ଅପରାଜିତାଙ୍କୁ ଆକ୍ରମଣ ପ୍ରତିବାଦରେ ଗର୍ଜିଲା ବିଜେପି, ବିଜେଡିର ପାଲଟା ଜବାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ଗତକାଲି ଆକ୍ରମଣ ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ ହୋଇଛି। ପୁଲିସ ସହ ବିଜେପି କର୍ମୀମାନେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ତେବେ ଗତକାଲିର ଘଟଣା ପାଇଁ ବିଜେଡି ଓଲଟା ଅପରାଜିତାଙ୍କୁ ଦୋଷ ଦେଇଛି। ସାଂସଦଙ୍କ ଘରୋଇ ସୁରକ୍ଷାବାହିନୀଙ୍କ ଦ୍ୱାରା ମହିଳାମାନଙ୍କ ସହ ଅସଦାଚରଣ ଓ ଆକ୍ରମଣ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ସନ୍ଧ୍ୟାରେ ରାଜଧାନୀ […]

bjp

bjp

Ordigital Desk
  • Published: Friday, 26 November 2021
  • Updated: 26 November 2021, 10:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ଗତକାଲି ଆକ୍ରମଣ ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ ହୋଇଛି। ପୁଲିସ ସହ ବିଜେପି କର୍ମୀମାନେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ତେବେ ଗତକାଲିର ଘଟଣା ପାଇଁ ବିଜେଡି ଓଲଟା ଅପରାଜିତାଙ୍କୁ ଦୋଷ ଦେଇଛି। ସାଂସଦଙ୍କ ଘରୋଇ ସୁରକ୍ଷାବାହିନୀଙ୍କ ଦ୍ୱାରା ମହିଳାମାନଙ୍କ ସହ ଅସଦାଚରଣ ଓ ଆକ୍ରମଣ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଲୋଏର ପିଏମଜିଠାରେ ବିଜେପି କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ। ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଏହି ବିକ୍ଷୋଭର ନେତୃତ୍ୱ ନେଇ କହିଛନ୍ତି ଯେ ଆଉ କେତେ ମହିଳାଙ୍କ ପ୍ରତି ଅତ୍ୟାଚାର ହେଲେ ଏ ସରକାର ଚେତିବେ। ରାଜ୍ୟରେ ନାରୀମାନଙ୍କ ଉପରେ ହେଉଥିବା ଏଭଳି ଅତ୍ୟାଚାର ଓ ନିର୍ଯାତନା ତୁରନ୍ତ ବନ୍ଦ ନହେଲେ ଆଗାମୀ ଦିନରେ ଗଳିକନ୍ଦିରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେ କହିଛନ୍ତି । ସେହିପରି ଦଳର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ଯେ, ଓଡ଼ିଶାରେ ଘଟୁଥିବା ନାରୀ ଜାତି ପ୍ରତି ଏପରି ଅତ୍ୟାଚାରକୁ ଯଦି ସରକାର ବନ୍ଦ ନକରନ୍ତି ତେବେ ଆଗାମୀ ଦିନରେ ଏହାର ଜବାବ ସାଧାରଣ ଲୋକେ ଦେବେ। ବିଜେଡ ଶାସନରେ ମହିଳା ବିପଦରେ ଅଛନ୍ତି । ମମିତା, ପରୀ, ମାଧବୀଲତା, ଇତିଶ୍ରୀ, ବେବିନାଙ୍କ ପରେ ବି ସରକାରଙ୍କ ଚେତା ପଶିନି । ଆଉ ମହିଳା ସାଂସଦ ଅପରାଜିିତା ଷଡ଼ଙ୍ଗୀଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ବିଜେପି କହିଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ବହୁ ମହିଳା ଓ ଯୁବ କର୍ମମାନେ ସାମିଲ ହୋଇଥିଲେ ।

ଅନ୍ୟପକ୍ଷରେ ବିଜେଡି ଏହି ଘଟଣାରେ ଅପରାଜିତାଙ୍କ ଉପରେ ଦୋଷ ଲଦିବାକୁ ପ୍ରୟାସ କରିଛି। ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେଉଁ ସ୍ୱାର୍ଥରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅସାମାଜିକ ଆଚରଣକୁ ରାଜ୍ୟ ବିଜେପି ସଭାପତି ସମର୍ଥନ ଦେଇଛନ୍ତି । ଅପରାଜିତାଙ୍କ ପ୍ରାଇଭେଟ୍ ସୁରକ୍ଷାକର୍ମୀମାନେ ମହିଳାମାନଙ୍କୁ ଅସଦାଚରଣ କରିଛନ୍ତି । ସାଂସଦଙ୍କ ଘରୋଇ ସୁରକ୍ଷା ବାହିନୀ ଆକ୍ରମଣ ଓ ଅସଦାଚରଣକୁ ଯେତେ ନିନ୍ଦା କଲେ ତାହା କମ୍ ହେବ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ମୁଖିଆ ହିସାବରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଏଭଳି ଅସାମାଜିକ ଆଚରଣକୁ ନିୟନ୍ତ୍ରଣ ନକରି କେଉଁ ବାଧ୍ୟବାଧକତାରେ ସାଂସଦଙ୍କ ସପକ୍ଷରେ ମତ ରଖିଲେ ତାହା ଆଶ୍ଚର୍ଯ୍ୟ କରୁଛି ବୋଲି ବିଜେଡି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos