ଖଣି ଲିଜ୍ ଅବଧି ବୃଦ୍ଧି ବାତିଲ ଓ ୧୦ହଜାର କୋଟିର ଲୁହାପଥର ବିକ୍ରି ପାଇଁ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭିଜିଲାନ୍ସ କେସ୍ ଥିବା ଖଣି ମାଲିକଙ୍କୁ କାହିଁକି ଲିଜ୍ ଦିଆଗଲା ଓ ପ୍ରାୟ ୧୦ହଜାର କୋଟି ଟଙ୍କାର ଲୁହାପଥରକୁ ବିକ୍ରି ନକରି ସରକାର କାହିଁକି ପକାଇ ରଖିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଏହାସହିତ ଖଣି ଲିଜ୍ ଅବଧି ବୃଦ୍ଧି ବାତିଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ବିଚାର କରିବା ସହ ରାଜ୍ୟର ବିଭିନ୍ନ ଖଣି ଅଂଚଳରେ ବିକ୍ରି ନହୋଇ ପଡ଼ି ରହିଥିବା ୧୬.୫ ନିୟୁତ ମେଟ୍ରିକ ଟନ୍ (ଏମଏମଟି) ତୁରନ୍ତ ବିକ୍ରି କରିବାକୁ […]

mining

mining

Ordigital Desk
  • Published: Wednesday, 16 June 2021
  • Updated: 16 June 2021, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭିଜିଲାନ୍ସ କେସ୍ ଥିବା ଖଣି ମାଲିକଙ୍କୁ କାହିଁକି ଲିଜ୍ ଦିଆଗଲା ଓ ପ୍ରାୟ ୧୦ହଜାର କୋଟି ଟଙ୍କାର ଲୁହାପଥରକୁ ବିକ୍ରି ନକରି ସରକାର କାହିଁକି ପକାଇ ରଖିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଏହାସହିତ ଖଣି ଲିଜ୍ ଅବଧି ବୃଦ୍ଧି ବାତିଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ବିଚାର କରିବା ସହ ରାଜ୍ୟର ବିଭିନ୍ନ ଖଣି ଅଂଚଳରେ ବିକ୍ରି ନହୋଇ ପଡ଼ି ରହିଥିବା ୧୬.୫ ନିୟୁତ ମେଟ୍ରିକ ଟନ୍ (ଏମଏମଟି) ତୁରନ୍ତ ବିକ୍ରି କରିବାକୁ ବିଜେପି ଦାବି କରିଛି।

ବିଜେପି ବିଧାୟକ ତଥା ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଖଣି ଲିଜ୍ ଅବଧି ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଖଣି ମାଲିକଙ୍କ ସହ ରାଜ୍ୟ ସରକାରଙ୍କ ପ୍ରିୟାପ୍ରୀତି ରହିଛି । ଭିଜିଲାନ୍ସ କେସ୍ ଥିବା ଖଣି ମାଲିକଙ୍କୁ କିଭଳି ଖଣି ଲିଜ୍ ଦିଆଗଲା। ଖଣି ଲିଜ୍ ଅବଧି ବୃଦ୍ଧି ଦ୍ୱାରା ରାଜ୍ୟ ସରକାର ୧୦ରୁ ୧୨ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ। ତେଣୁ ଖଣି ଲିଜ୍ ଅବଧି ବୃଦ୍ଧିକୁ ତୁରନ୍ତ ବାତିଲ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି କହିଛି।

ଶ୍ରୀ ମାଝୀ ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ରାଜ୍ୟ ବାସୀଙ୍କ ସ୍ୱାର୍ଥ ପାଇଁ ହସ୍ତକ୍ଷେପ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଆସିବା ପୂର୍ବରୁ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ ଖଣି ନିଲାମ ହୋଇଥିଲା ଓ ଯାହାର ମୋଟ କ୍ଷମତା ୫୮ରୁ ୬୦ ନିୟୁତ ମେଟ୍ରିକ ଟନ ଆକଳନ କରାଯାଇଥିଲା। ତେବେ ରାଜ୍ୟର ଖଣି ଅଂଚଳରେ ୧୬.୫ ନିୟୁତ ମେଟ୍ରିକ ଟନ୍ ପଡ଼ି ରହିଛି। ଯାହାର ଆନୁମାନିକ ମୂଲ୍ୟ ୧୦ହଜାରକୋଟି ଟଙ୍କା, ଯାହାକି ୨୦୨୦ ନଭେମ୍ୱର ପର୍ଯ୍ୟନ୍ତ ମହଜୁଦ ଥିଲା।

ଏମଏମଡିଆର ଆକ୍ଟର ନିୟମର ୧୨ (ଜିଜି) ଏବଂ ୧୨ (ଏଚଏଚ୍‌) ଅନୁସାରେ ୭ ମାସ ସମୟ ସୀମା ମଧ୍ୟରେ କରାଯାଇ ପାରି ନଥିଲା । ଏହି ୧୬.୫ ମିଲିୟନ ମେଟ୍ରିକ ଟନ ମଧ୍ୟରୁ କେବଳ କେନ୍ଦୁଝରର ନୂଆଗାଁ ଲୁହାପଥର ବ୍ଲକରେ ୮.୫ ମିଲିୟନ ଟନ ଖଣିଜ ଦ୍ରବ୍ୟ ପଡ଼ିରହିଛି। ଏହି ଖଣିର ଲିଜ୍‌ଧାରୀ ସମୟସୀମା ବୃଦ୍ଧି ପାଇଁ ଓଡ଼ିଶା ହାଇକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲା। ମାତ୍ର କୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କର ଖଣି ବିଭାଗର ପ୍ରମୁଖ ସଚିବ ଘଟଣାର ପରୀକ୍ଷା କରି ନିର୍ଣ୍ଣୟ କରିବେ ଏବଂ ସବୁ ପକ୍ଷଙ୍କ ପାଇଁ ଏହାକୁ ମାନିବା ବାଧ୍ୟ ହେବେ ବୋଲି ରାୟ ଦେଇଥିଲେ।

ପରବର୍ତ୍ତୀ ସମୟରେ ଖଣି ବିଭାଗ ପ୍ରମୁଖ ସଚିବ ଏହି ଲିଜ୍ ସମୟସୀମା ବୃଦ୍ଧି ଆବେଦନକୁ ଖାରଜ କରିଥିଲେ। ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ ବୋଲି କହିଥିଲେ। ତେଣୁ ଏମଏମଡିଆର ଆକ୍ଟ ଧାରା ୧୨ (ଏଚଏଚ୍‌) ଅନୁସାରେ ୨୦୨୦ ନଭେମ୍ବର ୧ ସୁଦ୍ଧା ଉଠାଯାଇ ନଥିବା ୧୬.୫୫ ନିୟୁତ ଟନ୍ ଖଣିଜ ଦ୍ରବ୍ୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି । ଏହାକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ବିକ୍ରି କରିପାରିବେ। ଏହାଦ୍ୱାରା ରାଜ୍ୟର ଲାଭ ହେବ । ତେଣୁ ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପଡ଼ିରହିଥିବା ଖଣିଜ ଦ୍ରବ୍ୟକୁ ତୁରନ୍ତ ବିକ୍ରି କରିବା ପାଇଁ ବିଜେପି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ମୁକେଶ ମହାଲିଙ୍ଗ, ଗଣେଶ ରାମ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପିର ଅଭିଯୋଗ ଭିତ୍ତିହୀନ, ତଥ୍ୟହୀନ, କପୋଳକଳ୍ପିତ ବୋଲି କହି ନିନ୍ଦା କରିଛି। ବିଜେପି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଖଣି ନିଲାମୀ ଓ କାରବାର ସ୍ୱଚ୍ଛତାର ସହ ଚାଲିଥିବା କେନ୍ଦ୍ର ସରକାର କହିବା ସହ ପ୍ରଂଶସା କରିଛନ୍ତି। ଖଣି ପଟ୍ଟା, ଲିଜ୍ ବିଷୟରେ ଜ୍ଞାନ ନଥିବା ବ୍ୟକ୍ତିଙ୍କ ଅଭିଯୋଗ ଅମୂଳକ ଓ ଖାଲି ଟିଭିରେ ମୁହଁ ଦେଖାଇବାକୁ ଏଭଳି ଭୁଲ୍ ତଥ୍ୟ ରଖାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡିର ଏଭଳି ଅଭିଯୋଗକୁ ବିଜେପି ପାଲଟା ଖାରଜ କରି ଶ୍ରୀ ମହାନ୍ତିଙ୍କୁ ଅଳ୍ପ ବିଦ୍ୟା ଭୟଙ୍କରୀ ବୋଲି କହିବା ସହ ପଣସ ଖାଇ ଅନ୍ୟ କାହା ମୁଣ୍ଡରେ ଅଠା ବୋଳିବାକୁ ଉଦ୍ୟମ ନହେଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story