‘ଓଡ଼ିଶା ସରକାର ଭ୍ରଷ୍ଟାଚାରରେ ବୁଡ଼ିଥିବା ସରକାର, ଖାଲି ଠପ୍ପା ମାରିବା ଜାଣିଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଡ଼ିଶା ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡ଼ିଥିବା ସରକାର। ଖାଲି ଠପ୍ପା ମାରିବା ଜାଣିଛି। ଏ ସରକାରକୁ ଉପାଡ଼ି ଫିଙ୍ଗିଦେବାର ସମୟ ଆସିଛି।’ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର ସମାବେଶରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛନ୍ତି। ଏଠିକାର ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି। […]

JP Nadda

JP Nadda

Manoranjan Sial
  • Published: Thursday, 29 September 2022
  • Updated: 29 September 2022, 03:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଡ଼ିଶା ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡ଼ିଥିବା ସରକାର। ଖାଲି ଠପ୍ପା ମାରିବା ଜାଣିଛି। ଏ ସରକାରକୁ ଉପାଡ଼ି ଫିଙ୍ଗିଦେବାର ସମୟ ଆସିଛି।’ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର ସମାବେଶରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛନ୍ତି। ଏଠିକାର ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି। ଯଦି ମନ୍ତ୍ରୀମାନେ ହତ୍ୟାରେ ସାମିଲ ରହିଥିବେ, ତାହାହେଲେ କି ଶାସନ ଚାଲିବ? ଏଠାରେ କିଭଳି କୁଶାସନ ଚାଲିଛି ସହଜରେ ଅନୁମେୟ ହେଉଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ଜେ.ପି. ନଡ୍ଡା। ସେ କହିଛନ୍ତି, ଏଠି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ। ରତ୍ନଭଣ୍ଡାର ଚାବି ମିଳିଲାନି। ପରେ ଡୁପ୍ଲିକେଟ ଚାବି ମିଳିଲା। ସରକାର ଡୁପ୍ଲିକେଟ ତ ଚାବି ଡୁପ୍ଲିକେଟ ହେବ ହିଁ ହେବ। ଏଭଳି ସରକାରକୁ ଉପାଡ଼ି ଫିଙ୍ଗି ବିଜେପିକୁ ଶାସନକୁ ଆଣନ୍ତୁ ବୋଲି ଶ୍ରୀ ନଡ୍ଡା ଅପିଲ୍‌ କରିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଘର ଦେବେ ନରେନ୍ଦ୍ର ମୋଦି। ଏଠି ଏମାନେ ଠପ୍ପା ମାରିବେ। PMAY ଘରକୁ ବିଜୁ ପକ୍କା ଘର ନାଁରେ ଠପ୍ପା ମାରିବେ। ଆୟୁଷ୍ମାନ୍‌ ଭାରତ ଯୋଜନାରୁ ୫୦ ଲକ୍ଷ ଓଡ଼ିଆ ବଞ୍ଚିତ ହୋଇଛନ୍ତି। ମନରେଗାରେ ଜାଲ୍‌ ବିଲ୍‌ ଚାଲିଛି। ଓଡ଼ିଶାରେ ଡବଲ ଇଂଜିନ ସରକାର ଚାଲିବା ଦରକାର ବୋଲି ଶ୍ରୀ ନଡ୍ଡା କହିଛନ୍ତି।

କଂଗ୍ରେସକୁ କଡ଼ା ସମାଲୋଚନା କରି ବିଜେପି ସଭାପତି ଜେ.ପି ନଡ୍ଡା କହିଛନ୍ତି, ଆମେ ବିଶ୍ୱର ସବୁଠୁ ବଡ଼ ପାର୍ଟି। ଏତେ ବଡ଼ ପାର୍ଟି ଦୁନିଆରେ ନାହିଁ। ଭାରତୀୟ ଜନତା ପାର୍ଟି ବିଚାରକୁ ନେଇ ଚାଲିଛି, ବିଚାର ଛାଡ଼ିନି। ଭାରତୀୟ ଜାତୀୟ କଂଗ୍ରେସରେ ନା ଜାତୀୟ ଅଛି ନା ଭାରତୀୟ ଅଛି। କଂଗ୍ରେସ ଏବେ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି। ଭାଇଭଉଣୀଙ୍କ ମର୍ଜିରେ ପାର୍ଟି ଚାଲିବ, କର୍ମୀ କେବଳ ଥାଳି ପିଟିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପରିବାର ରାଜନୀତିକୁ କଡ଼ା ସମାଲୋଚନା କରି  ସେ କହିଛନ୍ତି- ଫାରୁକ ଅବଦୁଲା, ଲାଲୁ ଯାଦବ, ଅଖିଳେଶ ଯାଦବ; ସବୁଠି ପରିବାରବାଦ। ଏଠି ଓଡ଼ିଶାରେ ମଧ୍ୟ ପରିବାର ପାର୍ଟି ଚାଲିଛି। ବିଜୁଙ୍କର ପାର୍ଟି। କେବଳ ବିଜେପି ପରିବାର ପାର୍ଟି ନୁହେଁ, ବିଚାରର ପାର୍ଟି ବୋଲି ନଡ୍ଡା କହିଛନ୍ତି।

ତେବେ ଏନେଇ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story