ବିଦ୍ୟୁତ୍‌ ଓ ଇଡକୋ ଜମି ପ୍ରସଙ୍ଗରେ ସିଏଜି ରିପୋର୍ଟକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଦ୍ୟୁତ ସେବା କ୍ଷେତ୍ର ଓ ଇଡକୋ ଜମି ବଣ୍ଟନକୁ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ସିଏଜିଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତିଖୋର ଓ ଭଷ୍ଟ୍ରାଚାରୀ ହୋଇଚାଲିଛି। ଆଇନ କାନୁନ, ନିୟମ, ସମ୍ବିଧାନକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ରାଜସ୍ୱହାନି କରାଇବା ଏବଂ ରାଜ୍ୟକୁ ପଛୁଆ କରିବା ଓ ରାଜ୍ୟବାସୀଙ୍କୁ ଦାରିଦ୍ର‌୍ୟ […]

BJP'S Press Meet

BJP'S Press Meet

Ordigital Desk
  • Published: Monday, 05 April 2021
  • Updated: 05 April 2021, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଦ୍ୟୁତ ସେବା କ୍ଷେତ୍ର ଓ ଇଡକୋ ଜମି ବଣ୍ଟନକୁ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ସିଏଜିଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତିଖୋର ଓ ଭଷ୍ଟ୍ରାଚାରୀ ହୋଇଚାଲିଛି। ଆଇନ କାନୁନ, ନିୟମ, ସମ୍ବିଧାନକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ରାଜସ୍ୱହାନି କରାଇବା ଏବଂ ରାଜ୍ୟକୁ ପଛୁଆ କରିବା ଓ ରାଜ୍ୟବାସୀଙ୍କୁ ଦାରିଦ୍ର‌୍ୟ ଆଡ଼କୁ ଠେଲିଦେବା ଚକ୍ରାନ୍ତ ଚଲାଇଛନ୍ତି। ଓଡିଶାର ପ୍ରାକୃତିକ ସଂପଦକୁ ଲୁଟ୍ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ପୋଷିଛନ୍ତି ରାଜ୍ୟ ସରକାର ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ସିଏଜିଙ୍କ ଯେଉଁ ସଦ୍ୟ ରିପୋର୍ଟ ଆସିଛି ସେଥିରେ ବିଜେଡି ସରକାରର ଦୁର୍ନୀତି ଓ ଅନିୟମିତତାର ଅସଲ ମୁଖା ଖୋଲିଯାଇଛି। ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ଯୋଗୁଁ ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ୨୦୧୩-୧୪ରେ ବିଦ୍ୟୁତ ଉତ୍ପାଦନରେ ଏଟି ଆଣ୍ଡ ସି କ୍ଷତି ୩୭ ପ୍ରତିଶତ ଥିବା ଜଣାପଡିଥିଲା, ଯାହା କି ୨୨ ପ୍ରତିଶତରୁ ଅଧିକ ହେବା କଥା ନୁହେଁ ବୋଲି ଓଇଆରସି ସମୀକ୍ଷା କରିଥିଲା। ଏହିକ୍ଷତି ଭରଣା କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୨୬୦୦ କୋଟି ଟଙ୍କାରେ ୫୦୦ ନୂଆ ଟ୍ରାନ୍ସଫରମର ଲଗାଇବା ପାଇଁ ଯୋଜନା ହୋଇଥିଲା। ଏହା ମଧ୍ୟରେ ୮/୯ ବର୍ଷ ବିତିଗଲା ପରେ ବି ରାଜ୍ୟ ସରକାର ମାତ୍ର ୩୫ ପ୍ରତିଶତ କାର୍ଯ୍ୟ ସାରିଛନ୍ତି। ସେତେବେଳର ୨୬୦୦ କୋଟି ଟଙ୍କାର ପ୍ରୋଜେକ୍ଟ ମୂଲ୍ୟ ଏବେ ବୃଦ୍ଧି ହୋଇ ୩୮୪୩ କୋଟି ହେଲାଣି।

ସେ କହିଛନ୍ତି, ଘରୋଇ ବିଦ୍ୟୁତ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର । ଯୋଗ୍ୟତା ନଥିବା ୫ଟି ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫରମର କିଣିବାକୁ ଅନୁମତି ଦେଇଥିଲେ । ୩୬ଟି ଟ୍ରାନ୍ସଫରମର ଲଗାଇବାର ଯୋଗ୍ୟତା ଥିବାବେଳେ ଗୁପ୍ତା ପାୱାରକୁ ୯୫ ଟି ଟ୍ରାନ୍ସଫରମର ଲଗାଇବା ପାଇଁ ଅନୁମତି ଦିଆଗଲା । ସେହିପରି ଏଲଆଣ୍ଡଟିକୁ ୨୪ଟି ଟ୍ରାନ୍ସଫରମର ଦେବା ବଦଳରେ ୧୨୩ଟି ଟ୍ରାନ୍ସଫରମର ଲଗାଇବା କାର୍ଯ୍ୟ ଦିଆଯାଇଥିଲା । ସମୁଦାୟ ୩୯୯ଟି ଟ୍ରାନ୍ସଫରମରରୁ ମାତ୍ର ୧୦୯ଟି ଟ୍ରାନ୍ସଫରମର ବର୍ତ୍ତମାନ ସୁଦ୍ଧା ଲଗାଯାଇଛି । ଏହା ଫଛରେ ରାଜ୍ୟ ସରକାରଙ୍କ ହାତ ରହିଛି । ଓପିଟିସିଏଲର ଟ୍ରାନ୍ସଫରମର ଲଗାଇବାର ନିଜର କ୍ଷମତା ଥିବା ସତ୍ତ୍ୱେ ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସୁଯୋଗ ଦିଆଯାଇଛି । ଟ୍ରାନ୍ସଫରମର କିଣାବିକାରେ ୧୭୫ କୋଟି କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫରମର ବସାନଗଲେ ସମ୍ପୃକ୍ତ କଂପାନୀ ୧୦୦ କୋଟି ଟଙ୍କା ପେନାଲିଟି ଦେବା କଥା , କିନ୍ତୁ ସେ ଟଙ୍କାକୁ ରାଜ୍ୟ ସରକାର ଛାଡ଼ କରିଛନ୍ତି ।

ସେହିପରି ୨୦୧୪ ମସିହାରେ ରାଜ୍ୟ ସରକାର ୫୨ ହଜାର କୋଟି ଟଙ୍କାର ଜମି ଦୁର୍ନୀତି କରିଛନ୍ତି ବୋଲି ଓଡ଼ିଶାର ତତ୍କାଳୀନ ଏଜି ଅମର ପଟ୍ଟନାୟକ କହିଥିଲେ । ରାଜ୍ୟ ସରକାରଙ୍କ ଜମି ଦୁର୍ନୀତି ଏବେ ସୁଦ୍ଧା ଚାଲିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା କି, ଲ୍ୟାଣ୍ଡ ବ୍ୟାଙ୍କ ସ୍କିମରେ ୧ ଲକ୍ଷ ଏକର ଜମି ଯୋଗାଡ଼ କରିବେ ଏବଂ ଏଥିରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯିବ । କିନ୍ତୁ ଏପର୍ଯ୍ୟନ୍ତ ସରକାର ମାତ୍ର ୬୦ ହଜାର ଏକର ଅଧିଗ୍ରହଣ କରିଛନ୍ତି । ସେଥିରୁ ୪ ହଜାର ଏକର ଜମି ସାଧାରଣ ଲୋକ ମାଡ଼ିବସିଛନ୍ତି । ରାଜ୍ୟ ସରକାର ଘରୋଇ ଶିଳ୍ପ ଅନୁଷ୍ଠାନ ମାନଙ୍କୁ ଖୁଲମଖୁଲା ଜମି ଯୋଗାଇ ଦେଉଛନ୍ତି କିନ୍ତୁ ସରକାରୀ ଯୋଜନା ପାଇଁ ଆବଶ୍ୟକତା ଠାରୁ କମ୍ ଜମି ଦିଆଯାଉଛି । ରାଜ୍ୟ ସରକାର କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି । ୨୦୧୫-୧୬ରେ ଜିଏମଆର ଏବଂ ଲ୍ୟାନକୋ କମ୍ପାନୀକୁ ଅହେତୁକ ଅନୁକଂପା ଦେଖାଇ ୨୦୦୭ ମସିହା ଦରରେ ଜମି ବିକ୍ରି କରାଯାଇଛି । ଏହା ଫଳରେ ରାଜ୍ୟ ସରକାରଙ୍କର ୯.୧୩ କୋଟି କ୍ଷତି ହୋଇଛି । ପାୱାର ପ୍ଲାଂଟ ବସାଇବା ପରେ ବି ଷ୍ଟେରଲାଇଟ ଏନର୍ଜି କମ୍ପାନୀକୁ ଇଡକୋ ୧୦୯୭ ଏକର ଜମି କାହିଁକି ଦେଇଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ  ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଝାରସୁଗୁଡା ଜିଲ୍ଲାରେ ବେଦାନ୍ତ ଲିମିଟେଡ କୁ ୨୧୬୬ ଏକର ଜମି ଦିଆଯାଇଥିଲା । ବଳକା ଜମିରୁ ଏସଇଜେଡକୁ ୫୪୫ ଏକର ଜମି ଦିଆଗଲା । ଏହା ବ୍ୟତୀତ ରାଜ୍ୟ ସରକାର ଆହୁରି ୧୦୨୪ ଏକର ଜମି ବେଦାନ୍ତକୁ କାହିଁକି ଦେଇଛନ୍ତି ? ଘରୋଇ ପୁଂଜିପତିଙ୍କ ପାଇଁ ରାଜ୍ୟ ସରକାର ଜମି ମାଫିଆ ସାଜିଛନ୍ତି । ୧୯୯୯-୨୦୧୫ ମଧ୍ୟରେ ଇଡକୋ ଶିଳ୍ପାଂଚଳ କରିବା ପାଇଁ ୪ ଟି ଜାଗାରେ ୧୪୩୨ ଏକର ଜମି ମାଗିଥବାବେଳେ ମାତ୍ର ୩୨୪ ଏକର ଜମି ମିଳିଛି । ଗତ ୮ ବର୍ଷ ହେବ ରେମୁଣାରେ ୧ ହଜାର ଏକର ଜମି ପଡ଼ିଆ ପଡିଛି । ଏହି ଜମିରେ ଲୋକ ଚାଷ କରିପାରୁନାହାଁନ୍ତି କି ସରକାର ଏହାକୁ ଅଧିକାର କରିପାରୁ ନାହାଁନ୍ତି । ନୂଆ ପଲିସିରେ ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ ।

ବିଗତ ୬ ବର୍ଷ ଧରି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନଥିବା ଯୋଗୁଁ ଅନୁଗୁଳରେ ଆଲୁମିନିୟମ ପାର୍କ ଆରମ୍ଭ ହୋଇପାରୁନାହିଁ । ପାରାଦୀପରେ ପ୍ଲାଷ୍ଟିକ ପାର୍କ ମଧ୍ୟ ସମାନ କାରଣ ପାଇଁ ଆରମ୍ଭ ହୋଇପାରୁନାହିଁ । ପାରାଦୀପରେ ପେଟ୍ରୋକେମିକାଲ ହବ୍ ପାଇଁ ୮ ହଜାର ଏକର ଜମି ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାତ୍ର ୧୧୦୦ ଏକର ଜମି ଏବେ ସୁଦ୍ଧା ଅଧିଗ୍ରହଣ କରିଛନ୍ତି । ଇଲେକଟ୍ରୋନିକ ମ୍ୟାନୁଫ୍ୟାକଚରିଂ ପାର୍କ ପାଇଁ ୧୧୫ ଏକର ଜମି ଆବଶ୍ୟକଥିବାବେଳେ ରାଜ୍ୟ ସରକାର ମାତ୍ର ୭ ଏକର ଜମି ଅଧିଗ୍ରହଣ କରିଛନ୍ତି । ରାଜ୍ୟ ସରକାର ସରକାରୀ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ନକରି ଘରୋଇ କଂପାନୀକୁ ଆବଶ୍ୟକତା ଠାରୁ ଅଧିକ ଜମି ଯୋଗାଇ ଚାଲିଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଠାକୁର ରଂଜିତ ଦାସ ଏବଂ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story