ମନ୍ତ୍ରୀଙ୍କ ଗାଡ଼ି ଆଗରେ ବିଜେପି-ବିଜେଡି କର୍ମୀ ପିଟାପିଟି

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମନ୍ତ୍ରୀଙ୍କ ଗାଡ଼ି ଆଗରେ ବିଜେପି ଓ ବିଜେଡି କର୍ମୀ ପିଟାପିଟି ହୋଇଛନ୍ତି। ଆଜି ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଟାଉନ୍‌ ଉପରେ। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ଉମରକୋଟ ଓ ରାଇଘର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାକୁ ଯାଇଥିଲେ ରାଜ୍ୟ କ୍ରିଡ଼ା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାର କାନ୍ତି ବେହେରା। ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଉମରକୋଟ ମ୍ୟୁନିସିପାଲିଟ୍‌ […]

Nabarangpur

Nabarangpur

Manoranjan Sial
  • Published: Saturday, 17 July 2021
  • Updated: 17 July 2021, 04:04 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମନ୍ତ୍ରୀଙ୍କ ଗାଡ଼ି ଆଗରେ ବିଜେପି ଓ ବିଜେଡି କର୍ମୀ ପିଟାପିଟି ହୋଇଛନ୍ତି। ଆଜି ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଟାଉନ୍‌ ଉପରେ। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି।

ଉମରକୋଟ ଓ ରାଇଘର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାକୁ ଯାଇଥିଲେ ରାଜ୍ୟ କ୍ରିଡ଼ା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାର କାନ୍ତି ବେହେରା। ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଉମରକୋଟ ମ୍ୟୁନିସିପାଲିଟ୍‌ ଅଧୀନରେ ଥିବା ମିନି ଷ୍ଟାଡିୟମ୍‌କୁ ଯାଇଥିଲେ। ସେଠାରେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପହଞ୍ଚିବା ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ଷ୍ଟାଡିୟମ୍‌ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ଯାହାକୁ ବିଜେପି କର୍ମୀମାନେ ବିରୋଧ କରିଥିଲେ। ଏପରିକି ମନ୍ତ୍ରୀଙ୍କୁ ବିଜେପି କର୍ମୀମାନେ କଳା ପତାକା ଦେଖାଇଥିଲେ। ଏହି ମାମଲାରେ ଉମରକୋଟ ପୁଲିସ ଦୁଇ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଥିଲା।

ଉମରକୋଟରେ କାର୍ଯ୍ୟକ୍ରମ ସାରି ଶ୍ରୀ ବେହେରା ରାଇଘର ଯାଇଥିଲେ। ରାଇଘର ଟାଉନ୍‌ ଭିତରେ ବିଜେପି କର୍ମୀମାନେ ତାଙ୍କୁ କଳା ପତାକା ଦେଖାଇଥିଲେ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜୀ ଦେଇଥିଲେ। ଯାହାକୁ ବିଜେଡି କର୍ମୀମାନେ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ମାଡ଼ପିଟ୍‌ ହୋଇଥିଲା। କିଛି ସମୟ ପାଇଁ ରାଇଘର ଟାଉନ୍‌ ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଉତ୍ତେଜନାକୁ ଆୟତ୍ତ କରିବାକୁ ଆସି ପୁଲିସ ନାକେଦମ୍‌ ହୋଇଥିଲା। ଏହି ମାମଲାରେ ରାଇଘର ପୁଲିସ ୨ ଜଣଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos