‘ପୁଲିସ ବୋଧହୁଏ ଆଇନ ପଢ଼ିନି, ନଚେତ ସରକାରୀ ଚାପରେ ବେଆଇନ୍‌ କାମ କରୁଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଗତକାଲି ମାନବାଧିକାର କମିଶନ ଦିବସ ଥିଲା।  ହେଲା ମାନବିକତା ଭୁଲି ଯାଇଥିଲା ରାଜଧାନୀ ପୁଲିସ୍‌।  ରାଜଧାନୀ ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ କଂଗ୍ରେସ କର୍ମୀଙ୍କୁ ଅତି ବର୍ବୋରଚିତ ଭାବେ ପିଟି ଚାଲିଲା। ଏଭଳି ଅମାନବୀୟ ଘଟଣା ଇତିହାସରେ ପ୍ରଥମ । ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି ନଚେତ ଆଇନ୍‌ ପଢ଼ି ବୁଝିଥିଲେ ବି ସରକାରୀ ଚାପରେ ବେଆଇନ କାମ କରିଛନ୍ତି।” ଗତକାଲି ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ପୁଲିସ୍‌ର ଆକ୍ରମଣ ପରେ […]

congress leaders

congress leaders

Niharika Rout
  • Published: Saturday, 11 December 2021
  • Updated: 11 December 2021, 02:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଗତକାଲି ମାନବାଧିକାର କମିଶନ ଦିବସ ଥିଲା।  ହେଲା ମାନବିକତା ଭୁଲି ଯାଇଥିଲା ରାଜଧାନୀ ପୁଲିସ୍‌।  ରାଜଧାନୀ ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ କଂଗ୍ରେସ କର୍ମୀଙ୍କୁ ଅତି ବର୍ବୋରଚିତ ଭାବେ ପିଟି ଚାଲିଲା। ଏଭଳି ଅମାନବୀୟ ଘଟଣା ଇତିହାସରେ ପ୍ରଥମ । ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି ନଚେତ ଆଇନ୍‌ ପଢ଼ି ବୁଝିଥିଲେ ବି ସରକାରୀ ଚାପରେ ବେଆଇନ କାମ କରିଛନ୍ତି।” ଗତକାଲି ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ପୁଲିସ୍‌ର ଆକ୍ରମଣ ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ ଉପରେ ଗର୍ଜି ଏପରି କହିଛନ୍ତି ଦଳର ବରିଷ୍ଠ ନେତା ନରସିଂହ ମିଶ୍ର।

ଏନେଇ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ରାଜ୍ୟ ସରକାର ଓ ପୁଲିସ୍‌ ଉପରେ ବର୍ଷିଥିଲେ। ଏପରିକି ମମିତାକୁ ନ୍ୟାୟ ଦାବି ଦାବିରେ ବିଧାନସଭା ମୁହାଁ ହୋଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ନିର୍ଧୂମ ପିଟିଥିବା ବେଳେ ବହୁ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏପରିକି କଂଗ୍ରେସ ଭବନରେ ପଶି ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ପିଟିଥିଲା। ଯାହାକୁ ଖୁଲମଖୁଲା ନିନ୍ଦା କରିବା ସହ ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଏନେଇ ନରସିଂହ ମିଶ୍ର କହିଛନ୍ତି, ଗତକାଲି ଛାତ୍ର କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଇଥିଲା। ସଭା ଚାଲିଥିବା ସମୟରେ ହିଁ ପୁଲିସ୍‌ ଛାତ୍ରଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା। ସଭା ପରେ ଏହା ଆହୁରି ତୀବ୍ର ହେବାକୁ ଲାଗିଲା। ପଶୁଙ୍କୁ ମାଡ଼ ମାରିବା ପରି ପୁଲିସ୍‌ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି।

ସମାବେଶ ବେଆଇନ୍‌ ବୋଲି କୌଣସି ମାଜିଷ୍ଟ୍ରେଟ ମାଇକ୍‌ରେ ଘୋଷଣା କରି ନାହାନ୍ତି । ଏବେ ଜାଣିଶୁଣି କାଗଜ  ଲେଖା ଦେଖାଉଛନ୍ତି । ନିୟମ ଅନୁଯାୟୀ, ବାରମ୍ବାର ଚେଷ୍ଟା ସତ୍ତ୍ୱେ ପରିସ୍ଥିତି ଅଣାୟତ ହେଲେ ଲୋକଙ୍କୁ ଘଉଡ଼ାଇବାକୁ ସବନିର୍ମ ଫୋର୍ସ ମୁତୟନ କରାଯିବର ଉଚିତ। ପ୍ରଥମେ ପାଣି ପକାଇ ଘଉଡ଼ାଯିବ ନ ହେଲେ ଗିରଫ କରାଯାଇପାରିବ । ହେଲେ ଲାଠି ଚାର୍ଜ ଅର୍ଡର କୌଣସି ମାଜିଷ୍ଟ୍ରେଟ ଦେଇ ନାହାନ୍ତି ।

ଲାଠି ଦେଖାଇ ଭୟ ସଞ୍ଚାର କରି ଲୋକଙ୍କୁ ଘଉଡାଇ ହେବ । ହେଲେ ଅଚାନକ ଅଣ୍ଟା ଉପରକୁ ମାଡ଼ ମାରି ମୁଣ୍ଡ ଫଟାଇବା କୌଣସି ଆଇନ୍‌ରେ ଲେଖା ନାହିଁ।  ମାଜିଷ୍ଟ୍ରେଟ ଲାଠି ଚାର୍ଜ ଅର୍ଡର ଦେବା କଥା। ହେଲେ ଏଠାରେ ସେପରି କିଛି ଅର୍ଡର ଦିଆଯାଇନି। ବିନା କୌଣସି ଅର୍ଡରରେ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ପିଟିବା, ମୁଣ୍ଡ ଫଟାଇବା ବ୍ୟବସ୍ଥା ଆଇନ୍‌ରେ ନାହିଁ।

ଏହାବାଦ ସେ କହିଛନ୍ତି ଗତକାଲି ମାନବାଧିକାର କମିଶନ ଦିବସ ଥିଲା। ହେଲେ ସେ ସମୟରେ ଓଡ଼ିଶା ପୁଲିସ୍‌ କେଉଁ ବ୍ୟବହାର ଦେଖାଉଥିଲା ତାହା ସମସ୍ତଙ୍କୁ ଜଣା। ଯେଉଁ ପୁଲିସ୍‌ ଦାୟିତ୍ୱରେ ଥିଲେ ସେମାନେ ହୁଏତ ଆଇନ୍‌ ପଢ଼ି ନାହାନ୍ତି, ଆଇନ୍‌ ପଢ଼ି ବୁଝିଥିଲେ ସରକାରୀ ଚାପରେ ବେଆଇନ କାମ କରିଛନ୍ତି।

ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଆଇନ୍‌ ତା’ ବାଟରେ ଯିବ । ହେଲେ ଗତକାଲିର ଘଟଣା ଏହାର ବ୍ୟତିକ୍ରମ । ଗତକାଲି  ଶାନ୍ତିପୂର୍ଣ୍ଣ ଭାବେ ଛାତ୍ରମାନେ ବିକ୍ଷୋଭ କରୁଥିଲେ, କିନ୍ତୁ ସବୁ ଆଇନକାନୁନ ଭାଙ୍ଗି ବର୍ବୋରଚିତ ଭାବେ ପିଲାଙ୍କ ଉପରେ ପୁଲିସ୍‌ ଅତ୍ୟାଚାର କଲେ । ଯେଉଁ କଂଗ୍ରେସ ଇଂରେଜଙ୍କ ବନ୍ଧୁକକୁ ଡରି ନ ଥିଲା, ସେ ଲାଠିକୁ ଡରିବ ନାହିଁ ।  ଆନ୍ଦୋଳନ ଆଗକୁ ଆହୁରି ଜୋରଦାର ହେବ ।

ଏଥିସହ ସେ କହିଛନ୍ତି, କେଉଁ ଆଇନ୍‌ରେ ଅଛି ଲୋକଙ୍କୁ ପଶୁଙ୍କ ପରି ପିଟିବ । ଆମ ଅଫିସ ଭିତରେ ପଶି ଲୋକଙ୍କୁ ବାଡ଼େଇଲ। ବାଡ଼ି ଧରି ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ପିଟିବା କେବେ ଦେଖାଯାଇ ନ ଥିଲା।

ସୂଚନାଯୋଗ୍ୟ, ମମିତାକୁ ନ୍ୟାୟ ଦାବିରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗତକାଲି ଶତାଧୀକ ଛାତ୍ର କଂଗ୍ରେସ କର୍ମୀ ବିଧାନସଭା ମୁହାଁ ହୋଇଥିବା ବେଳେ ପୁଲିସ୍‌  ସହ ହୋଇଥିବା ଧସ୍ତାଧସ୍ତି। ଏପରିକି କିଛି ସମୟ ପାଇଁ ରାସ୍ତା ପାଲଟି ଯାଇଥିଲା ଋଣକ୍ଷେତ୍ର । କଂଗ୍ରେସ କର୍ମୀ ଅଣ୍ଡା, ଟମାଟୋ, ପଥର ମାଡ଼ ସହ ପୁଲିସ୍‌ ବସ୍‌ ଜାଳିବାକୁ ଉଦ୍ୟମ କରୁଥିବା କହିଥିଲେ ଡିସିପି ଉମାଶଙ୍କର ଦାସ। ଏହା ପ୍ରତିବାଦରେ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ । ପୁଲିସ୍‌ କର୍ମୀ ଗୋଡ଼ାଇ ଗୋଡ଼ାଇ କଂଗ୍ରେସ କର୍ମୀଙ୍କୁ ପିଟିଥିଲେ। ଏପରିକି  କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପୁଲିସ୍‌ କଂଗ୍ରେସ ଭବନରେ ବି ପଶି ନିର୍ଧୂମ ପିଟିଥିଲା। ଏଥିରେ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ପ୍ରତିବାଦରେ ଶହ ଶହ କଂଗ୍ରେସ କର୍ମୀ ମାଷ୍ଟରକ୍ୟାଣ୍ଟିନଠାରେ ରାସ୍ତା ଉପରେ ବସିବାରୁ ବହୁ ସମୟ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story