ଧାନ କିଣାରେ ଅବ୍ୟବସ୍ଥାର ଗୁମର ଖୋଲିଲା କେନ୍ଦ୍ରୀୟ ଟିମ୍‌, ବିଜେପି କଲା ଭର୍ତ୍ସନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନକିଣାର ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ କରାଯାଇଛି ବୋଲି ବାହାବା ନେଉଥିବା ଶାସକ ବିଜେଡି, ମିଲର ଜରିଆରେ ନିଜର ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟର ଟିମ୍ ଓଡ଼ିଶା ଗସ୍ତରେ ଆସି ସରଜମିନ୍ ତଦନ୍ତ ପରେ ଦେଇଥିବା ୫୬ ପୃଷ୍ଠାର ରିପୋର୍ଟରେ ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଚାଷୀ ନିଜ ହକରୁ ବଂଚିତ ରହୁଛି ବୋଲି ବିଜେପି ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା […]

Pradip Purohit

Pradip Purohit

Ordigital Desk
  • Published: Tuesday, 22 June 2021
  • Updated: 22 June 2021, 09:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନକିଣାର ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ କରାଯାଇଛି ବୋଲି ବାହାବା ନେଉଥିବା ଶାସକ ବିଜେଡି, ମିଲର ଜରିଆରେ ନିଜର ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟର ଟିମ୍ ଓଡ଼ିଶା ଗସ୍ତରେ ଆସି ସରଜମିନ୍ ତଦନ୍ତ ପରେ ଦେଇଥିବା ୫୬ ପୃଷ୍ଠାର ରିପୋର୍ଟରେ ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଚାଷୀ ନିଜ ହକରୁ ବଂଚିତ ରହୁଛି ବୋଲି ବିଜେପି ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛି। ଏହାସହିତ ଚାଷୀଙ୍କଠୁ ଧାନକିଣା ନଗଲେ ଜୁନ୍ ୨୫ତାରିଖରେ ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଚେତାବନୀ ଦେଇଛନ୍ତି।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର କ୍ୱିଂଟାଲ ଧାନ ପଡ଼ି ରହି ନଷ୍ଟ ହେଉଛି। ଶାସକ ଦଳ ଓ ଅସାଧୁ ମିଲରଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ରହୁଛି ଏବଂ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି।

ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରରେ ଚାଷୀ ନିଜ ଧାନ ବିକ୍ରି କରୁଛି। ଦଲାଲ ସକ୍ରିୟ ଥିବା ଓ ସେମାନଙ୍କ ଉପସ୍ଥିତି ଯୋଗୁ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ କ୍ୱିଣ୍ଟାଲ ପିଛା ୧ହଜାରୁ ୧୨୦୦ଟଙ୍କାରେ ବିକ୍ରି କରୁଛି। କଟନୀ ଛଟନୀ କରି ମିଲରମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ମିଲର ଜରିଆରେ ବିଜେଡି ନିଜ ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି । ରାଜ୍ୟ ସରକାରଙ୍କ ସବୁଠୁ ଅଧିକା ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା କହି କୁମ୍ବୀର କାନ୍ଦଣା କାନ୍ଦି ଓଡ଼ିଆ ଚାଷୀଙ୍କୁ ପରିହାସ କରୁଛନ୍ତି।

ଓଡ଼ିଶାରେ ଧାନକିଣାରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ଓଡ଼ିଶାର ବିଜେପିର ସାଂସଦମାନେ ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖରେ ଆଲୋଚନା କରିଥିଲେ । ମନ୍ତ୍ରାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଧାନ କିଣା ଅବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।

ଓଡ଼ିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଚଳିତ ବର୍ଷ ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସରଜମିନ ତଦନ୍ତ କରିବା ସହ ଧାନକିଣା ପ୍ରକ୍ରିୟା ସହ ଜଡ଼ିତ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅଫିସରଙ୍କ ସହ ଆଲୋଚନା କରି ୫୬ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟସୀମାକୁ ସମସ୍ତ ଆରଏମସି ଗୁଡ଼ିକରେ କମାଇ ଦିଆଯାଇଛି। ଯାହାଫଳରେ ଟୋକନ ନଷ୍ଟ ହେବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଛନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଥିବା ବିଜେପି କହିଛି।

ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ବ୍ୟବସ୍ଥା ଅଧିକ ଓ ନିରପେକ୍ଷ କରାଯାଉ। ରାଜ୍ୟ ସରକାର ଇ-ପ୍ରକ୍ରିୟା ମାଧ୍ୟମରେ ସ୍ୱତନ୍ତ୍ର ମଣ୍ଡି ଲେବର କଂଟ୍ରାକ୍ଟର ଏବଂ ମଣ୍ଡି ଟ୍ରାନ୍ସପୋର୍ଟ କଂଟ୍ରାକ୍ଟର ନିୟୋଜିତ କରନ୍ତୁ। ରାଜ୍ୟ ସରକାର ଧାନର ସ୍ଥିତି ମିଲୱାରୀ ଏବଂଷ୍ଟୋରେଜ ପଏଂଟୱାରୀକୁ ଲୋକଲୋଚନକୁ ଆଣି ଅଡିଟ୍ କରନ୍ତୁ ବୋଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି। ରାଜଧାନୀରେ ସରକାରୀ ବାବୁ ମାନେ ଏସି ଚାମ୍ବରରେ ବସି ଟୋକନ ନିର୍ଦ୍ଧାରଣ କରୁଛନ୍ତି। ଫଳରେ ଚାଷୀ ଯେତିକି ଜମିରେ ଧାନ ଉତ୍ପାଦନ କରୁଛି ତା ଠାରୁ ଢେର କମ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ମିଲରଙ୍କୁ ସିଧାସଳଖ ଧାନ ବିକିବାକୁ ପ୍ରୋତ୍ସାହିତ କରାଯାଉଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାୟକ ଅଭିଯୋଗ କରିଛନ୍ତି।

ଏହି ସମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାଏକଙ୍କ ସମେତ ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ କୃଷକ ମୋର୍ଚ୍ଚା ସଂପାଦକ କାମାକ୍ଷା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story