ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ବିଜେପି ଓ କଂଗ୍ରେସର ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଅଧ୍ୟାଦେଶ ବଳରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମକୁ ସଂଶୋଧନ କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏହି ସଂଶୋଧିତ ଅଧିନିୟମକୁ ରାଜ୍ୟ ସରକାର କାହିଁକି ତରବରିଆ ଓ ଜବରଦସ୍ତି ଏହାକୁ କାର୍ଯ୍ୟକାରୀ ନିମନ୍ତେ ଚେଷ୍ଟା କରୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ସେହିପରି କଂଗ୍ରେସ ମଧ୍ୟ ଏହି ଅଧ୍ୟାଦେଶକୁ ବିରୋଧ କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜ ଅକ୍ତିଆରକୁ ନେବା ପାଇଁ ରାଜ୍ୟ ସରକାର ଏଭଳି ଉଦ୍ୟମ କରିଛନ୍ତି ବୋଲି […]

bjp-congress

bjp-congress

Manoranjan Sial
  • Published: Wednesday, 16 September 2020
  • Updated: 16 September 2020, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଅଧ୍ୟାଦେଶ ବଳରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମକୁ ସଂଶୋଧନ କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏହି ସଂଶୋଧିତ ଅଧିନିୟମକୁ ରାଜ୍ୟ ସରକାର କାହିଁକି ତରବରିଆ ଓ ଜବରଦସ୍ତି ଏହାକୁ କାର୍ଯ୍ୟକାରୀ ନିମନ୍ତେ ଚେଷ୍ଟା କରୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ସେହିପରି କଂଗ୍ରେସ ମଧ୍ୟ ଏହି ଅଧ୍ୟାଦେଶକୁ ବିରୋଧ କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜ ଅକ୍ତିଆରକୁ ନେବା ପାଇଁ ରାଜ୍ୟ ସରକାର ଏଭଳି ଉଦ୍ୟମ କରିଛନ୍ତି ବୋଲି କହିଛି।

କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ କଡ଼ା ବିରୋଧ କରି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଭିତରେ ରାଜନୀତିକୁ ପୁରାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଏଭଳି ଆଇନ ଦ୍ୱାରା କୌଣସି ଛାତ୍ରଛାତ୍ରୀଙ୍କର କିଛି ଲାଭ ହେବନି। ଓଲଟା ବିଶ୍ୱବିଦ୍ୟାଳୟକୁ ସରକାର ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରାଯିବ ବୋଲି ସେ କହିଛନ୍ତି।

ସେହିପରି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ସମସ୍ତ କ୍ଷେତ୍ରରେ ନିଜର ଆଧିପତ୍ୟ ଜାହିର୍ କରିବାର ଅପଚେଷ୍ଟା କରୁଛନ୍ତି। କିଛି ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ତରବରିଆ ଭାବେ ଏ ସମସ୍ତ କାର୍ଯ୍ୟ ହେଉଛି। ଗତ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ଏହି ବିଶ୍ୱବିଦ୍ୟାଳୟ ଅଧିନିୟମକୁ ଅଧ୍ୟାଦେଶ ଆକାରରେ ମଞ୍ଜୁରୀ ପ୍ରଦାନ କଲେ। ଏପରିକି ଏହି ଅଧିନିୟମ ପ୍ରସଙ୍ଗରେ କୈାଣସି ବୁଦ୍ଧିଜିବୀ, ଶିକ୍ଷାବିତ୍‌, ବିଶିଷ୍ଟ ନାଗରିକଙ୍କ ସହ ଆଲୋଚନା ମଧ୍ୟ କରିଲେ ନାହିଁ। ଏହି ଅଧିନିୟମ ପାସ୍ ନ ହେଉଣୁ ରାଜ୍ୟର ଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟଗୁଡିକର ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ୱତା କ୍ଷୁର୍ଣ୍ଣ ହେବା ସହ କୁଳାଧିପତିଙ୍କ ମର୍ଯ୍ୟାଦାର ହାନି ହେଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ହ୍ରାସ ପାଇବ। ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ ସବୁ ବର୍ଗର ଲୋକେ ବିରୋଧ କରୁଥିବାବେଳେ ତରବରିଆ ଏବଂ ଜୋରଜବରଦସ୍ତ ଏହାକୁ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାର ନିଜର ଉଚ୍ଚ ଶିକ୍ଷା ବିରୋଧୀ ବାର୍ତ୍ତାକୁ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟସରକାର ଏହି ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story