ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପରେ ‘ଡିଲ୍’କୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଆଜି ଏହି ଡିଲ୍ ରାଜନୀତିରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ପଦ୍ମପୁରରେ ବିଜେପି ୪୨ ହଜାର ଭୋଟରେ ହାରିବା ପରେ ଆତ୍ମସନ୍ତୋଷ ପାଇଁ ଏଭଳି କହୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
କଂଗ୍ରେସ-ବିଜେଡି ଡିଲ୍ ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଛନ୍ତି, ନବ ଦାସ ଆମକୁ ଛାଡ଼ି ଚାଲିଗଲେ। ବନ୍ଧୁତା କେଉଁଠି ରହିଲା ଯେ ଡିଲ୍ ହେବ? ବିଜେପି ୪୨ ହଜାର ଭୋଟରେ ହାରିବା ପରେ ଆତ୍ମସନ୍ତୋଷ ପାଇଁ ଏଭଳି କହୁଛି। ଆମେ ଭୋଟ ପାଇଲୁ ନାହିଁ ମାନେ ନୁହେଁ ଯେ ଭୋଟ ବିକିଦେଲୁ। ଲୋକେ ଆମକୁ ପ୍ରତ୍ୟାଖ୍ୟାନ କଲେ। ତେବେ ୨୦୨୪ରେ କ’ଣ ହେବ ସେନେଇ ଆକଳନ କରିହେବ ନାହିଁ ବୋଲି ନରସିଂହ କହିଛନ୍ତି।
ନରସିଂହ ମିଶ୍ର କହିଛନ୍ତି, ପଦ୍ମପୁରରେ ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଆମ ଅବସ୍ଥା ଆଗକୁ ଆହୁରି ସାଂଘାତିକ ହେବ। କଂଗ୍ରେସ ଦୋଷ ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ ବୋଲି ସେ କହିଛନ୍ତି।
ପଦ୍ମପୁର ଉପନିର୍ବାଚନରେ ବିଜେଡି ବିଜୟୀ ହେବା ପରେ ଡିଲ୍ ରାଜନୀତି ସରଗରମ ହୋଇଥିଲା। କଂଗ୍ରେସ ସହିତ ବିଜେଡି ଡିଲ୍ କରିଥିବା ବିଜେପି ଅଭିଯୋଗ କରିଥିଲା। ଏହାର ନେଇ ମୁହାମୁହିଁ ହୋଇଥିଲେ ତିନି ରାଜନୈତିକ ଦଳ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।