ଠିକାରେ ରାଜ୍ୟ ଶାସନ, କା’ରେ ଚାଲିଛି ୧୦ ବିଭାଗ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ୧୦ରୁ ଅଧିକ ବିଭାଗ ଏବେ କା’ରେ ଚାଲିଛି । ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବି ଠିକା ସଚିବ କାମ ତୁଲାଉଛନ୍ତି। ଆଉ ଅନେକ ବିଭାଗରେ ସଚିବମାନେ ୭-୮ବର୍ଷ ହେଲା ଗାଦି ଛାଡ଼ୁନାହାନ୍ତି। ଯାହାକି ରାଜ୍ୟରେ ଶାସନ ଏବେ ଠିକାରେ ଚାଲିଛି ବୋଲି ପ୍ରମାଣିତ କରୁଛି। କଂଗ୍ରେସ ପକ୍ଷରୁ ଆଜି ଏଭଳି ସଙ୍ଗୀନ ଅଭିଯୋଗ କରାଯିବା ସହ ଉଦବେଗ ବ୍ୟକ୍ତ କରାଯାଇଛି। କଂଗ୍ରେସର କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ଗଣମାଧ୍ୟମକୁ ବିବୃତ୍ତି […]

Manas-choudhury

Manas-choudhury

Ordigital Desk
  • Published: Thursday, 10 June 2021
  • Updated: 10 June 2021, 11:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ୧୦ରୁ ଅଧିକ ବିଭାଗ ଏବେ କା’ରେ ଚାଲିଛି । ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବି ଠିକା ସଚିବ କାମ ତୁଲାଉଛନ୍ତି। ଆଉ ଅନେକ ବିଭାଗରେ ସଚିବମାନେ ୭-୮ବର୍ଷ ହେଲା ଗାଦି ଛାଡ଼ୁନାହାନ୍ତି। ଯାହାକି ରାଜ୍ୟରେ ଶାସନ ଏବେ ଠିକାରେ ଚାଲିଛି ବୋଲି ପ୍ରମାଣିତ କରୁଛି। କଂଗ୍ରେସ ପକ୍ଷରୁ ଆଜି ଏଭଳି ସଙ୍ଗୀନ ଅଭିଯୋଗ କରାଯିବା ସହ ଉଦବେଗ ବ୍ୟକ୍ତ କରାଯାଇଛି।

କଂଗ୍ରେସର କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ, ରାଜ୍ୟରେ ଫାଇଭ-ଟି ଠାରୁ ଆରମ୍ଭ କରି ‘ମୋ ସରକାର’ ପର୍ଯ୍ୟନ୍ତ ସବୁ କାର୍ଯ୍ୟକାରୀ ହେଉଥିବାବେଳେ ବିଭାଗଗୁଡିକ ଦୀର୍ଘଦିନ ଧରି ମୁରବୀବିହନ ହେବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏଥିପାଇଁ ଆବଶ୍ୟକ ଅଧିକାରୀ ମିଳୁନାହାନ୍ତି ନା କ୍ଷମତାକୁ ଗୋଟିଏ ସ୍ଥାନରୁ ପରିଚାଳନା ପାଇଁ ଏଭଳି ଜାଣିଶୁଣି କରାଯାଉଛି ତାହା ଜନସାଧାରଣ ବିଚାର କରିବେ। ରାଜ୍ୟରେ କା’ରେ ବିଭାଗ ଚାଲିବାର ତାଲିକା ବେଶ ଲମ୍ବା। କୃଷି ପ୍ରଧାନ ରାଜ୍ୟ ଓଡିଶାରେ କୃଷି ବିଭାଗର ସଚିବ ପଦବୀ ଖାଲି ପଡିଛି।

କୃଷି ସଚିବ ଦିଲ୍ଲୀ ଡେପୁଟେସନ ଯିବାପରେ ଏଠାରେ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ସମ୍ଭାଳୁଛନ୍ତିା ରାଜ୍ୟର ଭବିଷ୍ୟତ ଗଢୁଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଦୀର୍ଘଦିନ ହେଲା ସଚିବ ନାହାନ୍ତିା ଏମଏସଏମଇ ବିଭାଗ ସଚିବ ଏବେ ଏହି ବିଭାଗ ଦାୟିତ୍ୱରେ ଅଛନ୍ତି। ସେହିପରି ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଲା ମହିଳା ଓ ଶିଶୁ ବିକାଶା ଏଠାରେ ବି ଦୀର୍ଘଦିନ ହେଲା ସଚିବ ନାହାନ୍ତିା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଏହି ବିଭାଗର ଦାୟିତ୍ୱ ତୁଲାଉଛନ୍ତିା

ସେହିଭଳି ବର୍ଷ ବର୍ଷ ଧରି ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ବିଭାଗଟିକୁ ଠିକା ସଚିବରେ ଚଳାଯାଉଛିା ବର୍ତ୍ତମାନ ଏଠାରେ ଯିଏ ସଚିବ ଅଛନ୍ତି ସିଏ ଜଣେ ରେଳବାଇ ଅଫିସର ଓ ଓଡ଼ିଶାକୁ ଡେପୁଟେସନରେ ଆସିଛନ୍ତି। ତାଙ୍କର ମୂଳ ଚାକିରି ହେଉଛି ବାଣିଜ୍ୟ ଓ ପରିବହନ ବିଭାଗରେ। ତାଙ୍କ ହାତରେ ଅତିରିକ୍ତ ଭାବେ ଆଇଟି, ବିଜ୍ଞାନ ଓ କାରଗରୀ କୌଶଳ ବିଭାଗ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ମିଳିଛି। ସେହିପରି ରାଜ୍ୟ ଅବକାରୀ ସଚିବ ପଦବୀ ବି ଫାଙ୍କା।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଦାୟିତ୍ୱ ଅତିରିକ୍ତ ଭାବେ ସମ୍ଭାଳିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ରହିଛି ଉନ୍ନୟନ କମିଶନରଙ୍କ ହାତରେ। ଏହି ବୃହତ ବିଭାଗରେ ସରକାର ଜଣେ ସଚିବଙ୍କୁ ନିଯୁକ୍ତି ଦେଉନାହାନ୍ତି। ଉନ୍ନୟନ କମିଶନରଙ୍କ ହାତରେ ନିଜ ଦାୟିତ୍ୱ ସହିତ ଗ୍ରାମ୍ୟ ଉନ୍ନୟନ ଓ ଏସଆରସି ଭଳି ଗୁରୁଦାୟିତ୍ୱ ରହିଛି। ଏହି ଦୁଇ ସଂସ୍ଥାରେ କାହାରିକୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ। ସେହିପରି ସମବାୟ ବିଭାଗର ସଚିବ ଦାୟିତ୍ୱ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ସମ୍ଭାଳି ଥିବାବେଳେ ସଂସଦୀୟ ବ୍ୟାପାର ବିଭାଗ ସମ୍ଭାଳିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ଥାୟୀ ସଚିବ ନଥିବାରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଏହାର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେହିଭଳି କ୍ରୀଡ଼ା ରାଜଧାନୀ ହେବାକୁ ଯାଉଥିବା ଓଡ଼ିଶାର କ୍ରୀଡ଼ା ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି। ପର୍ଯ୍ୟଟନ ସଚିବ ଏହି ବିଭାଗକୁ ସମ୍ଭାଳିଛନ୍ତି।

ସେହିଭଳି ଏକାଧିକ ଦାୟିତ୍ୱରେ ଥିବା ଅନ୍ୟ ସଚିବଙ୍କ ମଧ୍ୟରେ ଦକ୍ଷତା ବିକାଶ ସଚିବ। ସିଏ ଏକାଧାରାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଦାୟିତ୍ୱ ସହିତ ବିଏମସି କମିଶନର, ବିଡଏ ଉପାଧ୍ୟକ୍ଷ, ସ୍ମାର୍ଟସିଟି ସିଇଓ ମଧ୍ୟ ଅଛନ୍ତି। ସେହିଭଳି ପୂର୍ତ୍ତ ସଚିବ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଇଡ୍‌କୋ ଦାୟିତ୍ୱ ସମ୍ଭାଳିଛନ୍ତି। ଦୀର୍ଘଦିନ ଧରି ଗୋଟିଏ ବିଭାଗରେ ରହି ରେକର୍ଡ଼ କରିଥିବା ସଚିବଙ୍କ ମଧ୍ୟରେ ଅଛନ୍ତି ପଂଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ। ଏହି ଦୁଇ ପ୍ରମୁଖ ସଚିବଙ୍କର ନିଜ ନିଜ ବିଭାଗରେ କାର୍ଯ୍ୟକାଳ ୭ବର୍ଷରୁ ଅଧିକ ସମୟ ହୋଇଗଲାଣି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos