ବିଜୁ ସ୍ମାର୍ଟ କାର୍ଡ ଖାଲି ଏକ ପ୍ରହସନ: ୭ଟି ପ୍ରଶ୍ନ ପଚାରିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନ କରାଯିବା କେବଳ ଏକ ପ୍ରହସନ ବୋଲି କଂଗ୍ରେସ କହିବା ସହ ୭ଟିୂ ପ୍ରଶ୍ନ ପଚାରିଛି । ଏସବୁ ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ଦାବି କରିଛି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରି କହିଛନ୍ତି […]

panchanana-kanungoo2

Ordigital Desk
  • Published: Friday, 07 January 2022
  • , Updated: 07 January 2022, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନ କରାଯିବା କେବଳ ଏକ ପ୍ରହସନ ବୋଲି କଂଗ୍ରେସ କହିବା ସହ ୭ଟିୂ ପ୍ରଶ୍ନ ପଚାରିଛି । ଏସବୁ ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ଦାବି କରିଛି ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ସ୍ୱାସ୍ଥ୍ୟ ସହାୟତା ପାଇଁ ରାଜ୍ୟର ୯୬.୫ ଲକ୍ଷ ପରିବାର ନିମନ୍ତେ ମୋଟ ୧୫୦ କୋଟି ବ୍ୟୟ ବରାଦ ହୋଇଛି । ଅଥଚ ପ୍ରଚାର, ପ୍ରସାର ବିଜ୍ଞାପନ ଖର୍ଚ୍ଚ ପାଇଁ ୧୦୦ କୋଟି ଖର୍ଚ୍ଚ କରାଯାଇଛି । ସେଥିରେ ୫୩ ହଜାର ଗାଁକୁ ୫୦୦୦ ଟଙ୍କା ହିସାବରେ ୨୬.୫ କୋଟି ଅନ୍ତର୍ଭୁକ୍ତ । ସମ୍ବାଦପତ୍ର ଓ ଟିଭି ବିଜ୍ଞାପନ ବାବଦରେ୧୧.୫ କୋଟି ସାମିଲ ଥିବାବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଡ ବଂଟନ ବାବଦରେ ପାଖାପାଖି କାର୍ଡ଼ ଛପା ଖର୍ଚ୍ଚ ଓ ଉତ୍ସବ ନିମନ୍ତେ ଅନ୍ୟାନ୍ୟ ୦୭ କୋଟି ଖର୍ଚ୍ଚ ହୋଇଛି । ଏହା ସତ ନା ନାହିଁ, ସେ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ କାନୁନଗୋ ଦାବି କରିଛନ୍ତି । ସେ ସରକାରଙ୍କୁ ପଚାରିଛନ୍ତି ଯେ, ଗୋଟିଏ ପରିବାରକୁ ହାରାହାରି ସ୍ୱାସ୍ଥ୍ୟ ସହାୟତା ବର୍ଷକୁ ୭.୫୦ ଲକ୍ଷ ଟଙ୍କା ଯୋଗାଇ ଦେବା ବେଳେ ଯଦି ମାତ୍ର ୨% ଚିକିତ୍ସା ଖର୍ଚ୍ଚ ଚାହିଁବେ ବର୍ଷକୁ ୧୪ ହଜାର ୫୦୦ କୋଟି ଦରକାର ହେବ ଓ ଯଦି ୨୦% ଲୋକ ସ୍ୱାସ୍ଥ୍ୟସେବା ନିମନ୍ତେ ବର୍ଷକୁ ୧ ଲକ୍ଷ ଟଙ୍କା ଚାହାନ୍ତି ତେବେ ସରକାର ଘୋଷଣା କରିଥିବା ୨୪୭ଟି ପ୍ରାଇଭେଟ୍ ହସ୍ପିଟାଲକୁ ପାଖାପାଖି ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ହେବ । ଏହି ବ୍ୟୟ ବରାଦ ରାଜ୍ୟର ବାର୍ଷିକ ବଜେଟ୍‌ରେ ଯୋଗାଯାଇ ପାରିବ କି? ସେହିପରି ରାଜ୍ୟର ସ୍ୱାସ୍ଥ୍ୟ ବଜେଟ୍‌ରେ ୨୦୨୧-୨୨ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ପାଇଁ ୨୯୨୬ କୋଟି ୪୧ ଲକ୍ଷ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୬୨୩୭ କୋଟି ୮୫ ଲକ୍ଷ ସମୁଦାୟ ୯ ହଜାର ୧୬୪ କୋଟି ୨୬ ଲକ୍ଷ ବ୍ୟୟ ବରାଦ ଅଛି ।

୨୦୨୨-୨୩ ବର୍ଷ ବଜେଟ୍‌ରେ କଣ ଏହା ୩ ଗୁଣ ଅର୍ଥାତ୍ ୨୭ ହଜାର କୋଟି ଟଙ୍କା ହେବ? ଏହି ବ୍ୟୟ ବରାଦ ଆସନ୍ତା ବଜେଟ୍‌ରେ ରହିବ କି? ସେହିପରି ଯେଉଁ ଡାକ୍ତରଖାନା ସ୍ମାର୍ଟ ହେଲଥ କାର୍ଡ଼ଧାରୀ ରୋଗୀର ଚିକିତ୍ସାରେ ଅବହେଳା କରିବ ବା ରୋଗୀ ହଇରାଣ ହେବେ ସେଥିପାଇଁ ସରକାର କି ବ୍ୟବସ୍ଥା କରିଛନ୍ତିି? କେତେଦିନ ମଧ୍ୟରେ ଚିକିତ୍ସା କେନ୍ଦ୍ରରେ ପହଂଚିବ? ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ନା ପରେ? ସରକାର ଏହାର ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ କଲେ ନାହିଁ କାହିଁକି? ସେହିପରି ସ୍ମାର୍ଟ କାର୍ଡ଼ଧାରୀଙ୍କ କ୍ଷେତ୍ରରେ କ'ଣ ପାଇଁ ନିର୍ଦ୍ଦେଶିତ ଅର୍ଥ ଖର୍ଚ୍ଚ ହୋଇପାରିବ? ନା ଅଧିକାଂଶ ଖର୍ଚ୍ଚ ରୋଗୀ ପରିବାରକୁ ଖର୍ଚ୍ଚ କରିବାକୁ ପଡ଼ିବ । ଏହି କାର୍ଡ଼ଧାରୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ସହାୟତା ତା ପରିବାରର ସମସ୍ତ ସଦସ୍ୟଙ୍କ ନିମନ୍ତେ ସେବା ଯୋଗାଇ ପାରିବ ବୋଲି ସରକାର କହିଛନ୍ତି? ଏହି ପରିବାରର ସଂଜ୍ଞାଟି କ'ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ଚଳିତବର୍ଷଟିରେ ଅନ୍ତତଃ ଲୋକେ ସ୍ୱାସ୍ଥ୍ୟସେବା ପାଇଁ ହନ୍ତସନ୍ତ ନ ହୁଅନ୍ତୁ । ଡାକ୍ତରଖାନାର ବାରଣ୍ଡାରେ ନ ପଡ଼ନ୍ତୁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ତଳକୁ ତଳ ଯାଉଛି । ଅଳ୍ପଦିନ ତଳେ ହୋଇଥିବା ସର୍ବେକ୍ଷଣରେ ଏ ରାଜ୍ୟର ସ୍ଥିତି ୧୪ରେ ଥିବା ଜଣାଯାଇଛି । ରାଜ୍ୟରେ ୨୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ସର୍ବଭାରତୀୟ ହାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନପରାମର୍ଶର ହାରଠାରୁ ଯଥେଷ୍ଟ ଉପରେ ଅଛି । ସେଥିରେ ପୁଣି ରାଜ୍ୟରେ ୨୦୦୦ ଡାକ୍ତର ପଦବୀ ଖାଲି ଅଛି । ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ତଳୁ ଉପର ଯାଏ ଉପଯୁକ୍ତ ସେବା ଦେଇପାରେ ନାହିଁ ବୋଲି ଶ୍ରୀ କାନୁନ୍‌ଗୋ ଅଭିଯୋଗ କରିଛନ୍ତି ।

Related story