Advertisment

BJDର ମହିଳା ଭୋଟ୍‌ ବ୍ୟାଙ୍କ ଭାଙ୍ଗିବାକୁ BJPର ବଡ଼ ପ୍ଲାନ୍‌

SHG ରାଜ୍ୟର ନୁହେଁ, କେନ୍ଦ୍ରର। ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ଶ୍ରେୟ ରାଜ୍ୟର ନୁହେଁ କେନ୍ଦ୍ରର। କାହିଁକି ନା ମୋଟ୍‌ ସୁଧରୁ ୭ ପ୍ରତିଶତ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ଦେଉଛି ମାତ୍ର ୪ ପ୍ରତିଶତ।

BJP

BJP

Advertisment

ବିଜେପି ଫୋକସ୍‌ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(SHG)। ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବେ ବିଜେପିର ଶକ୍ତି ସାଥୀ। ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ବିଜେପିର ଶକ୍ତି ବନ୍ଦନ କର୍ମଶାଳାରେ କ୍ଲାସ୍‌ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି ଓ ଧର୍ମେନ୍ଦ୍ର ପ୍ରଧାନ। ଆଉ ଦେଇଛନ୍ତି ଗୁରୁମନ୍ତ୍ର।

Advertisment

ରାଜ୍ୟରେ କେମିତି ବଢିବ ମହିଳା ଭୋଟ୍‌? ୭୦୦ରୁ ଅଧିକ ଶକ୍ତିସାଥୀଙ୍କୁ ମନ୍ତ୍ର ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ। SHG ରାଜ୍ୟର ନୁହେଁ, କେନ୍ଦ୍ରର। ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ଶ୍ରେୟ ରାଜ୍ୟର ନୁହେଁ କେନ୍ଦ୍ରର। କାହିଁକି ନା ମୋଟ୍‌ ସୁଧରୁ ୭ ପ୍ରତିଶତ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ଦେଉଛି ମାତ୍ର ୪ ପ୍ରତିଶତ। ଏହାବ୍ୟତୀତ ସ୍ୱୟଂ ସହାୟିକାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷପତି ଦିଦି, ନମୋ ଡ୍ରୋନ୍‌ ଦିଦି ଯୋଜନା ମଧ୍ୟ ରହିଛି।

ସେହିପରି ଏମବିକେ, ସିଆରପି ଭଳି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଯୋଜନା ଅନୁଯାୟୀ ସହାୟତା ଦେଉଛନ୍ତି କେନ୍ଦ୍ର ସରକାର। ମହିଳା ସଶକ୍ତୀକରଣ ଲାଗି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତଠାରୁ ଆରମ୍ଭ କରି କେନ୍ଦ୍ରର ସବୁ ଯୋଜନା ବିଷୟରେ ପ୍ରତି SHG ସଦସ୍ୟାଙ୍କୁ ଅବଗତ କରିବେ ଶକ୍ତିସାଥୀ। ଏହା ସହ ଆଗକୁ ପ୍ରତି ପଞ୍ଚାୟତ ବା ଶକ୍ତି କେନ୍ଦ୍ରରେ ହେବ ଶକ୍ତି ବନ୍ଦନ କର୍ମଶାଳା।

Advertisment

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ ରହିଛି। ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHG ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ରହିଛନ୍ତି। ଯାହାକି ବିଜେଡିର ପ୍ରମୁଖ ଭୋଟ ବ୍ୟାଙ୍କ ବୋଲି କୁହାଯାଉଛି। ଅନ୍ୟପଟେ ନିକଟରେ ସରିଥିବା ୩ ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ମହିଳା ଭୋଟ୍ ହିଁ ବିଜେପି ପାଇଁ ଗେମ୍‌ ଚେଞ୍ଜର ହୋଇଥିଲା। ମଧ୍ୟପ୍ରଦେଶର ‘ଲାଡଲି ବେହେନା’ ଆଉ ଛତିଶଗଡରେ ‘ମହାତ୍ରୀ ବନ୍ଦନ’ ପରି ଯୋଜନା ଆଣି ନିଜ ଆଡକୁ ମହିଳା ଭୋଟ୍ ଆଣି ପାରିଥିଲା ବିଜେପି। ସେପଟେ ଓଡ଼ିଶା SHG ମଡେଲ ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ଏହି ମଡେଲ୍ ଭଲ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

ହିମନ୍ତ କହିଛନ୍ତି, ଆସାମରେ ୪୦ ଲକ୍ଷ ଏସଏଚଜି ମହିଳା ଥିବା ବେଳେ ୯ ଲକ୍ଷରୁ ଅଧିକ ମହିଳା ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ମହିଳା ସଶକ୍ତୀକରଣ ପାଇଁ ମୋଦି ସରକାରଙ୍କ ଅନେକ ଯୋଜନା ରହିଛି। ଏହାକୁ ଡୋର୍ ଷ୍ଟେପକୁ ନେବାକୁ ପଡିବ। ଅନ୍ୟ ପଟେ ବିଜେଡି କହିଛି ମହିଳାମାନେ ବିଜେଡି ସହ ଅଛନ୍ତି।

ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ବଣ୍ଟା ଯାଉଥିବା ଚାଉଳର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରି ନବୀନ ପଟ୍ଟନାୟକଙ୍କଠୁ ଶ୍ରେୟ ଛଡ଼ାଇ ନେଇଛନ୍ତି କେନ୍ଦ୍ରର ମୋଦି ସରକାର। ଏବେ ଦେଖିବାର କଥା SHG ମହିଳାମାନଙ୍କୁ ପ୍ରଭାବିତ କରିବାରେ କେତେ ସଫଳ ହେଉଛି ଶକ୍ତିସାଥୀ ଷ୍ଟ୍ରାଟେଜି।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe