ମୋଦିଙ୍କ ଜନ୍ମ ସପ୍ତାହରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରୁଥିବା ବିଜେପି ରାଜ୍ୟରେ ୨ଟି ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରିଛି। ୱେବିନାର ମାଧ୍ୟମରେ ଗତକାଲି ଓ ଆଜି ଏହି ଦୁଇଟି ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ତଥା ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ମୋଦି ଓ ଦେଶ ପ୍ରତି ତାଙ୍କର ସମର୍ପିତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ଆଜିର ଦ୍ୱିତୀୟ ଦିନର ବୁଦ୍ଧିଜୀବୀ ସମ୍ମିଳନୀରେ […]

PM-Narndra-Modi

PM-Narndra-Modi

Manoranjan Sial
  • Published: Saturday, 19 September 2020
  • Updated: 19 September 2020, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରୁଥିବା ବିଜେପି ରାଜ୍ୟରେ ୨ଟି ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରିଛି। ୱେବିନାର ମାଧ୍ୟମରେ ଗତକାଲି ଓ ଆଜି ଏହି ଦୁଇଟି ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ତଥା ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ମୋଦି ଓ ଦେଶ ପ୍ରତି ତାଙ୍କର ସମର୍ପିତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ।

ଆଜିର ଦ୍ୱିତୀୟ ଦିନର ବୁଦ୍ଧିଜୀବୀ ସମ୍ମିଳନୀରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଭୂବନେଶ୍ୱର, ପୁରୀ, ଆସ୍କା, ଗଂଜାମ ଓ କନ୍ଧମାଳ ପ୍ରମୁଖ ୧୨ଟି ଲୋକସଭା ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀ, ନାଗରିକ ଓ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲୋ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଥିଲେ ଯେ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ମୁଦ୍ରା ଯୋଜନା, କୋଭିଡ୍‌-୧୯ ସମୟରେ ଗରିବକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରୀତା କାରଣରୁ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇଛନ୍ତି। ସେହିପରି ଧାରା-୩୭୦ ଉଚ୍ଛେଦ, ଟ୍ରିପଲ ତଲାକ ବ୍ୟବସ୍ଥା ଉଚ୍ଛେଦ, ଜାମ୍ମୁ କାଶ୍ମୀର ଓ ଲଦାଖକୁ ପୃଥକ ରାଜ୍ୟ ଘୋଷଣା, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ବିବାଦର ସୁସମାଧାନ କରି ଦେଶବାସୀଙ୍କ ମନ ଭିତରେ ଆଶାର ସଂଚାର ସୃଷ୍ଟି କରିଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆଜି ପ୍ରତ୍ୟେକ ଦେଶବାସୀ ନିଜକୁ ଗର୍ବର ସହ ଭାରତୀୟ ବୋଲି ପରିଚୟ ଦେଇପାରୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଚାର ମୂଳରେ ଭାରତୀୟତା ଦୃଷ୍ଟିକୋଣ ପ୍ରତିଫଳିତ ହୁଏ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସ୍ୱାଗତ ଭାଷଣ ଦେଇଥିଲୋ ଅନ୍ୟତମ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ଶେଷରେ ଧନ୍ୟବାଦ ଜଣାଇଥିଲୋ ସେହିପରି ଗତକାଲି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର,ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଢେଙ୍କାନାଳ ପ୍ରମୁଖ ୯ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story