ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ବିଜେପିର ବିରୋଧ: ଦୁର୍ନୀତି ଓ ରାଜନୀତିକ ହସ୍ତକ୍ଷେପ ବଢ଼ିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ-୧୯୮୯ରେ ସଂଶୋଧନ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ-୨୦୦୫କୁ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କଲେଜ ଓ ବିଶ୍ୱବିଦ୍ୟାଳୟରେ ରାଜନୀତିକ ହସ୍ତକ୍ଷେପକୁ ପ୍ରୋତ୍ସାହିତ କରିବ। କୁଳପତିଙ୍କ ପଦମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବା ସହ ଶୈକ୍ଷିକ ବାତାବରଣ ନଷ୍ଟ ଓ ଶିକ୍ଷାର ମାନଦଣ୍ଡ ହ୍ରାସ ପାଇବ ହେବ ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏ ନେଇ ଦଳୀୟ ମୁଖ୍ୟାଳୟରେ […]

bjp

bjp

Manoranjan Sial
  • Published: Friday, 04 September 2020
  • Updated: 04 September 2020, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ-୧୯୮୯ରେ ସଂଶୋଧନ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ-୨୦୦୫କୁ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କଲେଜ ଓ ବିଶ୍ୱବିଦ୍ୟାଳୟରେ ରାଜନୀତିକ ହସ୍ତକ୍ଷେପକୁ ପ୍ରୋତ୍ସାହିତ କରିବ। କୁଳପତିଙ୍କ ପଦମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବା ସହ ଶୈକ୍ଷିକ ବାତାବରଣ ନଷ୍ଟ ଓ ଶିକ୍ଷାର ମାନଦଣ୍ଡ ହ୍ରାସ ପାଇବ ହେବ ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏ ନେଇ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିବା ସହ ଏହି ସଂଶୋଧିତ ଆଇନ କାର୍ଯ୍ୟକ୍ଷମ ହେଲେ ପ୍ରାଧ୍ୟାପକମାନଙ୍କର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ରାଜନୈତିକ ହସ୍ତକ୍ଷେପ ରହିବାର ସୁଯୋଗ ଥିବା ସହ କୁଳପତିଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବା ବିଧାୟିକ(ଲେଜିସଲେଚର)ଙ୍କୁ ଉତ୍ତର ଦାୟିତ୍ୱରୁ ମଧ୍ୟ ବିଶ୍ୱବିଦ୍ୟାଳୟଗୁଡିକୁ ବାଦ୍ ଦିଆଯାଇଛି। ଏହାଦ୍ୱାରା ଯୁଗ ଯୁଗ ପାଇଁ ଶିକ୍ଷା ଓ ଗବେଷଣାର ମାନ ହ୍ରାସ ପାଇବ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସାଧାରଣ କଲେଜ ଭଳି କାମ କରିବେ। ଛାତ୍ର, ସମାଜ ଏବଂ ଦେଶର ଭବିଷ୍ୟତ ପାଇଁ ଏହା ଚିନ୍ତାଜନକ ବିଷୟ। ଏହି ଅଧ୍ୟାଦେଶ ଆଣି ରାଜ୍ୟସରକାର ଓଡ଼ିଶାରେ ଉଚ୍ଚଶିକ୍ଷାର ସଂପୂର୍ଣ୍ଣ ଅମଲାତନ୍ତ୍ରୀକରଣ ଓ ରାଜନୈତିକ ହସ୍ତକ୍ଷେପ ବଢେଇବା ସହ ଉଚ୍ଚଶିକ୍ଷାର ମାନଦଣ୍ଡକୁ ହ୍ରାସ କରାଇବା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି। ଏହି ପଦକ୍ଷେପ ସଂପୂର୍ଣ୍ଣଭାବେ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ।

ପାଠପଢ଼଼। ହେଉଛି ଓଡ଼ିଶାର ମୂଳପୁଞ୍ଜି । ଓଡ଼ିଆ ପିଲା ମାନଙ୍କର ମେଧା ଶକ୍ତି ଓଡ଼ିଶାକୁ ଆଗକୁ ନେବାରେ ସବୁଠୁ ବଡ଼ ମାଧ୍ୟମ । ଓଡ଼ିଆ ପିଲାଙ୍କ ବୁଦ୍ଧିକୁ ଅଧିକ ପ୍ରୋତ୍ସାହନ ଓ ସେମାନଙ୍କୁ ଆଗକୁ ନେବା ପାଇଁ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ରହିବା ଜରୁରୀ । ବିଶ୍ୱ ବିଦ୍ୟାଳୟ ମାନଙ୍କରେ ସ୍ଥାନୀୟ ଆକାଂକ୍ଷାକୁ ଆଧାର କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ ହୁଏ । ସେହି ଅନୁସାରେ ନୂଆ ମଡ଼େଲ୍ ତିଆରି ସମ୍ଭବ, ଯାହା କେବଳ ଭାରତ ନୁହେଁ ବିଶ୍ୱବିଦ୍ୟାଳୟର ମଧ୍ୟ ନୂଆ ପରିଚୟ ତିଆରି ହୁଏ। ଯଦି ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ଓ ରାଜନୈତିକ କ୍ଷମତା ଠୁଳ କରାଯିବ ତେବେ ଶିକ୍ଷାର ବିବିଧତା-ସ୍ଥାନୀୟ ଆକାଂକ୍ଷାରେ ବଡ଼ ଅନ୍ତରଣ ତିଆରି ହେବ। ତେଣୁ ଓଡ଼ିଆ ପିଲା ମାନଙ୍କ ବୌଦ୍ଧିକ କ୍ଷମତାକୁ ବଢ଼ାଇବା ପାଇଁ ବିଶ୍ୱବିଦ୍ୟାଳୟର ସ୍ୱାୟତତା ରହିବା ଏକାନ୍ତ ଜରୁରୀ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ଶିକ୍ଷା ନୀତି ୨୦୨୦ ର ଉଲ୍ଲେଖନୀୟ ଦୂରଦୃଷ୍ଟି ନୀତି ଉପରେ ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଉପରେ ଏକ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଯାହା ନୂଆ ଶିକ୍ଷା ନୀତି ବିରୋଧୀ। ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଧିକାରକୁ ଛଡ଼ାଇନେବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଉପରେ ରାଜ୍ୟ ସରକାରଙ୍କ ଏଣିକି ଏକଚାଟିଆ ଅଧିକାର ରହିବ। ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭୂମିକା ରାଜ୍ୟ ସରକାରଙ୍କ ଗ୍ରହଣ କରିବେ। ଯଦି ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ରାଜ୍ୟ ସରକାର ନରଖିବେ, ତେବେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟରେ ପାର୍ଥକ୍ୟ କ’ଣ ରହିବ ? ସରକାରୀ ଅଧିକାରୀଙ୍କ ଅଧିକ ହସ୍ତକ୍ଷେପ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ନଷ୍ଟ କରିଦେଇପାରେ ଓ ଅତୀତରେ ଏହା ପ୍ରମାଣିତ ହୋଇସାରିଛି ବୋଲି ବିଜେପି କହିଛି। ତେଣୁ ସରକାର ତୁରନ୍ତ ନିଜର ନିଷ୍ପତ୍ତିର ପୁର୍ନବିଚାର କରିବା ନିମନ୍ତେ ବିଜେପି ଦାବି କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପୀତାମ୍ବର ଆଚାର୍ଯ୍ୟ ଓ ଯତୀନ ମହାନ୍ତି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story