କରୋନା ଟଙ୍କା ଖାଇଯାଉଛନ୍ତି : ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କର୍ମଚାରୀମାନେ ଖାଇ ଯାଉଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଆଜି ଶ୍ରୀ ରାଉତରାୟ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାକୁ ନେଇ କ୍ଷୋଭ ବ୍ୟକ୍ତ କରି କହିଛନ୍ତି ଯେ, ଭୁବନେଶ୍ୱରର ୮୦ଭାଗ ଲୋକ ନିଜ ଖର୍ଚ୍ଚରେ କରୋନା ଟେଷ୍ଟ କରୁଛନ୍ତି । ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ପାଇଁ […]

sura

sura

Manoranjan Sial
  • Published: Saturday, 19 September 2020
  • Updated: 19 September 2020, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କର୍ମଚାରୀମାନେ ଖାଇ ଯାଉଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଆଜି ଶ୍ରୀ ରାଉତରାୟ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାକୁ ନେଇ କ୍ଷୋଭ ବ୍ୟକ୍ତ କରି କହିଛନ୍ତି ଯେ, ଭୁବନେଶ୍ୱରର ୮୦ଭାଗ ଲୋକ ନିଜ ଖର୍ଚ୍ଚରେ କରୋନା ଟେଷ୍ଟ କରୁଛନ୍ତି । ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ପାଇଁ ସରକାର କିଛି ବି କରୁନାହାନ୍ତି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ କେହି କିଛି କରୁନାହାନ୍ତି। କେନ୍ଦ୍ର ସରକାର ଯାହା ଟଙ୍କା ପଠାଉଛନ୍ତି ତାକୁ ଏଠି ସମସ୍ତେ ଖାଇ ଯାଉଛନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏବେ ଯେଉଁଭଳି ପରିସ୍ଥିତି ହେଲାଣି ପ୍ରତିଦିନ ୫୦-୬୦ଲୋକ ମରିଯାଉଛନ୍ତି। ଯେକୌଣସି ରୋଗୀ ଆସିଲେ ଆଗ କରୋନା ଟେଷ୍ଟ କରାଉଛନ୍ତି। କରୋନା ଟେଷ୍ଟ ନକଲେ ରୋଗୀଙ୍କୁ ଚିକିତ୍ସା କରୁନାହାନ୍ତି। ସେହି ଟେଷ୍ଟ କରୁକରୁ ଏପେଟ ହୃଦଘାତ, ମ୍ୟାଲେରିଆ ଓ ଟାଇଫଏଡ୍ ରୋଗୀ ମରିଯାଉଛନ୍ତି। ସମ୍ ହସ୍ପିଟାଲରେ ମାତ୍ର ୮୦୦ ଓ କିମସ୍ ହସ୍ପିଟାଲରେ ମାତ୍ର ୬୦୦ ବେଡ୍ ଅଛି। ଆଉ କେଉଁଠି କିଛି ନାହିଁ। ଲୋକେ ବେଡ୍ ପାଉନାହାନ୍ତି। ଟ୍ରିଟମେଣ୍ଟମିଳୁନି କି କିଛି ସୁବିଧା ନାହିଁ। ମଲେବି କେହି ଖୋଜୁନାହାନ୍ତି। ଯଦି ସାଧାରଣ ରୋଗୀର ବି ମୃତ୍ୟୁ ହେଉଛି ତା’ର ମୃତଦେହକୁ ଛାଡ଼ୁନାହାନ୍ତି। କରୋନା ଟେଷ୍ଟ କରୁଛନ୍ତି, ତାକୁ ନେଇ ଅନ୍ୟତ୍ର ପୋଡ଼ୁଛନ୍ତି। ଆଉ ସେବାବଦ ଅର୍ଥକୁ ଏଠି ମିଶି ଖାଇଯାଉଛନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖି ଭୁବନେଶ୍ୱରରେ କରୋନା ପରିଚାଳନାକୁ ନେଇ ବିଏମସିର ବିଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ସହ ହସ୍ତକ୍ଷେପ ନିମନ୍ତେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos