କୋଭିଡ୍ ଲଢ଼େଇରେ ସରକାରଙ୍କୁ ସହଯୋଗର ପ୍ରତିଶ୍ରୁତି ଦେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ଏବେ କାୟା ବିସ୍ତାର କରିବାରେ ଲାଗିଛି। ଭୂତାଣୁର ବାରମ୍ବାର ହେଉଥିବା ମ୍ୟୁଟେସନ କାରଣରୁ ସଂକ୍ରମଣର ଗତି ତୀବ୍ର ଓ ଘାତକ ହେଉଛି। ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ। ଏହି ଲଢ଼େଇରେ ଜିତିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଯଥାଯୋଗ୍ୟ ଓ ସଠିକ୍ ପଦକ୍ଷେପକୁ ବିଜେପି ସମର୍ଥନ କରିବ ଓ ସରକାରଙ୍କ ସହ ଛିଡ଼ା ହେବ ବୋଲି ପ୍ରତିଶ୍ରୁତି ଦେଇଛି । ଆଜି ବିଜେପିର ଏକ ଉଚ୍ଚସ୍ତରୀୟ […]

BJP

BJP

Ordigital Desk
  • Published: Friday, 30 April 2021
  • Updated: 30 April 2021, 11:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ଏବେ କାୟା ବିସ୍ତାର କରିବାରେ ଲାଗିଛି। ଭୂତାଣୁର ବାରମ୍ବାର ହେଉଥିବା ମ୍ୟୁଟେସନ କାରଣରୁ ସଂକ୍ରମଣର ଗତି ତୀବ୍ର ଓ ଘାତକ ହେଉଛି। ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ। ଏହି ଲଢ଼େଇରେ ଜିତିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଯଥାଯୋଗ୍ୟ ଓ ସଠିକ୍ ପଦକ୍ଷେପକୁ ବିଜେପି ସମର୍ଥନ କରିବ ଓ ସରକାରଙ୍କ ସହ ଛିଡ଼ା ହେବ ବୋଲି ପ୍ରତିଶ୍ରୁତି ଦେଇଛି । ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭର୍ଚୁଆଲ ମୋଡରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଇ-ମେଲ୍ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଆଲୋଚନାବେଳେ ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟରେ ଦୈନିକ ଏକ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟିଂ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ବେଡ ସଂଖ୍ୟାକୁ ଦ୍ୱିଗୁଣିତ କରିବା ସହ ଅକ୍ସିଜେନର ଉପଲବ୍ଧତା ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ପର୍ଯ୍ୟନ୍ତ କରାଇବାକୁ କହିଛନ୍ତି। ସାମାନ୍ୟ ସଂକ୍ରମିତ ରୋଗୀଙ୍କୁ ସିଏଚସିସ୍ତରରେ ପର୍ଯ୍ୟନ୍ତ ଚିକିତ୍ସିତ କରାଯିବାର ବ୍ୟବସ୍ଥା ହେଉ ବୋଲି ଦାବି କରିବା ସହ ୫ହଜାର ବେଡ୍ ବିଶିଷ୍ଟ ଏକ ଅସ୍ଥାୟୀ ଡାକ୍ତରଖାନା କୌଣସି ଷ୍ଟାଡ଼ିୟମରେ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ବିଜେପି ପ୍ରସ୍ତାବ ଦେଇଛି।

ଆଇସିୟୁ ଇନଫ୍ରାଷ୍ଟକଚର ଓ ଭେଣ୍ଟିଲେଟରଯୁକ୍ତ ବେଡ୍ ସଂଖ୍ୟା ଦ୍ୱିଗୁଣିତ କରିବା, କୋଭିଡ୍ ଟିକାକରଣ ସମୟରେ ଗରିବ ଲୋକଙ୍କୁ ପ୍ରାଥମିକତା ଦେବା, କୋଭିଡ୍ ଟିକାକରଣର ସୁପରିଚାଳନା ଓ ଟିକାଦାନ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି ପାଇଁ ତୁରନ୍ତ ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ବିଜେପି ଦାବି କରିଛି। କୋଭିଡ୍ ରୋଗୀମାନଙ୍କ ସ୍ଥିତାବସ୍ଥା ସମ୍ପର୍କରେ ପ୍ରତ୍ୟେକ ଦିନ ସେହି ହସ୍ପିଟାଲ ପକ୍ଷରୁ ବୁଲେଟିନ୍ ଜରିଆରେ ରୋଗୀଙ୍କ ସମ୍ପର୍କୀୟ, ପରିବାର ସଦସ୍ୟଙ୍କୁ ଅବଗତ କରାଯିବାକୁ କହିଛନ୍ତି।

ଏସବୁ ବ୍ୟତୀତ ମନୁଷ୍ୟକୃତ ପରିଚାଳନାଗତ ଅବ୍ୟବସ୍ଥା ଦେଖାଯାଉଛି। ତାହା ରାଜ୍ୟ ସରକାରଙ୍କ ନଜରକୁ ବିଜେପି ଆଣିଛି ଓ ଆଗାମୀ ଦିନରେ ଆଣିବ ବୋଲି କହିଛି। ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରେଡ୍ ଜୋନରେ ପରିଣତ ହୋଇଛି ଓ ସହାରାଂଚଳଗୁଡ଼ିକରେ ଏହାର ଭୟାବହ ବେଶୀ ଅନୁଭୂତ ହେଉଛି। ଏହି ଲଢ଼େଇ ଜିତିବା ପାଇଁ ସମସ୍ତେ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ରହିଛି ବୋଲି ବିଜେପି କହିଛି।

ବିଜେପିର ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକ୍ସିପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ସହ ଭର୍ଚୁଆଲ ମୋଡରେ କୋଭିଡ୍ ସମ୍ପର୍କରେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos