ହତ୍ୟା ଅଭିଯୁକ୍ତ ଆଇନ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବ ଲୋକଙ୍କ ପାଇଁ ଲଢ଼େଇ କରୁଥିବା ବିଜେପିର ଦୁଇଜଣ କର୍ମୀଙ୍କୁ ନିର୍ମମ ହତ୍ୟା ଘଟଣାରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସିଧାସଳଖ ସମ୍ପୃକ୍ତି ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସୁରକ୍ଷା ଦେଉଛନ୍ତି। ମାହାଙ୍ଗା ଡବଲ୍ ମର୍ଡର କେସ୍‌ରେ କୋର୍ଟ କହିବା ପରେ ବି ଆଇନ ମନ୍ତ୍ରୀ ଗଳାବାଟ ଖୋଜୁୁଛନ୍ତିି । ଶାସକ ଦଳ ଓ ସେମାନଙ୍କ ମୁଖିଆ ନିଜେ ନିଜେ ଅଦାଲତଙ୍କ ନିର୍ଦ୍ଦେଶକୁ ନିଜେ ବିଚାର କରି ନିଷ୍ପତ୍ତି ନେଉଛନ୍ତି […]

Pratap-Jena

Ordigital Desk
  • Published: Monday, 06 December 2021
  • , Updated: 06 December 2021, 10:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବ ଲୋକଙ୍କ ପାଇଁ ଲଢ଼େଇ କରୁଥିବା ବିଜେପିର ଦୁଇଜଣ କର୍ମୀଙ୍କୁ ନିର୍ମମ ହତ୍ୟା ଘଟଣାରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସିଧାସଳଖ ସମ୍ପୃକ୍ତି ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସୁରକ୍ଷା ଦେଉଛନ୍ତି। ମାହାଙ୍ଗା ଡବଲ୍ ମର୍ଡର କେସ୍‌ରେ କୋର୍ଟ କହିବା ପରେ ବି ଆଇନ ମନ୍ତ୍ରୀ ଗଳାବାଟ ଖୋଜୁୁଛନ୍ତିି । ଶାସକ ଦଳ ଓ ସେମାନଙ୍କ ମୁଖିଆ ନିଜେ ନିଜେ ଅଦାଲତଙ୍କ ନିର୍ଦ୍ଦେଶକୁ ନିଜେ ବିଚାର କରି ନିଷ୍ପତ୍ତି ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀରେ ସମ୍ପୃକ୍ତ ଥିବା ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡ଼ାଉଛନ୍ତିିି। ମୁଖ୍ୟମନ୍ତ୍ରୀ ସବୁ ଜାଣିଶୁଣି ତାଙ୍କୁ ବିଧାନସଭାକୁ ଆସିବାକୁ ଦେଉଛନ୍ତି ଏବଂ ସଭା ମଂଚରେ ପାଖରେ ବସାଇ ଦକ୍ଷ ମନ୍ତ୍ରୀ ବୋଲି ସାର୍ଟିଫିକେଟ୍ ଦେଉଛନ୍ତିି। ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଏସବୁ କାମ କରିବା ପାଇଁ ତାଙ୍କୁ ପ୍ରୋତ୍ସାହିତ କରିନାହାଁନ୍ତିି ତ ବୋଲି ସନ୍ଦେହ ହେଉଛି। ମହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ନିହାର ରଞ୍ଜନ ମହାନ୍ତିି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ପରୋକ୍ଷ ଭାବରେ ସେ ସରକାର ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପୃଷ୍ଠପୋଷକତାରେ କାମ କରୁଥିବା ପ୍ରମାଣ କରିଦେଇଛନ୍ତିି । ଟେଲି ଯୋଗାଯୋଗ ନିୟମ ଅନୁସାରେ ୧ବର୍ଷ ଭିତରେ ଫୋନ୍ କଲ୍ ତଥ୍ୟ (ସିଡିଆର) ସଂରକ୍ଷଣ କରିନରଖିଲେ ତାହା ସବୁ ଡିଲେଟ୍ ହୋଇଯିବ । ତେଣୁ ଥାନା ଅଧିକାରୀ ସେ ଘଟଣାରେ ତତ୍ପରତା ନଦେଖାଇବା ଏବଂ କୋର୍ଟଙ୍କୁ ବାରମ୍ବାର ଅଧିକ ସମୟ ମାଗିବାର ଆଳ ଦେଖାଇ କେସ୍‌କୁ ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତିି ବୋଲି ଶ୍ରୀ ମହାନ୍ତିି ଅଭିଯୋଗ କରିଛନ୍ତି।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ଚଳିତବର୍ଷ ଅଗଷ୍ଟ ୨୫ ତାରିଖରେ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଇନ ମନ୍ତ୍ରୀଙ୍କ ବିଶ୍ୱସ୍ତ ସହଯୋଗୀ ବାପି ବିଶ୍ୱାଳ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଓ ପ୍ରଫୁଲ ବିଶ୍ୱାଳଙ୍କ ମୋବାଇଲ ଫୋନ ତଥ୍ୟ (ସିଡିଆର୍‌) ନଭେମ୍ବର ୨୯ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଗତ ୨୫ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଲେ । କିନ୍ତୁ ଉକ୍ତ ତାରିଖରେ ଥାନା ଅଧିକାରୀ ତଥା ମାହାଙ୍ଗା ଆଇଆଇସି ଅଦାଲତଙ୍କୁ ଆଉ ଏକ ମାସ ସମୟ ମାଗିଥିଲେ ।

କୋର୍ଟ ଗତ ୨ ତାରିଖରେ ମାହାଙ୍ଗା ଆଇଆଇସିଙ୍କୁ ସମସ୍ତ ତଥ୍ୟ ସହ ହାଜିରା ହେବା ପାଇଁ କହିଥିଲେ । କିନ୍ତୁ ମାହାଙ୍ଗା ଆଇଆଇସି ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରିଥିଲେ । କିନ୍ତୁ ସାଲେପୁର ଜେଏମଏଫସି କୋର୍ଟ ଗତ ୪ ତାରିଖରେ ଅପ-ଟୁଡେଟ୍ କେସ୍ ଡାଏରୀ ସହିତ ମୋବାଇଲ ଫୋନ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ପ୍ରସଙ୍ଗରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆସନ୍ତା ୧୦ ତାରିଖ ଦିନ ସାଢ଼େ ୧୦ଟା ସୁଦ୍ଧା ସିଡିଆର ଏବଂ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ କହିଛନ୍ତି । ନଚେତ୍ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ଏଥିରୁ ଜଣାପଡ଼ୁଛି ଯେ, ମନ୍ତ୍ରୀ ଜେନାଙ୍କୁ ସୁରକ୍ଷା ଦେବାକୁ ଓ ଆଇନକୁ ମନଇଚ୍ଛା କାର୍ଯ୍ୟକାରୀ କରିବାକୁ ସରକାର ଲାଗି ପଡ଼ିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ଠାକୁର୍ ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related story