୧୬ରେ ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ମେଗା ଶୋ’, ବିଜେଡି ଦେଖାଇବ ଦମ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ): ଚଳିତମାସ ୧୬ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମକୁ ତାଙ୍କ ଦଳ ବିଜେଡି ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ସମଗ୍ର ଜିଲ୍ଲାରେ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଜୋରଦାର କରିଛି। ଦଳର ପ୍ରାୟ ୧୭ମନ୍ତ୍ରୀ, ୭୦ ବିଧାୟକ, ୪୦ରୁ ଅଧିକ ଦଳୀୟ ପଦାଧିକାରୀଙ୍କୁ ଫେବୃୟାରୀ ୧୩ତାରିଖ ସୁଦ୍ଧା ସୁନ୍ଦରଗଡ଼ରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇିଛି। ମିଳିଥିବା ସୂଚନା […]

Naveen Patnaik

Naveen Patnaik

Manoranjan Sial
  • Published: Thursday, 04 February 2021
  • Updated: 04 February 2021, 08:33 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ଚଳିତମାସ ୧୬ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମକୁ ତାଙ୍କ ଦଳ ବିଜେଡି ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ସମଗ୍ର ଜିଲ୍ଲାରେ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଜୋରଦାର କରିଛି। ଦଳର ପ୍ରାୟ ୧୭ମନ୍ତ୍ରୀ, ୭୦ ବିଧାୟକ, ୪୦ରୁ ଅଧିକ ଦଳୀୟ ପଦାଧିକାରୀଙ୍କୁ ଫେବୃୟାରୀ ୧୩ତାରିଖ ସୁଦ୍ଧା ସୁନ୍ଦରଗଡ଼ରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇିଛି।

ମିଳିଥିବା ସୂଚନା ଅନୁସାରେ, ଗତମାସରେ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଭଳି ସୁନ୍ଦରଗଡ଼ ଜିଲ୍ଲାରେ ଅନୁରୂପ କାର୍ଯ୍ୟକ୍ରମ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୬ତାରିଖରେ ସରକାରୀ ଭାବେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ସେଠାରେ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଜିଲ୍ଲାର ୧୭ଟି ବ୍ଲକ, ୩ଟି ପୌରାଂଚଳ ଓ ଗୋଟିଏ ମହାନଗରର ପ୍ରାୟ ସାଢ଼େ ୪ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଅବା ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ଦଳୀୟ ଫାଇଦା ନେବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ୨୦୧୭ ପଂଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଏବେ ଫୋକସରେ ରଖି ଏସବୁ କାର୍ଯ୍ୟକ୍ରମ ହାତକୁ ନେଇଛି। ଗତ ପଂଚାୟତ ନିର୍ବାଚନରେ କଳାହାଣ୍ଡି ଭଳି ସୁନ୍ଦରଗଡ଼ ଜିଲ୍ଲାରେ ଦଳ ଖରାପ ପ୍ରଦର୍ଶନ କରିଥିଲା। ସାଧାରଣ ନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଅନ୍ୟ ସ୍ଥାନଗୁଡ଼ିକ ଭଳି ଉତ୍ସାହଜନକ ରହିନି। ତେଣୁ ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ସେଠାରେ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ମିଶି ସେମାନଙ୍କର ଆସ୍ଥାଭାଜନ ହେବାକୁ ପ୍ରୟାସ କରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦିନ ରାଜ୍ୟର ଉପକୂଳ ଓ ଅନ୍ୟାନ୍ୟ ଅଂଚଳରୁ ଯାଇଥିବା ଦଳୀୟ ବିଧାୟକ ଓ ନେତାମାନେ ସେଠାରେ ସ୍ଥାନୀୟ ନେତାମାନଙ୍କ ସହ ମିଶି ରାଜ୍ୟ ସରକାରଙ୍କର ସଫଳତାର ବାର୍ତ୍ତା ସେହି ଅଂଚଳର ସାଧାରଣ ଲୋକଙ୍କ ପାଖରେ ପହଂଚାଇବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ ଦାୟିତ୍ୱରେ ୧୭ଜଣ ମନ୍ତ୍ରୀ ଓ ୭୦ରୁ ଅଧିକ ବିଜେଡି ବିଧାୟକଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେମାନେ ସେଠାରେ ଭୁବନେଶ୍ୱରରୁ ଯାଇଥିବା ପ୍ରାୟ ୪୦ରୁ ଅଧିକ ପଦାଧିକାରୀ ଓ ସ୍ଥାନୀୟ କର୍ମୀମାନଙ୍କ ସହ ମିଶି ଗାଁ ଗହଳିରେ କାର୍ଯ୍ୟକ୍ରମର ଆୟୋଜନ କରିବେ। ନବୀନ ପଟ୍ଟନାୟକ ସରକାରର ସଫଳତାକୁ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଭୋଜିଭାତର ଆୟୋଜନ ମଧ୍ୟ କରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡ଼ିୟମ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସମସ୍ତ ବ୍ଲକରେ ସିନ୍ଥେଟିକ ହକି ଟର୍ଫ ସ୍ଥାପନର ଲୋକାର୍ପଣ, ବିଭିନ୍ନ ବ୍ଲକରେ ପ୍ରାୟ ହଜାରେ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ, ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଆଦି ସମେତ ବ୍ଲକର ବିଭିନ୍ନ ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଚିବାଳୟରେ ବସି ଯେଭଳି ବ୍ଲକସ୍ତରରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ପଂଚାୟତଗୁଡ଼ିକ ପ୍ରକଳ୍ପକୁ ସିଧାସଳଖ ଶିଳାନ୍ୟାସ କରୁଥିଲେ, ଏବେ ଅନୁରୂପ ଶୈଳୀରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ସେଠାରେ ସମସ୍ତ ବ୍ଲକର ବିଭିନ୍ନ ପ୍ରକଳ୍ପକୁ ଶିଳାନ୍ୟାସ କରୁଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ହେଉଥିଲେ ମଧ୍ୟ ବିଜେଡି ନିଜ ସ୍ତରରେ ବ୍ୟାପକ ଆୟୋଜନ କରି ସଂଗଠନକୁ ସୁଦୃଢ଼ ଓ ପୁନଃସଂଗଠିତ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାନୁୟାରୀ ୧୪ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତ କରି ସେଠାରେ ୨୦୮୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଏହି ସରକାରୀ କାର୍ଯ୍ୟକ୍ରମକୁ ମଧ୍ୟ ବିଜେଡି ନିଜ ଦଳବଳ ସହ ବ୍ୟାପକ ଆକାରରେ ଜିଲ୍ଲାସ୍ତରରେ ପାଳନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story