ପ୍ରବେଶ କର ଦୁର୍ନୀତି, ହିସାବ ମାଗିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂଷଣ କମ୍ପାନୀ ପାଖରେ ୧୪୦କୋଟି ଟଙ୍କା ବୁଡ଼ିଲା ପରେ ଆଉ କେଉଁ ଶିଳ୍ପସଂସ୍ଥାଠୁ ପ୍ରବେଶ କର ବାବଦରେ କେତେ ଟଙ୍କା ଆଦାୟ ହୋଇଛି ତା’ର ହିସାବ ରାଜ୍ୟ ସରକାର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏହାସହିତ ଭୂଷଣ ପାଖରେ ଏତେ ଟଙ୍କା ବୁଡ଼ିବା ପାଇଁ ଦାୟୀ ନେତା ଓ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ କହିଛି। ପିସିସି ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରବେଶ […]

congress

Manoranjan Sial
  • Published: Thursday, 13 August 2020
  • , Updated: 13 August 2020, 10:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂଷଣ କମ୍ପାନୀ ପାଖରେ ୧୪୦କୋଟି ଟଙ୍କା ବୁଡ଼ିଲା ପରେ ଆଉ କେଉଁ ଶିଳ୍ପସଂସ୍ଥାଠୁ ପ୍ରବେଶ କର ବାବଦରେ କେତେ ଟଙ୍କା ଆଦାୟ ହୋଇଛି ତା’ର ହିସାବ ରାଜ୍ୟ ସରକାର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏହାସହିତ ଭୂଷଣ ପାଖରେ ଏତେ ଟଙ୍କା ବୁଡ଼ିବା ପାଇଁ ଦାୟୀ ନେତା ଓ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ କହିଛି।

ପିସିସି ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରବେଶ କର ଆଦାୟରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭୂଷଣକୁ ପ୍ରବେଶ କରରେ ଅନୁକମ୍ପା ବା ଦୁର୍ନୀତିରେ ସମ୍ପୃକ୍ତ ରାଜନେତା ଓ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କେଉଁ ଶିଳ୍ପ ସଂସ୍ଥା ଠାରୁ କେତେ ପରିମାଣର ପ୍ରବେଶ କର ରାଶି ଆଦାୟ କରାଯାଇଛି ତା’ର ତାଲିକା ପ୍ରକାଶ କରନ୍ତୁ ସରକାର ପ୍ରକାଶ କରିବା ସହ ଯେଉଁ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ଅଦ୍ୟାବଧି ପ୍ରବେଶ କର ଆଦାୟ କରାଯାଇପାରି ନାହିଁ, ସେ ବାବଦରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତୁରନ୍ତ ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ ଟ୍ରିବ୍ୟୁନାଲଙ୍କ ୨୦୨୦ ଫେବୃଆରୀ ୧୭ ନିର୍ଦେଶନାମାରେ ଯଦି ଭୂଷଣ ପାୱାର ଓ ଷ୍ଟିଲ କମ୍ପାନୀ ମାମଲାରେ ଓଡ଼ିଶା ସରକାରଙ୍କ ଭୂମିକା ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ନଥାନ୍ତା ତେବେ ପ୍ରବେଶକର ଘଟଣା ଜଣାପଡ଼ିନଥାନ୍ତା। ସୁଧମୂଳ ମିଶି ଏବାବଦରେ ବକେୟା ରାଶି ୨ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ପହଂଚିଲାଣି। ଓଡ଼ିଶାବାସୀଙ୍କ ଏହି ଅର୍ଥକୁ ଫେରି ପାଇବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ପ୍ରକାଶ କରନ୍ତୁ। ବିଶେଷ କରି ଘୋଟାଲାରେ ସଂପୃକ୍ତ ରାଜନେତା, ଅଧିକାରୀଙ୍କ ବିରୁଦ୍ଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବିଷୟରେ ଜଣାନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୧୬ ନଭେମ୍ବର ୧୧ରେ ପ୍ରବେଶ କର ଆଇନ ବୈଧତାକୁ ସୁପ୍ରିମକୋର୍ଟଙ୍କ ୯ଜଣିଆ ଖଣ୍ଡପୀଠଙ୍କ ସ୍ୱୀକୃତି ଦେବା ପରେ କେତେଟି ସଂସ୍ଥା ଠାରୁ କେତେ ପରିମାଣର ପ୍ରବେଶ କର ଆଦାୟ ପାଇଁ ରାଜ୍ୟ ସରକାର ନୋଟିସ କରିଥିଲେ ଏବଂ ପରେ ଏବାବଦରେ କେତେ ପରିମାଣର ରାଜସ୍ୱ ଆଦାୟ ହୋଇଛି, ରାଜ୍ୟବାସୀଙ୍କ ଅବଗତି ନିମନ୍ତେ ସଂପୃକ୍ତ ସଂସ୍ଥାର ନାମ ଓ ଆଦାୟ ରାଶି ପରିମାଣର ଏକ ବିସ୍ତୃତ ତାଲିକା ତୁରନ୍ତ ପ୍ରକାଶ କରାଯାଉ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ଆଇନ୍‌ଜୀବୀ ଶ୍ରୀ ମିଶ୍ର ଦାବି କରିଛନ୍ତି। ଗତ ସପ୍ତାହରେ ମଧ୍ୟ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଇ ଥିଲା।

Related story