ପ୍ରଶ୍ନକାଳ ବନ୍ଦକୁ ସମର୍ଥନ କରିବନି କଂଗ୍ରେସ, ତାରା କହିଲେ- ସର୍ବଦଳୀୟ ବୈଠକ ଡକାଯାଉ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି, ବିଧାନସଭା ଅଧିବେଶନ ନେଇ ସଚିବ ଯେଉଁ ଚିଠି ପଠାଇଛନ୍ତି, ସେଥିରୁ କିଛି ସ୍ପଷ୍ଟ ଜଣାପଡୁନି। ପ୍ରଶ୍ନକାଳ ବନ୍ଦ ରହିବ, କିନ୍ତୁ ଶୂନ୍ୟକାଳ ରହିବ କି ନାହିଁ, ମୁଲତବୀ ଆଲୋଚନା ହେବ କି ନାହିଁ, ତାହା ଜଣାପଡୁନି। ପ୍ରଶ୍ନକାଳ ବନ୍ଦକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ତାରା। କୋଭିଡ […]

tara1

tara1

Jitendra Garnayak
  • Published: Tuesday, 15 September 2020
  • Updated: 15 September 2020, 02:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ସେ କହିଛନ୍ତି, ବିଧାନସଭା ଅଧିବେଶନ ନେଇ ସଚିବ ଯେଉଁ ଚିଠି ପଠାଇଛନ୍ତି, ସେଥିରୁ କିଛି ସ୍ପଷ୍ଟ ଜଣାପଡୁନି। ପ୍ରଶ୍ନକାଳ ବନ୍ଦ ରହିବ, କିନ୍ତୁ ଶୂନ୍ୟକାଳ ରହିବ କି ନାହିଁ, ମୁଲତବୀ ଆଲୋଚନା ହେବ କି ନାହିଁ, ତାହା ଜଣାପଡୁନି।

ପ୍ରଶ୍ନକାଳ ବନ୍ଦକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ତାରା। କୋଭିଡ ମୁକାବିଲାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ଟାର୍ଗେଟ କରି ସେ କହିଛନ୍ତି, କରୋନା ମୁକାବିଲାକୁ ଆଳ କରି ପ୍ରବଳ ଦୁର୍ନୀତି ହେଉଛି। ଧରାପଡ଼ିବା ଭୟରେ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାର ପ୍ରଶ୍ନକାଳକୁ ବନ୍ଦ କରିବାକୁ ମସୁଧା କରିଛନ୍ତି।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, କୋଭିଡ ନିୟମ ଅନୁସାରେ ମୌସୁମୀ ଅଧିବେଶନର ବ୍ୟବସ୍ଥା କରାଯାଇଛି। ସଂସଦର ଅଧିବେଶନକୁ ଅନୁସରଣ କରି ରାଜ୍ୟରେ ମଧ୍ୟ ସେହିପରି ସବୁ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନକାଳ ନ ରହିବା ପ୍ରସଙ୍ଗରେ କଂଗ୍ରେସ ଯେଉଁ ଆପତ୍ତି ଉଠାଇଛି, ତାହା ଠିକ୍ ନୁହେଁ। କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଏପରି ବ୍ୟବସ୍ଥାରେ ବିଧାନସଭା ଅଧିବେଶନ ଚାଲୁଥିବା ଅମର କହିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପାର୍ଲାମେଣ୍ଟ ବ୍ୟବସ୍ଥା ଅନୁସାରେ ବିଧାନସଭା ଚାଲିଲେ ଆମର କିଛି ଆପତ୍ତି ନାହିଁ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ମୌସୁମୀ ଅଧିବେଶନରେ ରହିବ ମୋଟ ୮ଟି କାର୍ଯ୍ୟ ଦିବସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story