ଭୁବନେଶ୍ୱରରେ ହଜିଗଲେ କି କମ୍ୟୁନିଷ୍ଟିଆ!

ଭୁବନେଶ୍ୱର (ଅର୍ଦ୍ଧେନ୍ଦୁ ଶେଖର): ରାଜଧାନୀ ଭୁବନେଶ୍ୱରରେ ଏକଦା ଦବଦବା ଥିବା ବାମପନ୍ଥୀ ଦଳ ସିପିଆଇ ଓ ସିପିଏମ୍‌ ଗୁଡ଼ିକ ହଜିଯିବାକୁ ବସିଲେଣି! ସେମାନେ ପୂର୍ବପରି ଆଉ ସମୟ ସହିତ ତାଳ ଦେଇପାରୁନଥିବା ପରି ଲାଗୁଛି। ଏପରି କହିବାର କାରଣ ହେଉଛି, ସଦ୍ୟ ହେଉଥିବା ନିର୍ବାଚନରେ ଦୁଇ ଦଳ ମେୟର ପ୍ରାର୍ଥୀ ଦେଇପାରୁନାହାନ୍ତି। ରାଜଧାନୀ ଭୁବନେଶ୍ୱରରେ ମାତ୍ର ୮ ଜଣ କର୍ପୋରେଟର ପ୍ରାର୍ଥୀ ଲଢ଼ୁଛନ୍ତି। ଏଥିରୁ ଅନୁମେୟ ହେଉଛି ଲାଲ୍‌ ସଲାମର ନାରା ଦେଉଥିବା ବାମଦଳ ତା’ର ଅସ୍ତିତ୍ୱ […]

CPI-and-CPM

Manoranjan Sial
  • Published: Wednesday, 16 March 2022
  • , Updated: 16 March 2022, 03:52 PM IST

ଭୁବନେଶ୍ୱର (ଅର୍ଦ୍ଧେନ୍ଦୁ ଶେଖର): ରାଜଧାନୀ ଭୁବନେଶ୍ୱରରେ ଏକଦା ଦବଦବା ଥିବା ବାମପନ୍ଥୀ ଦଳ ସିପିଆଇ ଓ ସିପିଏମ୍‌ ଗୁଡ଼ିକ ହଜିଯିବାକୁ ବସିଲେଣି! ସେମାନେ ପୂର୍ବପରି ଆଉ ସମୟ ସହିତ ତାଳ ଦେଇପାରୁନଥିବା ପରି ଲାଗୁଛି। ଏପରି କହିବାର କାରଣ ହେଉଛି, ସଦ୍ୟ ହେଉଥିବା ନିର୍ବାଚନରେ ଦୁଇ ଦଳ ମେୟର ପ୍ରାର୍ଥୀ ଦେଇପାରୁନାହାନ୍ତି। ରାଜଧାନୀ ଭୁବନେଶ୍ୱରରେ ମାତ୍ର ୮ ଜଣ କର୍ପୋରେଟର ପ୍ରାର୍ଥୀ ଲଢ଼ୁଛନ୍ତି। ଏଥିରୁ ଅନୁମେୟ ହେଉଛି ଲାଲ୍‌ ସଲାମର ନାରା ଦେଉଥିବା ବାମଦଳ ତା’ର ଅସ୍ତିତ୍ୱ ହରାଇ ବସିଛି।

ଓଡ଼ିଶାର ରାଜଧାନୀ ହେଉଛି ଭୁବନେଶ୍ୱର। ଆଉ ଭୁବନେଶ୍ୱର ଲୋକସଭା ଆସନରୁ ସିପିଆଇ ପ୍ରାର୍ଥୀ ତିନି ଥର ବିଜୟୀ ହୋଇଥିଲେ। ସେ ଆଉ କେହି ନୁହେଁନ୍ତି, ସେ ହେଉଛି ଶିବାଜୀ ପଟ୍ଟନାୟକ। ଜନତା ଦଳ ସମର୍ଥନରେ ଜିତିଥିଲେ ସୁଦ୍ଧା ରାଜଧାନୀରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆର ଦବ୍‌ଦବା ଥିଲା।

ସେହିପରି ୧୯୮୦ରୁ ୮୫ ମସିହା ମଧ୍ୟରେ ରାମକୃଷ୍ଣ ପତି ବିଧାୟକ ହୋଇଥିଲେ। ପଟିଆ ଅଞ୍ଚଳର ପାଞ୍ଚ ପଞ୍ଚାୟତରେ ତାଙ୍କ ଦବଦବା ଥିଲା। ଭୁବନେଶ୍ୱର ସହରର ଯେତିକି ମୂଳ ଗାଁ ପ୍ରତ୍ୟେକଟିରେ ବାମପନ୍ଥୀ ଦଳଗୁଡ଼ିକର କଥା ରହୁଥିଲା। ମାତ୍ର ସମୟ ଏବେ ଏମିତି ଆସିଛି ଯେ ଉଭୟ ସିପିଆଇ ଓ ସିପିଏମ୍ ଭୁବନେଶ୍ୱର ମେୟର ପଦବୀ ପାଇଁ ପ୍ରାର୍ଥୀ ଦେଇପାରି ନାହାନ୍ତି। ଏଥର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସିପିଆଇ ମାତ୍ର ଦୁଇ ଜଣ ଓ ସିପିଏମ୍ ୬ ଜଣଙ୍କୁ ମୈଦାନକୁ ଓହ୍ଲାଇଛି। ସାମ୍ପ୍ରତିକ ରାଜନୈତିକ ଦଳଗୁଡ଼ିକ ସହିତ ଆଉ ତାଳ ଦେଇପାରୁ ନାହାନ୍ତି ବାମପନ୍ଥୀ ନେତା। ସାମ୍ପ୍ରତିକ ରାଜନୈତିକ ଦଳଗୁଡ଼ିକ ସହିତ ଆଉ ତାଳ ଦେଇପାରୁ ନାହାନ୍ତି ବାମପନ୍ଥୀ ନେତା।

ଏକଦା ବିଜୁ ଜନତା ଦଳ ସହିତ ବାମପନ୍ଥୀ ଦଳଗୁଡ଼ିକ ମେଣ୍ଟ କିରସାରିଛନ୍ତି। ଗଞ୍ଜାମ, ଆସ୍କା ଓ ବାଲେଶ୍ୱର ଭଳି ସହରରେ ଗୋଟିଏ ସମୟରେ ବାମପନ୍ଥୀ ଦଳ ପୌର ପରିଷଦ ମଧ୍ୟ ଗଢ଼ି ସାରିଛନ୍ତି। ମାତ୍ର ଆଜିକାଲି କ’ଣ ହେଲା କେଜାଣି ବିଧାନସଭା ଚାଲିଥିବା ସମୟରେ ଲୋୟର ପିଏମ୍‌ଜିକୁ ଛାଡ଼ିଦେଲେ ଅନ୍ୟ କେଉଁଠି ଲାଲ୍ ଝଣ୍ଡା ଆଉ ଦେଖିବାକୁ ମିଳୁନାହିଁ। ଭାରତ ଭଳି ଏକ ବହୁଦଳୀୟ ଗାଣତାନ୍ତ୍ରିକ ଦେଶରେ କୌଣସି ଦଳ ଦୁର୍ବଳ ହେବା ବା ବିଳୟ ହୋଇଯିବା ଲାଗି ରହିଛି। ଯେଉଁଥିପାଇଁ ନିଜର ବାମପନ୍ଥୀ ଚିନ୍ତାଧାରାକୁ ନେଇ ଉଭୟ କଂଗ୍ରେସ ଓ ଦକ୍ଷୀଣପନ୍ଥୀ ଦଳ ଗୁଡ଼ିକୁ କଡ଼ା ଟକ୍କର ଦେଉଥିବା ବାମପନ୍ଥୀଙ୍କ ସ୍ୱର ଆଜିକାଲି କିନ୍ତୁ ଆଉ ଶୁଣିବାକୁ ମିଳୁନାହିଁ। ଏହାର ଉଦାହରଣ ହେଉଛି ଭୁବନେଶ୍ୱର ସହର।

https://youtu.be/f_IlOdgS598

Related story