ସାଢ଼େ ୧୧ଲକ୍ଷ କୋଭିଡ୍ ଟିକା ଥାଇ କେନ୍ଦ୍ରକୁ ଦୋଷ ଦେଉଛି ରାଜ୍ୟ, ବର୍ଷିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକା ଯୋଗାଣରେ ଓଡ଼ିଶା ସହ ପାତରଅନ୍ତର ନକରିବାକୁ ଗତକାଲି ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପିକେ ମହାପାତ୍ର ଅଭିଯୋଗ କରିବାପରେ ଆଜି ରାଜ୍ୟ ବିଜେପି ତୀବ୍ର ଭାଷାରେ ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ସହ କଥା ହୋଇଛନ୍ତି। ରାଜ୍ୟରେ ଏବେ ପ୍ରାୟ ସାଢ଼େ ୧୧ଲକ୍ଷ ଟୀକା ଉପଯୋଗ ନହୋଇ ରହିଥିବାବେଳେ କେନ୍ଦ୍ରକୁ ଦୋଷ ଦେବା […]

Golak Mohapatra & Dharmendra Pradhan

Golak Mohapatra & Dharmendra Pradhan

Ordigital Desk
  • Published: Saturday, 27 March 2021
  • Updated: 27 March 2021, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକା ଯୋଗାଣରେ ଓଡ଼ିଶା ସହ ପାତରଅନ୍ତର ନକରିବାକୁ ଗତକାଲି ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପିକେ ମହାପାତ୍ର ଅଭିଯୋଗ କରିବାପରେ ଆଜି ରାଜ୍ୟ ବିଜେପି ତୀବ୍ର ଭାଷାରେ ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ସହ କଥା ହୋଇଛନ୍ତି। ରାଜ୍ୟରେ ଏବେ ପ୍ରାୟ ସାଢ଼େ ୧୧ଲକ୍ଷ ଟୀକା ଉପଯୋଗ ନହୋଇ ରହିଥିବାବେଳେ କେନ୍ଦ୍ରକୁ ଦୋଷ ଦେବା କେତେ ଯୁକ୍ତିଯୁକ୍ତ ବୋଲି ବିଜେପି ପ୍ରଶ୍ନ କରିଛି।

ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକାକରଣ ଯୋଗାଣକୁ ନେଇ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ୩ଟି ଚିଠି ଲେଖିବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। କୋଭିଡ୍ ଟିକାର ଅଭାବ ନାହିଁ ଓ ମାର୍ଚ୍ଚ ୨୮ତାରିଖରେ ୫ଲକ୍ଷରୁ ଅଧିକ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି କହିଛନ୍ତି।

ଟ୍ୱିଟର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାକୁ କୋଭିଡ୍ ଟିକା ଯୋଗାଣ ପ୍ରସଙ୍ଗରେ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସହ କଥା ହୋଇଛନ୍ତି। ଟିକାର କୌଣସି ଅଭାବ ନାହିଁ ବୋଲି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାକୁ ୩୪.୪୬ଲକ୍ଷ ଡୋଜ୍ ଟିକା ଦିଆଯାଇଥିବାବେଳେ ସେଥିରୁ ପ୍ରାୟ ୨୩ଲକ୍ଷ ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି। ବାକି ଟିକା ଥିବାବେଳେ ମାର୍ଚ୍ଚ ୨୮ତାରିଖରେ ଓଡ଼ିଶାକୁ ଆଉ ପ୍ରାୟ ୫.୫ଲକ୍ଷ ଟିକା ଆସିବ।

ଏପଟେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଚିବ ପିକେ ମହାପାତ୍ର ସରକାରୀ କାମ ଛାଡ଼ି ରାଜନୀତି କରିବା ଉଚିତ୍ । ତାଙ୍କ ଚିଠି ଦେଖିଲେ ଲାଗୁଛି, କୌଣସି ଦଳର ସାଧାରଣ ସମ୍ପାଦକ ଚିଠି ଲେଖିଛନ୍ତି ଏବଂ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଅଟକାଇବା ପାଇଁ ଏହି ଚିଠି ଲେଖାଯାଇଥିବା ଜଣାପଡୁଛି। ତେବେ ଗଣମାଧ୍ୟମ ଏବଂ ଓଡ଼ିଶାବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ତିଆରି ନକରି ପିକେ ମହାପାତ୍ର ଲୋକଙ୍କୁ ଟିକା ଦେବାର ଭିତ୍ତିଭୂମି ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି।

ବିଜେପି ମୁଖପାତ୍ର ଶ୍ରୀ ମହାପାତ୍ର କହିଛନ୍ତି, ଗତକାଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ପିକେ ମହାପାତ୍ର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ପତ୍ର ଲେଖି ଓଡ଼ିଶାକୁ ଆଗାମୀ ୧୫ ଦିନ ପାଇଁ ପର୍ଯ୍ୟାପ୍ତ କରୋନା ଟିକା ଯୋଗାଇବା ପାଇଁ ଦାବି କରିଥିଲେ। ଏହାସହ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ମାତ୍ରାରେ ଟିକା ଯୋଗାଇ ଦେଇପାରୁ ନଥିବା ଏବଂ ଅନିୟମିତାର ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ଚିଠି ମାଧ୍ୟମରେ ଭାରତ ସରକାରଙ୍କକୁ ଜଣାଇବା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ସାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।

ସ୍ୱାସ୍ଥ୍ୟ ସଚିବ ଶ୍ରୀ ଭୂଷଣ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୨୧ ମାର୍ଚ୍ଚ ୨୭ତାରିଖ ସୁଦ୍ଧା ଓଡ଼ିଶାକୁ ୩୪ ଲକ୍ଷ ୪୬ ହଜାର ୭୬୦ଟି କୋଭିଡ୍‌-୧୯ ଟିକା ପ୍ରଦାନ କରାଯାଇଛି । ଏଥିମଧ୍ୟରୁ ୨୧ ଲକ୍ଷ ୬୭ ହଜାର ୯୫୬ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ଏବଂ ଏବେ ରାଜ୍ୟ ସରକାରଙ୍କ ପାଖରେ ୧୧ ଲକ୍ଷ ୪୯ହଜାର ୩୨୯ ଟିକା ମହଜୁଦ୍ ରହିଛି। ଏହାସହିତ ଆସନ୍ତା ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ଆହୁରି ୫ ଲକ୍ଷ ୪୮ ହଜାର ୨୫୦ ଟିକା ଓଡ଼ିଶାରେ ପହଂଚିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବ୍‌କା ସାଥ ସବ୍‌କା ବିକାଶ ଏବଂ ସବକା ବିଶ୍ୱାସ ମନ୍ତ୍ରରେ ସବୁ ରାଜ୍ୟକୁ ସମାନ ଗୁରୁତ୍ୱ ଦେଉଛନ୍ତି। ଲୋକଙ୍କ ସ୍ୱାର୍ଥ ପାଇଁ କୋଭିଡ୍ ଟିକାର ଅଭାବ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବଳିଷ୍ଠ ପଦକ୍ଷେପ ନେଉଛନ୍ତି। ତେଣୁ ପିକେ ମହାପାତ୍ର ଲେଖିଥିବା ଚିଠି ପାଇଁ କ୍ଷମା ପ୍ରାର୍ଥନା କରି ରାଜ୍ୟରେ ଟିକାକରଣ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରନ୍ତୁ ବୋଲି ବିଜେପି ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story