ମହିଳାଙ୍କୁ ଅଶାଳୀନ ଆଚରଣ କରି ମନ୍ତ୍ରୀ ପ୍ରତାପ ଜେନା ଅଡ଼ୁଆରେ, ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଜେନା ମହିଳାମାନଙ୍କ ସମ୍ମୁଖରେ ଓ ମହିଳାମାନଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବାକୁ ନେଇ କଂଗ୍ରେସ କଡ଼ା ଭାଷାରେ ପ୍ରତିକ୍ରିୟା ବ୍ୟକ୍ତ କରିଛି । ମା’ଙ୍କୁ ସମ୍ମାନ ଓ ମୋ ପରିବାରର ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଭଳି ବିବାଦୀୟ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ […]

pratap jena

Ordigital Desk
  • Published: Saturday, 08 January 2022
  • , Updated: 08 January 2022, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଜେନା ମହିଳାମାନଙ୍କ ସମ୍ମୁଖରେ ଓ ମହିଳାମାନଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବାକୁ ନେଇ କଂଗ୍ରେସ କଡ଼ା ଭାଷାରେ ପ୍ରତିକ୍ରିୟା ବ୍ୟକ୍ତ କରିଛି । ମା’ଙ୍କୁ ସମ୍ମାନ ଓ ମୋ ପରିବାରର ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଭଳି ବିବାଦୀୟ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମହାନ କାଣ୍ଡାରୀ ଗଣକବି ବୈଷ୍ଣବ ପାଣିଙ୍କ ମାଟିକୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କର ଏଭଳି ଅଭଦ୍ର, ଅଶ୍ଳୀଳ, ଅସମାଜିକ ଶବ୍ଦ ଓ ଆଚରଣ ସମଗ୍ର ମାହାଙ୍ଗା ମାଟି ଓ ତାର ଜନସାଧାରଣଙ୍କ ପ୍ରତି ପ୍ରଚଣ୍ଡ ଅପମାନ। କେବଳ ସେତିକି ନିଜକୁ ରେଭେନ୍ସାର ଛାତ୍ର ଓ ଆଲୁମିନିର ସଦସ୍ୟ କହି ବୁଲୁଥିବାର ତାଙ୍କର ଏତାଦୃଶ ଆଚରଣ ଓ ଉଚାରଣ ରେଭେନ୍ସାର ଗାରିମାକୁ ମଧ୍ୟ କ୍ଷୂର୍ଣ୍ଣ କରୁଛି । ରେଭେନ୍ସାର ଛାତ୍ରଛାତ୍ରୀ, ଶିକ୍ଷକ ସମାଜ ଓ ଆଲୁମିନା ଆସୋସିଏସନ ଏହାଦ୍ୱାରା ଲଜ୍ଜିତ ଏବଂ ଏହି ଅଭଦ୍ରାମି ସଭ୍ୟ ସମାଜ ଦ୍ୱାରା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ସିଏ କିପରି ବହୁଚର୍ଚ୍ଚିତ ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ନିଜ ନାମକୁ ଚାର୍ଜସିଟ୍‌ରୁ ବାଦ ଦେବାପରେ କୋର୍ଟ ଦ୍ୱାରା ଭର୍ତ୍ସିତ ହୋଇଥିଲେ ତାହାର ଉଦାହରଣ ଦେଇ ଏହା କ'ଣ ବହୁ ପ୍ରଚାରିତ ଫାଇଭ-ଟି ର ସ୍ୱଚ୍ଛତା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ମମିତା ମେହେର ହତ୍ୟା ଘଟଣା ଠାରୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡର ଘଟଣା ଆଦି ବହୁ ଘଟଣାରେ ମନ୍ତ୍ରୀମାନଙ୍କ ସ୍ୱେଚ୍ଛାଚାରିତା ଓ ସରକାରଙ୍କ ପୃଷ୍ଠପୋଷକତା ଆଦି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ତେଣୁ ମନ୍ତ୍ରୀଙ୍କ ଅଶାଳୀନ ଆଚରଣର ଭିଡିଓ ଏବେ ଭାଇରାଲ ହେଉଥିବାବେଳେ ନୈତିକତା ଦୃଷ୍ଟିରୁ ସଂପୃକ୍ତ ମନ୍ତ୍ରୀ ନିଜ ଆଡ଼ୁ ଇସ୍ତଫା ଦେବା ଉଚିତ୍ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି । ନବୀନ ବାବୁ ଏସବୁ ଜାଣିପାରୁଛନ୍ତି କି ନାହିଁ, ପଚାରିବା ସହ ଯଦି ଜାଣି ମଧ୍ୟ ନୀରବ ରହୁଛନ୍ତି ତାର ଫଳାଫଳ ଭୋଗିବାକୁ ସେ ପ୍ରସ୍ତୁତ ରୁହନ୍ତି ବୋଲି ଚେତାବନୀ ଦେଇଥିଲେ । ରାଜ୍ୟପାଳ ମଧ୍ୟ ଏ ଘଟଣାରେ ହସ୍ତକ୍ଷେପ କରିବା ସହ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋରଞ୍ଜନ ଦାଶ, ଅମୀୟ ପାଣ୍ଡବ ଓ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related story