ରାଜ୍ୟରେ ଟେଷ୍ଟିଂ ବଢ଼ୁନଥିବାରୁ କରୋନା ସଂକ୍ରମଣ ବଢ଼ି ଚାଲିଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟେଷ୍ଟିଂ ପରିମାଣ ବୃଦ୍ଧି କରାଯିବାର ଅତ୍ୟନ୍ତ ଜରୁରୀ ଥିବାବେଳେ ରାଜ୍ୟ ସରକାର ଏହି ସଙ୍ଗୀନ ମହାମାରୀ ସ୍ଥିତିକୁ ଅତି ହାଲୁକା ଭାବେ ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ଉପରେ ପ୍ରଶ୍ନ ଉଠାଇ ଉପଯୁକ୍ତ […]

BJP

BJP

Ordigital Desk
  • Published: Wednesday, 21 April 2021
  • Updated: 21 April 2021, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟେଷ୍ଟିଂ ପରିମାଣ ବୃଦ୍ଧି କରାଯିବାର ଅତ୍ୟନ୍ତ ଜରୁରୀ ଥିବାବେଳେ ରାଜ୍ୟ ସରକାର ଏହି ସଙ୍ଗୀନ ମହାମାରୀ ସ୍ଥିତିକୁ ଅତି ହାଲୁକା ଭାବେ ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ଉପରେ ପ୍ରଶ୍ନ ଉଠାଇ ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରି ସ୍ୱାସ୍ଥ୍ୟ ସେବା ଯୋଗାଇବା ପରିବର୍ତ୍ତେ ଯେଭଳି ଭାବେ କରୋନା ମହାମାରୀ ସ୍ଥିତିକୁ ହାଲକା ଭାବେ ନେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କୋଭିଡ୍ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡ଼ିଶାବାସୀ ସାଂଘାତିକ କ୍ଷତି ଭୋଗିବେ ବୋଲି ବିଜେପି ଚେତାଇ ଦେଇଛି।

ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ସମ୍ବିଧାନିକ ଓ ନୈତିକ ଦାୟିତ୍ୱ। କେନ୍ଦ୍ର ସରକାର ଏହି ମହାମାରୀ ବିରୁଦ୍ଧ ଲଢ଼େଇରେ ସମସ୍ତ ପ୍ରକାରର ଜରୁରୀକାଳୀନ ସହଯୋଗ କ୍ରମାଗତ ଭାବେ ଯୋଗାଇ ଦେଇ ଆସୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତ୍ୱରିତ ପଦକ୍ଷେପ, ସହାୟତା ଓ କାର୍ଯ୍ୟଧାରାକୁ ପ୍ରଶଂସା କରିବା ପରିବର୍ତ୍ତେ ରାଜ୍ୟ ସରକାର ଓ ତାଙ୍କ ଅଫିସରମାନେ ବିଭିନ୍ନ ଆଳ ଦେଖାଇ ଚିରାଚରିତ ଭାବେ କେନ୍ଦ୍ରକୁ ଦୋଷ ଦେଇ ସମାଲୋଚନା କରିବାର ଅଭ୍ୟାସ ଜାରି ରଖିଛନ୍ତି। ଯାହାକି ଅତ୍ୟନ୍ତ ଲଜ୍ଜାଜନକ।

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଟେଷ୍ଟିଂର ପରିମାଣ ବହୁଗୁଣିତ କରିସାରିଥିବାବେଳେ ଏବେବି ଓଡ଼ିଶା ସରକାର ନିଦରେ ଶୋଇ ରହିଛନ୍ତି। କୋଭିଡ୍ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ଟେଷ୍ଟିଂ ରାଜ୍ୟର ପଂଚାୟତଠୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ହେଉଥିବା ତାହା ଏବେ ହେଉନାହିଁ। ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପରିବର୍ତ୍ତେ ହ୍ରାସ ପାଇଛି । ରାଜ୍ୟରେ କୋଭିଡ୍ ସଠିକ୍ ଭାବେ ଟେଷ୍ଟ ହେଉନଥିବାରୁ ସଂକ୍ରମିତ ଲୋକମାନେ ବହୁ ବିଳମ୍ବରେ ଅଧିକ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆସୁଛନ୍ତି। ଆଉ ସେମାନଙ୍କୁ ଅକ୍ସିଜେନ୍‌, ଆଇସିୟୁ ବେଡ୍‌, ଭେଣ୍ଟିଲେଟର ଭଳି ଚିକିତ୍ସା ସୁବିଧା ମିଳୁନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ସହ ଅଘଟଣ ମଧ୍ୟ ହେଉଛି।

ଓଡ଼ିଶା ଭଳି ରାଜ୍ୟରେ ସାଧାରଣ ଲୋକଙ୍କ ପାଖରେ ହୋମ୍ ଆଇସୋଲେସନର ସୁବିଧା ନଥିବାବେଳେ ରାଜ୍ୟ ସରକାର ହୋମ୍ ଆଇସୋଲେସନ ଉପରେ ଗୁରୁତ୍ୱ ଦେଉଛନ୍ତି। ଯାହାକି ସଂକ୍ରମଣ ରୋକିବା ଓ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦେବାରେ ବଡ଼ ବାଧକ ସାଜିଛି। ତେଣୁ ପ୍ରଥମେ ରାଜ୍ୟ ସରକାର କୋଭିଡ୍ ଟେଷ୍ଟିଂ ପରିମାଣକୁ ବହୁ ଗୁଣରେ ବୃଦ୍ଧି କରିବା ସହ ଭିତ୍ତିଭୂମି ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି ବିଜେପି ଦାବି କରିଛି।

ସେହିପରି କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଦେଇଥିବା ୫୬୭ଟି ଭେଣ୍ଟିଲେଟର ଏବେ କାହିଁକି ବ୍ୟବହାର ଉପଯୋଗୀ ହୋଇନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିବା ସହ ପୁଣିଥରେ ମୋଦି ସରକାର ପ୍ରତି ଜିଲ୍ଲାକୁ ୧୦ଟି ଲେଖାଏଁ ଭେଣ୍ଟିଲେଟର ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ସେ କହିଛନ୍ତି।

ବିଜେପିର ଏଭଳି ଅଭିଯୋଗକୁ ବିଜେଡି ସମାଲୋଚନା କରିଛି। ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକାଠି କାମ କରିବାକୁ ଚାହୁଁଥିବାବେଳେ ରାଜ୍ୟ ବିଜେପି ନେତାମାନେ ଏହା ଚାହୁଁନାହାନ୍ତି। ସେଥିପାଇଁ ସେମାନେ କରୋନାକୁ ନେଇ ହୀନ ରାଜନୀତି ଆରମ୍ଭ କରିଛନ୍ତି। କରୋନାବେଳେ ସମାଲୋଚନା ନକରି ବିଜେପି ନେତାମାନେ ବଡ଼ ହୃଦୟର ପରିଚୟ ଦିଅନ୍ତୁ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story