ରାଜ୍ୟବ୍ୟାପୀ ଏସ୍‌ପି ଅଫିସ ଘେରିଲା କଂଗ୍ରେସ: ତଦନ୍ତ ଶୀଘ୍ର କର, ନଚେତ୍ କମିଶନରଙ୍କୁ ଅଣ୍ଡାମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସର କର୍ମୀମାନଙ୍କୁ ପୁଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆଜି ରାଜ୍ୟତମାମ ସମସ୍ତ ଏସପି ଅଫିସ ଆଗରେ କଂଗ୍ରେସ ପକ୍ଷରୁ ଘେରାଉ ହୋଇଛି। ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ କଂଗ୍ରେସ ଦାବି କରିଥିବାବେଳେ ଶୀଘ୍ର ତଦନ୍ତ କରିବାକୁ ଦଳ କହିଛି। ନଚେତ୍ ପୁଲିସ କମିଶନରଙ୍କୁ ଅଣ୍ଡା ଓ ପଥରମାଡ଼ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଭୁବନେଶ୍ୱରରେ ଡିସିପି ଅଫିସ […]

Congress

Congress

Ordigital Desk
  • Published: Tuesday, 14 December 2021
  • Updated: 14 December 2021, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସର କର୍ମୀମାନଙ୍କୁ ପୁଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆଜି ରାଜ୍ୟତମାମ ସମସ୍ତ ଏସପି ଅଫିସ ଆଗରେ କଂଗ୍ରେସ ପକ୍ଷରୁ ଘେରାଉ ହୋଇଛି। ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ କଂଗ୍ରେସ ଦାବି କରିଥିବାବେଳେ ଶୀଘ୍ର ତଦନ୍ତ କରିବାକୁ ଦଳ କହିଛି। ନଚେତ୍ ପୁଲିସ କମିଶନରଙ୍କୁ ଅଣ୍ଡା ଓ ପଥରମାଡ଼ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଭୁବନେଶ୍ୱରରେ ଡିସିପି ଅଫିସ ଘେରାଉରେ ସାମିଲ ହୋଇ ଘଟଣାର ତୁରନ୍ତ ଜୁଡିସିଆଲ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିବାବେଳେ ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ଏସପି ଅଫିସ ଘେରାଉବେଳେ ଭୁବନେଶ୍ୱର-କଟକ ପୁଲିସ କମିଶନରଙ୍କୁ ଟାର୍ଗେଟ୍ କରିଛନ୍ତି।

ତାରା କହିଛନ୍ତି ଯେ, ପୁଲିସ କମିଶନର ରାଜନୀତିକୁ ଆସିବାକୁ ଚାହୁଁଛନ୍ତି । ଘଟଣାର ଶୀଘ୍ର ଅନୁସନ୍ଧାନ ହେଉ । ନହେଲେ କମିଶନରଙ୍କୁ ଅଣ୍ଡା ଓ ପଥର ମାଡ଼ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଆଡ଼େ ଯିବେ ତାଙ୍କୁ ବିରୋଧ କରାଯିବ। ରାଜ୍ୟର ସମସ୍ତ ଜିଲ୍ଲାର ଏସପି ଅଫିସକୁ ଦଳର କର୍ମୀମାନେ ଘେରାଉ ଓ ବିକ୍ଷୋଭ କରିଥିଲେ। ପ୍ରଦେଶ କଂଗ୍ରେସ ସମ୍ପାଦକ ସୁବ୍ରତ ମହାପାତ୍ର ଓ ବ୍ଲକ୍ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ କଂଗ୍ରେସ କର୍ମୀ ଆଜି ଭୁବନେଶ୍ୱର ଡିସିପି ଅଫିସ୍ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଥିଲେ ।

ଏହି ଧାରଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଆନ୍ଦୋଳନର ଛାତ୍ର କଂଗ୍ରେସ କର୍ମୀଙ୍କୁ କଂଗ୍ରେସ ଭବନ ପରିସରରେ ପୋଲିସ୍‌ର ଅମାନୁଷିକ ଓ ବର୍ବରୋଚିତ ଆକ୍ରମଣ ନିନ୍ଦନୀୟ ଏବଂ ଡିସିପି ଏହି ବିଷୟରେ ଅବଗତ ନୁହଁନ୍ତିି ବୋଲି ମନ୍ତବ୍ୟ ଦେବା ଲଜ୍ଜାଜନକ ବିଷୟ । ସେହିପରି ଧାରଣାରେ ସାମିଲ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶିବାନନ୍ଦ ରାୟ, ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ୍‌, କିଶୋର ଜେନା, ମନୋରନ ଦାଶ, ମନୋଜ ବିଶ୍ୱାଳ, ରଶ୍ମି ମହାପାତ୍ର, ନିହାର ରଞ୍ଜନ ବେହେରା, ପ୍ରଭାବତୀ ପଟ୍ଟନାୟକ ପ୍ରମୁଖ ତାଙ୍କ ଭାଷଣରେ ବିଜେଡି ସରକାର ଓ ପୁଲିସ୍ ପ୍ରଶାସନକୁ ଦୃଢ଼ ନିନ୍ଦା ଓ ଭର୍ତ୍ସନା କରିଥିଲେ ।
ଏହି ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ପରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକ ୧୧ ଜଣିଆ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos