‘କାଳିଆ’ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ବିଜେପିର ସନ୍ଦେହ: ତାଲିକା ଅଛି ତ କେନ୍ଦ୍ରକୁ ଦିଅ, ପଂଚାୟତରେ ଲଗାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନାରେ ୫୩ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆଜି ରାଜ୍ୟ ସରକାର ୨ହଜାର ଟଙ୍କା ଲେଖାଏଁ ଦେବାକୁ ନେଇ ରାଜ୍ୟ ବିଜେପି ସନ୍ଦେହ ବ୍ୟକ୍ତ କରିଛି। ରାଜ୍ୟରେ ଚାଷୀ ଅସନ୍ତୋଷକୁ ଚାପିବା ପାଇଁ ରାଜ୍ୟ ସରକାର ଏବେ କାଳିଆ ଥୋପ ପକାଇଛନ୍ତି ବୋଲି ବିଜେପି କହିବା ସହ ଯଦି ୫୩ଲକ୍ଷ ଚାଷୀଙ୍କ ତାଲିକା ଅଛି ତା’ହେଲେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଅ ଓ ସବୁ ପଂଚାୟତ ଅଫିସ କାନ୍ଥରେ ଲଗାଅ ବୋଲି ଦାବି କରିଛି। ଏହାସହିତ […]

golak MOHAPATRA

golak MOHAPATRA

Ordigital Desk
  • Published: Friday, 12 February 2021
  • Updated: 12 February 2021, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନାରେ ୫୩ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆଜି ରାଜ୍ୟ ସରକାର ୨ହଜାର ଟଙ୍କା ଲେଖାଏଁ ଦେବାକୁ ନେଇ ରାଜ୍ୟ ବିଜେପି ସନ୍ଦେହ ବ୍ୟକ୍ତ କରିଛି। ରାଜ୍ୟରେ ଚାଷୀ ଅସନ୍ତୋଷକୁ ଚାପିବା ପାଇଁ ରାଜ୍ୟ ସରକାର ଏବେ କାଳିଆ ଥୋପ ପକାଇଛନ୍ତି ବୋଲି ବିଜେପି କହିବା ସହ ଯଦି ୫୩ଲକ୍ଷ ଚାଷୀଙ୍କ ତାଲିକା ଅଛି ତା’ହେଲେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଅ ଓ ସବୁ ପଂଚାୟତ ଅଫିସ କାନ୍ଥରେ ଲଗାଅ ବୋଲି ଦାବି କରିଛି। ଏହାସହିତ ରାଜ୍ୟ ସରକାରଙ୍କୁ ମୋଟ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ବିଜେପି କହିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ ପୂର୍ବରୁ କହିଥିଲେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ। କିନ୍ତୁ ନିର୍ବାଚନ ଜିତିବା ପରେ ପାଖପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହାପାଖରେ ପହଁଚିଲା ନାହିଁ। ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣ ସଦୃଶ। ଯେତେବେଳେ ଚାଷୀ ସମସ୍ୟା ରାଜ୍ୟରେ ଉଗ୍ରରୂପ ନେଲାଣି ମଣ୍ଡିରୁ ଧାନ ଉଠୁନି, ଚାଷୀ ହନ୍ତସନ୍ତ ହେଉଛନ୍ତି, ରାଜ୍ୟରେ ପ୍ରତିଦିନ ଚାଷୀମାନେ ଆନ୍ଦୋଳନ କରିବାର ପନ୍ଥା ଆପଣାଉଛନ୍ତି, ମନ୍ତ୍ରୀମାନଙ୍କୁ ଘେରୁଛନ୍ତି ସେତେବେଳେ ରାଜ୍ୟ ସରକାର ପୁଣି କାଳିଆ ଟଙ୍କା ବାଂଟିବେ ବୋଲି ଖବରକାଗଜରେ ବଡ଼ବଡ଼ ବିଜ୍ଞାପନ ପ୍ରକାଶ କରିଛନ୍ତି। ଯଦି ରାଜ୍ୟ ସରକାରଙ୍କ ପାଖରେ ୫୩ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ତାଲିକା ଅଛି ତେବେ ପିଏମ କିଷାନ ପାଇଁ କାହିଁକି କେନ୍ଦ୍ରକୁ ସଠିକ୍ ତାଲିକା ପଠାଉନାହାଁନ୍ତି? ଓଡିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କା ପାଇବାରୁ ରାଜ୍ୟ ସରକାର କାହିଁକି ବଂଚିତ କରୁଛନ୍ତି? ମୋଦିଙ୍କ ପଇସା ଓଡ଼ିଆ ଚାଷୀଙ୍କ ପାଖରେ ପହଂଚିବାରେ ରାଜ୍ୟ ସରକାରଙ୍କର କ’ଣ ଅସୁବିଧା ହେଉଛି? ମୋଦି ତ ଟଙ୍କା ପଠାଇବେ, ମାତ୍ର ମାଲକାନଗିରି, ମୟୂରଭଂଜ, ସମ୍ବଲପୁର, କେନ୍ଦ୍ରାପଡ଼ା, ଗଂଜାମ ସମେତ ଓଡ଼ିଶାର ସବୁ ଚାଷୀଙ୍କୁ କାହିଁକି ଏହି ଟଙ୍କାରୁ ବଂଚିତ କରାଯାଉଛି? ଯଦି ରାଜ୍ୟ ସରକାର ୫୩ ଲକ୍ଷ ଚାଷୀଙ୍କ ତାଲିକା ତାଙ୍କ ପାଖରେ ଅଛି ବୋଲି କହୁଛନ୍ତି ତେବେ ଏହି ତାଲିକାକୁ ସବୁ ପଂଚାୟତ ଅଫିସ କାନ୍ଥରେ ଲଗାଯାଉ। ପଂଚାୟତୱାରି ଏହା ତାଲିକାକୁ ସାର୍ବଜନୀନ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ପୂର୍ବରୁ ଓଡିଶା ସରକାର ଦେଇଥିବା କାଳିଆ ସହାୟତା ରାଶି ଓଡ଼ିଆ ଚାଷୀ ମାଗିନିଥିଲେ ବରଂ ରାଜ୍ୟ ସରକାର ଯାଚିକି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜେ ଅଯୋଗ୍ୟ ହିତାଧିକାରୀ ତାଲିକା ତିଆରି କରି ପୁଲିସ ଲଗାଇ ଚାଷୀଙ୍କୁ ବଳପୂର୍ବକ ଧମକ ଦେଲେ ଏବଂ ପଇସା ଫେରାଇବାକୁ ଦାବି କଲେ। ତେବେ ପୁଲିସକୁ ଡରି ନିଜ ବାସନ କୁସନ ବିକି ଚାଷୀ କାଳିଆ ଟଙ୍କା ଫେରାଇବାକୁ ପ୍ରସ୍ତୁତ ହେଉଥିଲେ। ତେବେ ଓଡିଶା ବିଜେପି ପକ୍ଷରୁ କଡା ବିରୋଧ କରାଯିବା ପରେ ଏହି ମାମଲା ଆଜି ପର୍ଯ୍ୟନ୍ତ ସ୍ଥଗିତ ହୋଇ ରହିଛି। କିନ୍ତୁ ସରକାର ଏପର୍ଯ୍ୟନ୍ତ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରିବାରେ କିଛି ସ୍ପଷ୍ଟ କରିନାହାଁନ୍ତି କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନାରେ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ୧୭୦ କୋଟି ଟଙ୍କା ଦିଆଯାଇଥିବା ସେଥିରେ ପ୍ରକାଶ ହୋଇଛି। ଭୁଲ ହିତାଧିକାରୀ ଚୟନରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ପୂର୍ବରୁ କାଳିଆ ଯୋଜନାରେ ୫୦ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବେ ବୋଲି ରାଜ୍ୟ ସରକାର କହିଥିଲେ। ସେଥିମଧ୍ୟରୁ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବା ପରେ ପୁଣି କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ଚିଠା ଆସିଲା କେଉଁଠୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story