ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ବର୍ଷିଲା କଂଗ୍ରେସ, ପଚାରିଲା ୧୦ଟି ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ କଂଗ୍ରେସ ପ୍ରତି ବିବାଦୀୟ ଟିପ୍ପଣୀ ଦେବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟସଭାରେ ପ୍ରଶଂସା କରିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ବର୍ଷିଛି । ରାଜ୍ୟ କଂଗ୍ରେସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ବିଜେଡ଼ି ଓ ବିଜେପି ସମ୍ପର୍କ ଅତି ନିବିଡ଼। ପ୍ରଧାନମନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। କିନ୍ତୁ ସାଢ଼େ ଚାରିକୋଟି ଓଡ଼ିଆଙ୍କର ନ୍ୟାର୍ଯ୍ୟଦାବି ଓ […]

manoj-mohapatra

Ordigital Desk
  • Published: Wednesday, 09 February 2022
  • , Updated: 09 February 2022, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ କଂଗ୍ରେସ ପ୍ରତି ବିବାଦୀୟ ଟିପ୍ପଣୀ ଦେବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟସଭାରେ ପ୍ରଶଂସା କରିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ବର୍ଷିଛି ।

ରାଜ୍ୟ କଂଗ୍ରେସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ବିଜେଡ଼ି ଓ ବିଜେପି ସମ୍ପର୍କ ଅତି ନିବିଡ଼। ପ୍ରଧାନମନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। କିନ୍ତୁ ସାଢ଼େ ଚାରିକୋଟି ଓଡ଼ିଆଙ୍କର ନ୍ୟାର୍ଯ୍ୟଦାବି ଓ ଅଧିକାର ଦେବାରେ ବିଜେପି ସରକାର ବିଫଳ। କେବଳ ପ୍ରଶଂସା କରିଲେ ଚଳିବ ନାହିଁ ଓଡ଼ିଆଙ୍କୁ ତାଙ୍କର ଅଧିକାର ଦିଆଯାଉ ବୋଲି ଦାବି କରି ୧୦ଟି ପ୍ରଶ୍ନ ପଚାରିଛି। କେନ୍ଦ୍ର ସରକାର ଓଡ଼ିଶାକୁ କାହିଁକି ତା’ର ହକ୍ ଦେଉନାହାନ୍ତି।

ରାଜ୍ୟରେ ଏକମାତ୍ର ବିଜୁ ପଟ୍ଟନାୟକ ଆର୍ନ୍ତଜାର୍ତିକ ବିମାନ ବନ୍ଦରକୁ ଆଦାନୀ ହାତରେ ଟେକି ଦେବା ଓଡ଼ିଆ ସ୍ୱାଭିମାନ ବିରୋଧି ନୁହେଁ କି? ନୀଳାଚଳ ଇସ୍ପାତ ନିଗମ ବିକ୍ରି କାହା ସ୍ୱାର୍ଥରେ? ରାଉରକେଲା ଷ୍ଟିଲପ୍ଲାଂଟ ଓ ନାଲକୋର ଘରୋଇକରଣ ଓ ଜନସ୍ୱାର୍ଥ ବିରୋଧି ? ଏହାକୁ ଘରୋଇ କମ୍ପାନୀକୁ ଟେକିଦେବାର ଷଡ଼ଯନ୍ତ୍ରର କାରଣ କ’ଣ ? କେନ୍ଦ୍ର ରେଳମନ୍ତ୍ରୀ କହିଲେ ଜାଗା ଦେବେ କାରଖାନା ପ୍ରତିଷ୍ଠା ହେବ, କିନ୍ତୁ କଂଟାବାଞ୍ଜି ଓ ଶୀତଳାପଲ୍ଲୀ ଠାରେ ରାଜ୍ୟ ସରକାର ଯୋଗାଇ ଦେଇଥିବା ଜମିରେ ରେଳ ୱାଗନ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଯାଉ ନାହିଁ କାହିଁକି? ଚଳିତ ବର୍ଷର ବଜେଟ୍ ଭୁବନେଶ୍ୱର ରେଳଷ୍ଟେସନ ପାଇଁ କୌଣସି ଅର୍ଥ ବ୍ୟୟବରାଦ ହୋଇନାହିଁ, କିନ୍ତୁ ବିଶ୍ୱସ୍ତରୀୟ ରେଳଷ୍ଟେସନର ସ୍ୱପ୍ନ ପୂରଣ ହେବ କେବେ? ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ବୁଲେଟ ଟ୍ରେନର ସ୍ୱପ୍ନ ଦେଖାଇଥିଲେ? ତା’ହେଲେ ଦେଶରେ ସର୍ବାଧିକ ବେରୋଜଗାର କାହିଁକି? ୪୮୦ କିଲୋମିଟରର କୋଷ୍ଟାଲ ହାଇୱେ ଗଲା କୁଆଡ଼େ? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଘୋଷଣା କରିବେ କେବେ? ୨୦୨୧ ଜନଗଣନାରେ ପଛୁଆବର୍ଗକୁ ଅର୍ନ୍ତଭୁକ୍ତ କରି ଏକ ଜାତିଭିତ୍ତିକ ଜନଗଣନା କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରୁନାହିଁ କାହିଁକି?

ଓଡ଼ିଶା ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ ବିଲ ପାଇଁ ଦାବି କରି ଆସୁଛନ୍ତି । କିନ୍ତୁ ଏହି ବିଲ୍ ସଂସଦରେ ଆସୁନି କାହିଁକି? ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଗରିବ ରାଜ୍ୟ ଓଡ଼ିଶାର ବିକାଶ ପାଇଁ ୟୁପିଏ ସରକାରଙ୍କ ଦ୍ୱାରା ଗଠିତ ରଘୁରାମ ରାଜନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା ସହ ଓଡ଼ିଶାକୁ ସ୍ପେଶିଆଲ ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ଏହାସହିତ ରାଜ୍ୟରେ ଥିବା ରାଜପଥଜନିତ ସମସ୍ୟାଗୁଡ଼ିକର ସମାଧାନ କେବେ ହେବ ବୋଲି କଂଗ୍ରେସ ପ୍ରଶ୍ନ କରି ଏହାର ଉତ୍ତର ବିଜେପିଠୁ ଦାବି କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, ଚିନ୍ମୟସୁନ୍ଦର ଦାସ,ଶାନ୍ତନୁ ସାହୁ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related story