କୋରାପୁଟ୍‌ରେ ଫେଲ୍‌ ମାରିଲା ନବୀନ ମ୍ୟାଜିକ୍‌, ତାରା ଦେଖାଇଲେ ଦମ୍‌!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାବାସୀ ଶାସକ ଦଳ ବିଜେଡିକୁ ବଡ଼ ଝଟକା ଦେଇଛନ୍ତି। ଏଠି କାମ ଦେଇନି ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌। ଫେଲ୍‌ ମାରିଛି ଶାସଦ ଦଳର ସବୁ ଷ୍ଟ୍ରାଟେଜି। ଯାଦୁ ଦେଖାଇଛନ୍ତି କୋରାପୁଟ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ତାରା ବାହିନୀପତି। ଗତ ପଞ୍ଚାୟତ ନିର୍ବାଚନରେ ୨୪ଟି ଜିଲ୍ଲା ପରିଷଦ ଆସନ ହାତେଇ ଥିବା ବିଜେଡି ଏଥର ମାତ୍ର ୧୬ଟି ଆସନରେ ଆଣ୍ଠେଇ ପଡ଼ିଛି। ବିଜେଡି ହାତରୁ କଂଗ୍ରେସ ୧୨ ଆସନ ଛଡ଼ାଇ ନେଇଛି। […]

Naveen-and-Tara

Ordigital Desk
  • Published: Monday, 28 February 2022
  • , Updated: 28 February 2022, 07:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାବାସୀ ଶାସକ ଦଳ ବିଜେଡିକୁ ବଡ଼ ଝଟକା ଦେଇଛନ୍ତି। ଏଠି କାମ ଦେଇନି ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌। ଫେଲ୍‌ ମାରିଛି ଶାସଦ ଦଳର ସବୁ ଷ୍ଟ୍ରାଟେଜି। ଯାଦୁ ଦେଖାଇଛନ୍ତି କୋରାପୁଟ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ତାରା ବାହିନୀପତି। ଗତ ପଞ୍ଚାୟତ ନିର୍ବାଚନରେ ୨୪ଟି ଜିଲ୍ଲା ପରିଷଦ ଆସନ ହାତେଇ ଥିବା ବିଜେଡି ଏଥର ମାତ୍ର ୧୬ଟି ଆସନରେ ଆଣ୍ଠେଇ ପଡ଼ିଛି। ବିଜେଡି ହାତରୁ କଂଗ୍ରେସ ୧୨ ଆସନ ଛଡ଼ାଇ ନେଇଛି। ତାରାଙ୍କ ରଣନୀତି ଯୋଗୁ ଏହା ସମ୍ଭବ ହୋଇଥିବା ଆଲୋଚନା ହେଉଛି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରାଙ୍କ ମତଭେଦ ପଦାରେ ପଡ଼ିଥିଲା। ଉଭୟେ ତୁତୁ ମେଁ ମେଁ ହୋଇଥିଲେ। ଏହା ସତ୍ତ୍ୱେ ଏହି ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଆଉ ବିଜେଡିକୁ କଡ଼ା ଟକ୍କର ଦେଇଛି। ଗୋଷ୍ଠୀ କନ୍ଦଳର ପ୍ରଭାବ ଲୋକଙ୍କ ଉପରେ ଜମାରୁ ପଡ଼ିନାହିଁ। କୋରାପୁଟ୍‌ବାସୀ ଦିଲ୍‌ ଖୋଲି କଂଗ୍ରେସକୁ ଭୋଟ୍‌ ଦେଇଛନ୍ତି। ଯଦିଓ କଂଗ୍ରେସ ଅଧ୍ୟକ୍ଷ ପଦ ହାତେଇ ପାରିନି କିନ୍ତୁ ଶାସକ ବିଜେଡିକୁ କଡ଼ା ଟକ୍କର ଦେଇପାରିଛି।

ଚଳିତ ପଞ୍ଚାୟତ ନିର୍ବାଚନରେ ଫଳାଫଳ ରାଜ୍ୟରେ ସଂପୂର୍ଣ୍ଣ ଏକ ତରଫା ହୋଇଥିବା ବେଳେ କୋରାପୁଟ ଜିଲ୍ଲାରେ ରେଜଲ୍ଟ ସମସ୍ତଙ୍କୁ ବେଶ୍‌ ଚକିତ କରିଛି। ୨୦୧୭ ମସିହାରେ ଗଡ଼ ହାତେଇ ଥିବା ବିଜେଡିକୁ ପାଣି ପିଆଇ ଦେଇଛି କଂଗ୍ରେସର ରଣନୀତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୪, କଂଗ୍ରେସ ୪ ଓ ବିଜେପି ଗୋଟିଏ ଆସନ ହାତେଇଥିଲା। ଏଥର ୨୯ଟି ଜିଲ୍ଲା ପରିଷଦ ଆସନ ଭିତରୁ ବିଜେଡି ୧୬, କଂଗ୍ରେସ ୧୨ ଓ ଜଣେ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ (କୋଟିଆ) ବିଜୟୀ ହୋଇଛନ୍ତି।

ଶାସକ ବିଜେଡି ପ୍ରଥମ ଦିନରେ ୮ଟିରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଦିନ ଗଣତିରେ ୮ଟି ଆସନରେ ବାଜି ମାରିନେଇଛି। ଠିକ୍ ସେମିତି ପ୍ରଥମ ଦିନରେ କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଆଉ ୭ଟି ଆସନକୁ ହାତେଇ ନେଇଛି। ତେବେ ଜୟପୁର ସବଡିଭିଜିନ୍‌ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଛି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା, ଚନ୍ଦ୍ର ଶେଖର ମାଝି ଓ ନବରଙ୍ଗପୁରର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ବିଜେଡିରେ ସାମିଲ ହୋଇଥିଲେ। ଏମାନେ ବିଜେଡିରେ ସାମିଲ ହୋଇନଥିଲେ ମଧ୍ୟ ତାରାକୁ ଅଟକାଇ ପାରି ନାହାନ୍ତି। ତାରା ସମସ୍ତଙ୍କୁ ଚକ୍‌ମା ଦେଇଛନ୍ତି। ନିଜ ଜିଲ୍ଲାରେ ନିଜର ଦବ୍‌ଦବା କାଏମ୍‌ ରଖିଛନ୍ତି।

Related story