ଓବିସିଙ୍କୁ ସଂରକ୍ଷଣ ଦିଅ, ତା’ପରେ ନିର୍ବାଚନ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଛୁଆ ବର୍ଗ(ଓବିସି)ଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ ନେଇ ରାଜନୀତିକ ସରଗରମ ହୋଇଛି। ବିଜେଡି ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ୪୦ପ୍ରତିଶତ ପ୍ରାର୍ଥୀ ଓବିସି ବର୍ଗଙ୍କୁ ଦେବା ନିମନ୍ତେ ଘୋଷଣା କରିବା ପରେ କଂଗ୍ରେସ ଆଜି ଓବିସି ବର୍ଗଙ୍କୁ ପ୍ରଥମେ ସଂରକ୍ଷଣ ଦିଅ, ତା’ପରେ ନିର୍ବାଚନ କରିବା ନିମନ୍ତେ ଦାବି କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ ଓବିସି […]

Congress

Ordigital Desk
  • Published: Monday, 27 December 2021
  • , Updated: 27 December 2021, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଛୁଆ ବର୍ଗ(ଓବିସି)ଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ ନେଇ ରାଜନୀତିକ ସରଗରମ ହୋଇଛି। ବିଜେଡି ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ୪୦ପ୍ରତିଶତ ପ୍ରାର୍ଥୀ ଓବିସି ବର୍ଗଙ୍କୁ ଦେବା ନିମନ୍ତେ ଘୋଷଣା କରିବା ପରେ କଂଗ୍ରେସ ଆଜି ଓବିସି ବର୍ଗଙ୍କୁ ପ୍ରଥମେ ସଂରକ୍ଷଣ ଦିଅ, ତା’ପରେ ନିର୍ବାଚନ କରିବା ନିମନ୍ତେ ଦାବି କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ ଓବିସି ମାନଙ୍କ ପାଇଁ ପ୍ରଥମେ ସଂରକ୍ଷଣ କରି ତା’ପରେ ନିର୍ବଚାନ କର । ରାଜ୍ୟର ୫୦ ଭାଗରୁ ଅଧିକ ଜନସଂଖ୍ୟା ଥିବା ଏହି ବର୍ଗପ୍ରତି ଅବିଚାରକୁ ମୁଣ୍ଡପାତି ସହି ନେବା ସମ୍ଭବ ନୁହେଁ । ଓବିସି ବର୍ଗର ସାମାଜିକ, ଅର୍ଥନୈତିକ ତଥା ରାଜନୀତିକ ସ୍ୱାର୍ଥର ସୁରକ୍ଷା ପାଇଁ କଂଗ୍ରେସ ଅଙ୍ଗୀକାରବଦ୍ଧ,ସୁତରାଂ ସଂରକ୍ଷଣ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଓବିସି ପାଇଁ ଆସନ ସଂରକ୍ଷଣ କରି ନିର୍ବାଚନ କରାଯାଉ । ବ୍ୟତିକ୍ରମ ହେଲେ କଂଗ୍ରେସର କୋର୍ଟଙ୍କ ଦ୍ୱାରସ୍ଥ ହେବ ଓ ଲୋକଙ୍କ ପାଖକୁ ଯିବ। ଏ ସଂପର୍କରେ ରାଜ୍ୟ ସରକାର ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସ ଦାବି କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ଓବିସିଙ୍କ ସ୍ୱାର୍ଥପ୍ରତି ଅଣଦେଖା କରିଚାଲିଛନ୍ତି । ରାଜ୍ୟ ସରକାର ପଛୁଆବର୍ଗଙ୍କ ପ୍ରତି ନ୍ୟାୟ ପ୍ରଦାନ କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି । ସୁପ୍ରିମକୋର୍ଟ ୨୦୧୦ ମସିହାରୁ କେ. କୃର୍ଷ୍ଣମୂର୍ତ୍ତୀ ବନାମ ଭାରତ ସରକାର ମାମଲାରେ କହିଥିଲେ ଯେ ତିନିଗୋଟି ସର୍ତ ପୂରଣ କଲାପରେ ଯାଇ ଓବିସିମାନଙ୍କ ପାଇଁ ରାଜନୈତିକ ସଂରକ୍ଷଣ କରିପାରିବ । ମାତ୍ର ଦୀର୍ଘ ୧୧ବର୍ଷ ଧରି ସରକାର ଶୋଇ ରହିଲେ । ଆଜି ଓବିସିଙ୍କ ପାଇଁ ଶୂନ ହେବାକୁ ଯାଉଛି । ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ରେ ୨୭ ଭାଗ ଆସନ ସଂରକ୍ଷଣ ପାଇଁ ଉପକୃତ ହୋଇଥିବା ପଛୁଆବର୍ଗ ୫ ଗୋଟି ନିର୍ବାଚନ ପରେ ୨୦୨୨ ନିର୍ବଚନରେ ସଂରକ୍ଷଣ ସୁବିଧାରୁ ବଂଚିତ ହୋଇଛନ୍ତି । ସେହିପରି ଗତ ସେପ୍ଟେମ୍ବର ୭ରେ ପୌର ଆଇନ ଓ ସେପ୍ଟେମ୍ବର ୮ ରେ ପଂଚାୟତ ଆଇନ ଓଡ଼ିଶା ବିଧାନସଭାରେ ବିନା ଆଲୋଚନରେ ପାରିତ କରିନେଲେ । ଏହି ଦୁଇ ଆଇନର ସଂଶୋଧନ ଫଳରେ ସଂରକ୍ଷଣ ୨୭ ଭାଗକୁ ୧୧.୨୫ ଭାଗକୁ ହ୍ରାସ ପାଇଲା । ସେତେବେଳେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କଥା ଚିନ୍ତା କଲେ ନାହିଁ । ତେଣୁ ରାଜ୍ୟ ସରକାର ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରୁଛନ୍ତି, ପଛୁଆ ବର୍ଗଙ୍କ ପ୍ରତି ଚରମ ଅବହେଳା କରୁଛନ୍ତି ବୋଲି ପ୍ରମାଣିତ ହୋଇଛି । ଆଉ ଅପରିଣାମଦର୍ଶୀ ହୋଇ ଓବିସିମାନଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ବଂଚିତ ହେଉଛନ୍ତି ବୋଲି ସେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର , କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାସ ଓ ଶମ୍ଭୁନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Related story