ଜିଏସଟି ଚୋରିକୁ ସମର୍ଥନ କରୁଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜାଜନକ ପରିସ୍ଥିତି ଦେଖାଦେଇଛି ଓ ଜିଏସଟି ଚୋରିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି। ଶ୍ରୀ କାନୁନଗୋ ଏକ ପ୍ରେସ୍ ବାର୍ତ୍ତାରେ କହିଚନ୍ତି ଯେ, ଜିଏସଟିର କ୍ଷତିଭରଣା କରିବା ପାଇଁ ରାଜ୍ୟମାନଙ୍କୁ କେବଳ ପ୍ରତିଶୃତି ଦିଆଯାଇନଥିଲା ସାମ୍ବିଧାନିକ ବ୍ୟବସ୍ଥା କରାଯାଇ ୨୦୨୨ ମସିହା ପର୍ଯ୍ୟନ୍ତ ୧୪%ରୁ କମ ଆଦାୟ ହେଲେ ତା’ର କ୍ଷତିପୂରଣ କେନ୍ଦ୍ର […]

Congress

Congress

Manoranjan Sial
  • Published: Saturday, 26 September 2020
  • Updated: 26 September 2020, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜାଜନକ ପରିସ୍ଥିତି ଦେଖାଦେଇଛି ଓ ଜିଏସଟି ଚୋରିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି।

ଶ୍ରୀ କାନୁନଗୋ ଏକ ପ୍ରେସ୍ ବାର୍ତ୍ତାରେ କହିଚନ୍ତି ଯେ, ଜିଏସଟିର କ୍ଷତିଭରଣା କରିବା ପାଇଁ ରାଜ୍ୟମାନଙ୍କୁ କେବଳ ପ୍ରତିଶୃତି ଦିଆଯାଇନଥିଲା ସାମ୍ବିଧାନିକ ବ୍ୟବସ୍ଥା କରାଯାଇ ୨୦୨୨ ମସିହା ପର୍ଯ୍ୟନ୍ତ ୧୪%ରୁ କମ ଆଦାୟ ହେଲେ ତା’ର କ୍ଷତିପୂରଣ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଦେବେ ବୋଲି କହିଥିଲେ। କେବଳ ସେତିକି ନୁହେଁ, ଗୋଟିଏ ଅଧିନିୟମ ପ୍ରସ୍ତୁତ କରାଯାଇଥିଲା। ସେସ୍ ଆଦାୟ ହେବ, ସେସ୍ ଫଣ୍ଡ ତିଆରି ହେବ ଏବଂ ସେହି ଫଣ୍ଡରୁ ସମସ୍ତଙ୍କୁ ଟଙ୍କା ବଂଟା ଯିବ। ଯେଉଁ ରାଜ୍ୟ ମାନଙ୍କରେ କମ ଆଦାୟ ହୋଇଥିବ ସେହି ରାଜ୍ୟମାନଙ୍କୁ ଟଙ୍କା ବଂଟା ଯିବ ଏବଂ ସେଥିରେ ଏକଥା ମଧ୍ୟ କୁହାଯାଇଥିଲା ଯଦି ଶେଷରେ ଟଙ୍କା ବଳିଲା ତାହା କିପରି ରାଜ୍ୟଗୁଡ଼ିକ ଓ କେନ୍ଦ୍ର ଭିତରେ ବଂଟନ ହେବ ସେ ବ୍ୟବସ୍ଥା ଏଥିରେ ମଧ୍ୟ ହେବ। ମାତ୍ର ଏବେ ସିଏଜି ରିପୋର୍ଟରେ ଆସିଛି ଯେ କେନ୍ଦ୍ର ସରକାର ଏହାକୁ ନିଜର କନ୍‌ସୋଲେଡେଟେଡ ଫଣ୍ଡକୁ ନେଇଯାଇଛନ୍ତି।

ଜିଏସ୍‌ଟି ଚୋରି ଧରାଯିବ ବୋଲି ସାରା ଭାରତବର୍ଷରେ ଡିଣ୍ଡିମ ପିଟାଯାଉଥିଲା କିନ୍ତୁ ଲଜ୍ଜ୍ୟାଜନକ ସ୍ଥିତି ହେଉଛି କି ସରକାର ସିଏଜି ରିପୋର୍ଟ ଅନୁସାରେ ସବୁଠାରୁ ବଡ଼ ଜିଏସଟି ଚୋର ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି। ସିଏଜିଙ୍କ ରିପୋର୍ଟ ଅନୁସାରେ ବିଗତ ୩ଟି ଆର୍ଥିକ ବର୍ଷରେ ପ୍ରାୟ ପାଖାପାଖି ୫୦ହଜାର କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ସେସ୍ ଟଙ୍କାକୁ ସରକାର ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଏଭଳି ବିଶ୍ୱାସଘାତକତା କରି ରାଜ୍ୟବାସୀଙ୍କୁ ସଂକଟକୁ ଠେଲି ଦେଇଛନ୍ତି। ଆଜି ଦିନରେ ଏହି ଚୋରିକୁ ଓଡ଼ିଶା ସରକାର ସହାୟତା ଦେଇଛନ୍ତି ଯାହାକି ଆଉ ଏକ ବିଶ୍ୱାସ ଘାତକତା। କାରଣ ଓଡ଼ିଶା ସରକାର ଏହାର ପ୍ରତିବାଦ କଲେ ନାହିଁ। କିନ୍ତୁ ଅନ୍ୟ ଯେଉଁମାନେ କେନ୍ଦ୍ର ବିଜେପି ସରକାରଙ୍କ ବିରୋଧି ସହ ଅଛନ୍ତି ସେମାନେ ତାଙ୍କ ରାଜ୍ୟର ଓ ଲୋକଙ୍କ ସ୍ୱାର୍ଥପାଇଁ ଜିଏସିଟି ବାବଦରେ ପାଟିକରି ନିଜର ହକ୍‌ପାଇଁ ଦାବିକରୁଛନ୍ତି। ଆଉ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ ଚୋର ଆଉ ଚୋରିକୁ ସମର୍ଥନ ଦେଇ ନିଜେ ନିଜର ମୁଖା ଖୋଲିଦେଇଛନ୍ତି ବୋଲି ଶ୍ରୀ କାନୁନଗୋ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos