଇଁ ଏଫସିଆଇକୁ ଅନୁମତି ଦେବା ସହ ୨୦୨୧ ଫେବୃୟାରୀ ୮ତାରିଖରେ ଓଡ଼ିଶା ସରକାରଙ୍କୁ ଅବଗତ କରିଥିଲେ । ଏହାପରେ ୨୦୨୧-୨୨ ଖରିଫ ଋତୁରେ ବଳକା ଉଷୁନା ଚାଉଳ କ୍ରୟ କରିବା ପାଇଁ ଏଫସିଆଇ ଅନୁମତି ଦେବା ନିମନ୍ତେ ଯୋଗାଣ ବିଭାଗ ସଚିବ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୮ତାରିଖରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅକ୍ଟୋବର ୧୦ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ୧୦ଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଚାଉଳକୁ ଫର୍ଟିଫାଏଡ୍ ଚାଉଳ ଭାବେ ଉଠାଣ କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁରୋଧ ଆଧାରରେ କେନ୍ଦ୍ର ସରକାର ୫ଲକ୍ଷ ମେଟ୍ରିକ ଟନ୍ ଫର୍ଟିଫାଏଡ୍ ଚାଉଳ ଓ ବାକି ସାମାନ୍ୟ ଚାଉଳ(କଷ୍ଟମ ମିଲ ରାଇସ) ଭାବେ ଏଫସିଆଇ ଉଠାଣ କରିବା ନିମନ୍ତେ ଅନୁମୋଦନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନଭେମ୍ବର ୩ତାରିଖରୁ ଅବଗତ କରାଯାଇ ସାରିଥିବାବେଳେ ଡିସେମ୍ବର ୮ତାରିଖରେ ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି କହିଛନ୍ତି ଯେ , ୨୦୨୧-୨୨ ଖରିଫ ବର୍ଷରେ ଓଡ଼ିଶାରୁ ମୋଟ ୨୧ଲକ୍ଷ ମେଟ୍ରିକ ଟନ୍ ଫର୍ଟିଫାଏଡ୍ ଚାଉଳ କ୍ରୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥିରୁ ୧୧ଲକ୍ଷ ମେଟ୍ରିକ ଟନ୍ ଚାଉଳ ଓଡ଼ିଶା ନିଜର ଆବଶ୍ୟକତା ପାଇଁ ଓ ବାକି ୧୦ଲକ୍ଷ ମେଟ୍ରିକ ଟନ୍ ଚାଉଳ ଏଫସିଆଇ କ୍ରୟ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟଗୁଡ଼ିକରୁ ଉଷୁନା ଚାଉଳ ଉଠାଣକୁ ବନ୍ଦ କରିବାର କୌଣସି ଯୋଜନା ନାହିଁ । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ର ବଳକା ଉଷୁନା ଚାଉଳକୁ ଅନ୍ୟ ଅଭାବୀ ରାଜ୍ୟଗୁଡ଼ିକୁ ପଠାଯାଉଛି । ଧାନ ସଂଗ୍ରହ ସହ ଉଷୁନା ଚାଉଳ ଅବା ସାମାନ୍ୟ ଚାଉଳ ପ୍ରଦାନର କୌଣସି ସମ୍ପର୍କ ନାହିଁ । ନିର୍ଦ୍ଦିଷ୍ଟ ମିଲ୍ ଦ୍ୱାରା ଗ୍ରହଣ କରାଯାଉଥିବା ଟେକ୍ନୋଲୋଜି ଅବା ମିଲିଙ୍ଗ ବ୍ୟବସ୍ଥା ଆଧାରରେ ଉଷୁନା ଚାଉଳ କି ସାମାନ୍ୟ ଚାଉଳ ଉତ୍ପାଦନ ହୋଇଥାଏ । କେନ୍ଦ୍ର ସରକାର ସର୍ବଦା ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି ଓ ଅଧିକ ସଂଖ୍ୟକ ଚାଷୀ ଯେଭଳି ଏମଏସପିର ସୁବିଧା ପାଇବେ ତାହା ସୁନିଶ୍ଚିତ କରାଉଛନ୍ତି ବୋଲି କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଅନ୍ୟପକ୍ଷରେ, ବିଜେଡି ଏହି ପ୍ରସଙ୍ଗରେ ଗତ ଦୁଇଦିନ ଧରି ଡ୍ରାମା କରୁଛି। ବିଜେଡିର ସାଂସଦମାନେ ବଳକା ଉଷୁନା ଚାଉଳ ଉଠାଣ ଦାବି କରି ଗତକାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ସାକ୍ଷାତ କରିଥିବାବେଳେ ଭୁବନେଶ୍ୱରରେ ବିଜେଡି ଏହି ପ୍ରସଙ୍ଗକୁ ନେଇ ଆଜି ରାଜରାସ୍ତା କେନ୍ଦ୍ର ସରକାର ବିରୁଦ୍ଧରେ ବର୍ଷିଛି। ୨୦୨୦ ଅଗଷ୍ଟ ୩୧ତାରିଖରେ କେନ୍ଦ୍ର ସରକାର ଉଷୁନା ଚାଉଳ ନେବାକୁ ମନା କରିଦେଇଛନ୍ତି ବୋଲି କହି ନିଜର ରାଜନୀତିକୁ ଜୋରଦାର କରୁଥିବାବେଳେ ୨୦୨୦-୨୧ ରବି ଋତୁରେ ଏଫସିଆଇ ଚଳିତବର୍ଷ ଫେବୃୟାରୀ ୫ତାରିଖ ସୁଦ୍ଧା ମୋଟ ୪.୯୩ଲକ୍ଷ ମେଟ୍ରିକ ଟନ୍ ବଳକା ଉଷୁନା ଚାଉଳ ସଂଗ୍ରହ କରିଥିବା ନେଇ କେନ୍ଦ୍ର ସରକାର ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଅବଗତ କରିଥିଲେ।

ତେଣୁ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଉଷୁନା ଚାଉଳ ସଂଗ୍ରହକୁ ନେଇ ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଜେଡିର ସାଂସଦମାନେ କାହିଁକି ଏହାକୁ ନେଇ ରାଜନୀତି କରୁଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଚାଷୀଙ୍କ ହିତାକାଂକ୍ଷୀ ଭାବେ ପ୍ରତିପାଦନ କରିବାକୁ ବିଜେଡି ଏବେ ଆଳ ଖୋଜୁଛି । ଆଉ ବିଜେଡି ସହ ଭିତରି ସଲାସୁତରା ଯୋଗୁ ରାଜ୍ୟ ବିଜେପି ମଧ୍ୟ ଏସବୁ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ସକ୍ଷମ ହେଉନଥିବା ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story