‘ବିଜୁଳି ଦର ବଢ଼ାଇ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ୱାରା ବିଜୁଳି ଶୁଳ୍କ ବୃଦ୍ଧି ଦର ନିଷ୍ପତ୍ତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ଝିଂଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରିଛନ୍ତି। ଯଦି ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ନହେଲେ ବିଜେପି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ […]

golaka

golaka

Manoranjan Sial
  • Published: Friday, 25 September 2020
  • Updated: 25 September 2020, 06:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ୱାରା ବିଜୁଳି ଶୁଳ୍କ ବୃଦ୍ଧି ଦର ନିଷ୍ପତ୍ତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ଝିଂଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରିଛନ୍ତି। ଯଦି ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ନହେଲେ ବିଜେପି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଲକଡାଉନବେଳେ ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡ଼ିକୁ କେନ୍ଦ୍ର ସରକାରଙ୍କ ରିହାତି ସତ୍ତ୍ୱେ ରାଜ୍ୟରେ ବିଜୁଳ ଦର ୟୁନିଟ ପିଛା ୨୦ପଇସା ବୃଦ୍ଧି କରାଯାଇଛି। ଏପରି ନିଷ୍ପତ୍ତି ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଶିଳ୍ପାନୁଷ୍ଠାନ, ବିଜୁଳି ଉତ୍ପାଦନକାରୀ କମ୍ପାନୀମାନଙ୍କୁ ରାଜ୍ୟର ଗରିବ ଜନସାଧାରଣଙ୍କ ଝାଳବୁହା ଟିକସ ଟଙ୍କାରୁ ରିହାତି ଦିଆଯାଉଛି। ମାତ୍ର ସେସବୁ ସଂସ୍ଥା ଉପରେ ଦୀର୍ଘ ଦିନରୁ ପଡି ରହିଥିବା ମୋଟା ବିଲ୍ ଆଦାୟ ନକରି କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା ପରି ସାଧାରଣ ଲୋକଙ୍କ ଠାରୁ ଏହି ଅର୍ଥ ଜୋର ଜବରଦସ୍ତି ଆଦାୟ କରିବାର ଷଡ଼ଯନ୍ତ୍ର ରାଜ୍ୟ ସରକାର କରିଛନ୍ତି। ରାଜ୍ୟର ୨୬ଟି ବଡ ଶିଳ୍ପ ସଂସ୍ଥାଙ୍କ ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଜୁଳି ବିଲ୍ ପଡିରହିଛି। ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡ଼ଯନ୍ତ୍ରରେ ଏହି କମ୍ପାନୀମାନେ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗଣ୍ କରିଛନ୍ତି। ସେହିପରି ରାଜ୍ୟରେ ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫ କୋଟିରୁ ଅଧିକ ଟଙ୍କା ଦୀର୍ଘଦିନରୁ ପଡ଼ି ରହିଛି ମାତ୍ର ଏହାକୁ ଆଦାୟ କରିବାରେ ରାଜ୍ୟ ସରକାର ଉଦାସୀନ ରହିଛନ୍ତି । ସେହିପରି ରାଜ୍ୟର ଚାରୋଟି ବିଦୁୁ୍ୟତ ବିତରଣ କମ୍ପାନୀ ଉପରେ ବକେୟା ଅଛି ୫୯୬୩.୨୧ କୋଟି ଟଙ୍କା ଅଛି। ସେଥିମଧ୍ୟରୁ ୱେସ୍କୋ ଉପରେ ୧୧୧୪.୬୫ କୋଟି, ନେସ୍କୋ ଉପରେ ୧୦୨୪.୦୬ କୋଟି, ସାଉଥକୋ ଉପରେ ୧୧୬୩.୬୯ କୋଟି ଓ ସେସୁ ଉପରେ ୨୬୬୦ କୋଟି ବକେୟା ରହିଛି। ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ୍ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫ କୋଟି ଟଙ୍କା ଜଳ କର ଛାଡ଼ କରାଯାଇଛି। ଏହା ପରେ ବି ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫରେ ବଡ଼ ବୃଦ୍ଧି ପାଇଁ ଦାବି କରାଯିବା ଦୁର୍ଭାଗ୍ୟଜନକ। ଗ୍ରୀଡକୋ ଠାରୁ ବିଦ୍ୟୁତ ବିତରଣ କମ୍ପାନୀ(ଡ଼ିସକମ) ୭ ପଇସାରେ କିଣିବେ ଅଥଚ ଉପଭୋକ୍ତା ୨୦ ପଇସା ଦେବେ। ଅପରପକ୍ଷରେ ୭ ମାସ ତଳେ ଓଇଆରସିକୁ ଓଏସଟିସି ଏବଂ ଗ୍ରୀଡ଼କୋ ବିଦ୍ୟୁତ ରେଟ୍ ବଢାଇବା ପାଇଁ କହିଥିଲେ କିନ୍ତୁ ବିରୋଧ ହେବାରୁ ସରକାର ବିଦ୍ୟୁତ ଦର୍ ବଢାଇବା ପାଇଁ ମନା କରିଥିଲେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାହାର ରାଜ୍ୟକୁ ଓଡ଼ିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ହାରାହାରି ୟୁନିଟ୍ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି। ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ୍ ପିଛା ହାରାହାରି ମୂଲ୍ୟ ରହିଛି ୩ଟଙ୍କା ୮୧ ପଇସା। କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି । ଓଡ଼଼ିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ ପିଛା ପ୍ରଥମ ୫୦ ୟୁନିଟ୍ ପର୍ଯ୍ୟନ୍ତ ୨ଟ ୫୦ ଟଙ୍କା ରହିଥିବାବେଳେ ସିକିମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ ଓ ଛତିଶଗଡ଼ରେ ହାରାହାରି କମ୍ ରହିଛି। ଖାଉଟି ମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକ ମାନଙ୍କୁ ଶାସକ ଦଳର ପ୍ରତିଶ୍ରୁତି ଅନୁସାରେ ମାଗଣା ବିଜୁଳି ଯୋଗାଇଦେବା ପାଇଁ ବିଜେପି ଦାବି କରୁଛି।

ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତମାନ ପ୍ରଚଳିତ ୟୁନିଟ୍ ପିଛା ୫ ଟଙ୍କା ୭୦ ପଇସାର ଟାରିଫ୍ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ ଟଙ୍କା ୫୦କୁ ହ୍ରାସ ନିମନ୍ତେ ଦାବି କରିବା ସହ ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ୍ ପିଛା ମୂଲ୍ୟ ୨ ଟଙ୍କା ୬୦ ପଇସା ଟାରିଫ୍ ଓଡିଶାରେ ଲାଗୁ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story