୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରାଇବା ପାଇଁ ପ୍ରଦେଶ କଂଗ୍ରେସ ତା’ର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହି ତାଲିକା ଦାଖଲ କରାଯାଇଛି। ଏହି ୨୦ଜଣିଆ ତାଲିକାରେ ଦଳ ରାଜ୍ୟ ବାହାରର ୫ଜଣ ନେତାଙ୍କୁ ସାମିଲ କରିଥିବାବେଳେ ମାତ୍ର ଜଣେ ମହିଳା ନେତ୍ରୀ ରହିଛନ୍ତି। ପିସିସି ଉପସଭାପତି ତଥା ନିର୍ବାଚନ ପରିଚାଳନା […]

Congress

Ordigital Desk
  • Published: Monday, 07 February 2022
  • , Updated: 07 February 2022, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରାଇବା ପାଇଁ ପ୍ରଦେଶ କଂଗ୍ରେସ ତା’ର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହି ତାଲିକା ଦାଖଲ କରାଯାଇଛି। ଏହି ୨୦ଜଣିଆ ତାଲିକାରେ ଦଳ ରାଜ୍ୟ ବାହାରର ୫ଜଣ ନେତାଙ୍କୁ ସାମିଲ କରିଥିବାବେଳେ ମାତ୍ର ଜଣେ ମହିଳା ନେତ୍ରୀ ରହିଛନ୍ତି।

ପିସିସି ଉପସଭାପତି ତଥା ନିର୍ବାଚନ ପରିଚାଳନା କମିଟିର ଆବାହକ ଯଜେ୍ଞଶ୍ୱର ବାବୁ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଷ୍ଟାର ପ୍ରଚାରକ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଶରତ ପଟ୍ଟନାୟକ, ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ଓଡ଼ିଶା ପ୍ରଭାରୀ ଏ ଚେଲାକୁମାର, ଛତିଶଗଡ଼ ପିସିସି ସଭାପତି ମୋହନ ମରକମ, ଛତିଶଗଡ଼ ମନ୍ତ୍ରୀ କାୱାସି ଲାଖମା ଓ ଅମରଜିତ୍ ଭଗତ ଓ ଓଡ଼ିଶା ପିସିସି ସହପ୍ରଭାରୀ ଜି ରୁଦ୍ରରାଜୁ , ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ସନ୍ତୋଷ ସିଂ ସାଲୁଜା, ବରିଷ୍ଠ ନେତା ପଂଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, କିଶୋର ଚନ୍ଦ୍ର ପଟେଲ, ସୁରେଶ ମହାପାତ୍ର ଓ ସତ୍ୟପ୍ରକାଶ ନାୟକ ରହିଛନ୍ତି ।

Related story