ଚାଷୀ ଆତ୍ମହତ୍ୟା ତଦନ୍ତ ରିପୋର୍ଟକୁ ନେଇ ରାଜନୀତି ଜୋର୍: ବିରୋଧୀଙ୍କ ସହ ସ୍ୱର ମିଳାଇଲେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଓ ଏହାର ତଦନ୍ତ ରିପୋର୍ଟକୁ ନେଇ ଜୋର ଧରିଛି ରାଜନୀତି। ଜିଲ୍ଲାପାଳଙ୍କ ଦ୍ୱାରା ହୋଇଥିବା ଚାଷୀ ମୃତ୍ୟୁ ତଦନ୍ତର ସତ୍ୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଏବେ ସେମାନଙ୍କ ସହ ସ୍ୱର ମିଳାଇଛନ୍ତି ଶାସକ ଦଳ ସାଂସଦ ନଗେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ କୃଷି ମନ୍ତ୍ରୀ କ’ଣ କହୁଛନ୍ତି ସେ ଜାଣି ନାହାନ୍ତି। ତେବେ ତିନିଟି କାରଣ ଯୋଗୁଁ ଚାଷୀମାନେ ଋଣ ନେଉଛନ୍ତି। ଆଉ ଯେତେବେଳେ ଫସଲ ନଷ୍ଟ […]

nagendra

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 04:06 PM IST

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଓ ଏହାର ତଦନ୍ତ ରିପୋର୍ଟକୁ ନେଇ ଜୋର ଧରିଛି ରାଜନୀତି। ଜିଲ୍ଲାପାଳଙ୍କ ଦ୍ୱାରା ହୋଇଥିବା ଚାଷୀ ମୃତ୍ୟୁ ତଦନ୍ତର ସତ୍ୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଏବେ ସେମାନଙ୍କ ସହ ସ୍ୱର ମିଳାଇଛନ୍ତି ଶାସକ ଦଳ ସାଂସଦ ନଗେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ କୃଷି ମନ୍ତ୍ରୀ କ’ଣ କହୁଛନ୍ତି ସେ ଜାଣି ନାହାନ୍ତି। ତେବେ ତିନିଟି କାରଣ ଯୋଗୁଁ ଚାଷୀମାନେ ଋଣ ନେଉଛନ୍ତି। ଆଉ ଯେତେବେଳେ ଫସଲ ନଷ୍ଟ ହୋଇଯାଉଛି ଋଣ ଶୁଝିବା ପାଇଁ ସେମାନଙ୍କ ପାଖରେ ଅନ୍ୟ କୌଣସି ଚାରା ରହୁନାହିଁ। ତେଣୁ ଚିନ୍ତାରେ ସେମାନେ ଆତ୍ମହତ୍ୟା କରୁଛନ୍ତି। ଋଣବୋଝ ଯୋଗୁଁ ସେମାନେ ଜୀବନ ହାରୁ ଛନ୍ତି।

ଅନ୍ୟପକ୍ଷରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ଏହା ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ନିଜସ୍ୱ ମତାମତ। ଦଳୀୟ ମୁଖପାତ୍ର ପ୍ରତାପ ଜେନା କହିଛନ୍ତି ଯେ ସାଂସଦ ନଗେନ୍ଦ୍ର ପ୍ରଧାନ ଜଣେ ଲୋକ ପ୍ରତିନିଧି। ତେଣୁ ଲୋକ ପ୍ରତିନିଧି ହିସାବରେ ସେ ଚାଷୀ ଆତ୍ମହତ୍ୟା ନେଇ ମତାମତ ରଖିଥିବେ। ତେବେ ସେ ଏହାକୁ କେତେ ତଦନ୍ତ କରି କହିଛନ୍ତି ତାହା ଜଣାନାହିଁ। ଏହା ତାଙ୍କର ନିଜସ୍ୱ ମତାମତ। ଏଥିରେ ଦଳର କିଛି କରିବାର ନାହିଁ। ଚାଷୀ ଆତ୍ମହତ୍ୟା ନେଇ ଜିଲ୍ଲାପାଳମାନେ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଜିଲ୍ଲାପାଳମାନେ ଜିଲ୍ଲାର ମୁଖ୍ୟ। ତେଣୁ ସେମାନେ ସତ୍ୟାସତ୍ୟ ଉପଲବ୍ଧ କଲା ପରେ ଯାଇ ରିପୋର୍ଟ ଦେଇଥିବେ। ତେଣୁ ସରକାର ସେମାନଙ୍କ କଥାକୁ ହିଁ ଗ୍ରହଣ କରିବେ।

ଅକ୍ଟୋବର ୨୯ ତାରିଖରେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ସରକାର କହିଥିଲେ ଯେ ରାଜ୍ୟରେ ୪୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କୌଣସି ଚାଷୀ ଋଣଭାର କି ଫସଲ ନଷ୍ଟ କାରଣରୁ ଆତ୍ମହତ୍ୟା କରି ନାହାନ୍ତି।  ଭିନ୍ନ କାରଣରୁ ଏମାନେ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଦର୍ଶାଯାଇଛି।

ଏହି ରିପୋର୍ଟକୁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ସାରିଛି। ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ ଆଦୌ କ୍ଷେତ୍ର ପରିଦର୍ଶନରେ ନଯାଇ ଜିଲ୍ଲାପାଳମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ଚାପରେ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

Related story