ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଶନିବାର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ ପୁଣି ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଭରସା କରିଛି। ସତ୍ୟଭୂଷଣଙ୍କୁ ପ୍ରାର୍ଥୀ କରାଯିବା ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ ପରେ ତାଙ୍କ ନାଁ ଘୋଷଣା କରାଯାଇଛି। ପଦ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ସତ୍ୟଭୂଷଣ ସାହୁ କହିଛନ୍ତି ଯେ ସେ ଏହି ଉପନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ସବୁ ନେତା […]

Satya Bhusan Sahu

  • Published: Saturday, 12 November 2022
  • , Updated: 12 November 2022, 07:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଶନିବାର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ ପୁଣି ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଭରସା କରିଛି। ସତ୍ୟଭୂଷଣଙ୍କୁ ପ୍ରାର୍ଥୀ କରାଯିବା ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ ପରେ ତାଙ୍କ ନାଁ ଘୋଷଣା କରାଯାଇଛି।

ପଦ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ସତ୍ୟଭୂଷଣ ସାହୁ କହିଛନ୍ତି ଯେ ସେ ଏହି ଉପନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ସବୁ ନେତା ପଦ୍ମପୁରରେ କ୍ୟାମ୍ପ କରି ଦଳକୁ ବିଜୟୀ କରାଇବେ। ଦଳ ସବୁ ପ୍ରକାର ସହଯୋଗ କରିବ ବୋଲି କହିଛି। ପଦ୍ମପୁରରେ ସେ ବିଜୟ ହେବା ନେଇ ନିଶ୍ଚିତ ଅଛନ୍ତି ବୋଲି କହିଛନ୍ତି।

ସତ୍ୟଭୂଷଣ ପୂର୍ବରୁ ପଦ୍ମପୁରରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୦ରେ ସେ ପ୍ରଥମେ ପଦ୍ମପୁରରୁ ନିର୍ବାଚିତ ହୋଇଥିଲେ। ତା’ପରେ ୧୯୮୫ରେ ପୁଣି ନିର୍ବାଚିତ ହୋଇଥିଲେ। ୨୦୦୪ରେ ତୃତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସତ୍ୟଭୂଷଣ। ୨୦୧୯ ନିର୍ବାଚନରେ ସେ ୩ ନମ୍ବରରେ ରହିଥିଲେ। ସେ ୩୨ ହଜାରରୁ ଅଧିକ ଭୋଟ୍ ପାଇଥିଲେ।

ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପୁଣି ଥରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଉପରେ ଭରସା କରିଛି। ଦଳ ତାଙ୍କୁ ଟିକେଟ୍ ଦେଇଛି। ସେ ୨୦୧୪ରେ ଏହି ଆସନରୁ ଜିତିଥିଲେ। ତେବେ ୨୦୧୯ରେ ହାରି ଯାଇଥିଲେ। ଅନ୍ୟପକ୍ଷରେ ବିଜେଡି ଏଯାଏଁ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଦଳ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବ ନା ଆଉ କାହାକୁ କରିବ, ତାହା ସ୍ପଷ୍ଟ ହୋଇପାରିନି। ଦଳ ଭିତରେ ଏହାକୁ ନେଇ ଦ୍ୱିମତ ରହିଥିବା ଜଣାପଡ଼ିଛି।

Related story