ଭାରତ ବନ୍ଦ ଡାକରାକୁ ସମର୍ଥନ ପାଇଁ ଆହ୍ୱାନ ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ୩ଟି କଳା ଆଇନକୁ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଡିସେମ୍ବର ୮ ତାରିଖରେ ଦେଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଛି। ଏଥିପାଇଁ ଦଳର ସବୁସ୍ତରର ନେତା ଓ କର୍ମୀମାନଙ୍କୁ ଭାରତ ବନ୍ଦରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୃଷକମାନଙ୍କର ବୃହତ୍ତର ହିତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱାର୍ଡ ସ୍ତରରୁ ଆରମ୍ଭ କରି ଗାଁ,ପଂଚାୟତ, […]

CONGRESS

CONGRESS

Manoranjan Sial
  • Published: Saturday, 05 December 2020
  • Updated: 05 December 2020, 08:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ୩ଟି କଳା ଆଇନକୁ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଡିସେମ୍ବର ୮ ତାରିଖରେ ଦେଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଛି। ଏଥିପାଇଁ ଦଳର ସବୁସ୍ତରର ନେତା ଓ କର୍ମୀମାନଙ୍କୁ ଭାରତ ବନ୍ଦରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୃଷକମାନଙ୍କର ବୃହତ୍ତର ହିତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱାର୍ଡ ସ୍ତରରୁ ଆରମ୍ଭ କରି ଗାଁ,ପଂଚାୟତ, ବ୍ଲକ, ପୌରପରିଷଦ, ମହାନଗର ନିଗମ, ବିଜ୍ଞପିତ ଅଂଚଳ ପରିଷଦ, ଜିଲ୍ଲା ଓ ରାଜ୍ୟ ସ୍ତରରେ ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ କଂଗ୍ରେସର ସମସ୍ତ କର୍ମକର୍ତ୍ତା, ବିଧାୟକଗଣ, ସାଂସଦ, ପୂର୍ବତନ ସାଂସଦ, ମନ୍ତ୍ରୀ ଓ ବିଧାୟକ, ବରିଷ୍ଠ ନେତୃମଣ୍ଡଳୀ, ଜିଲ୍ଲା କଂଗ୍ରେସ ସଭାପତି, ଏଆଇସିସି ଓ ପିସିସି ସଭ୍ୟ, ସମସ୍ତ ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନର ରାଜ୍ୟ ଓ ଜିଲ୍ଲାର ମୁଖ୍ୟ ଓ କର୍ମକର୍ତ୍ତାମାନେ ଓ ତ୍ରିସ୍ତରୀୟ ଜନପ୍ରତିନିଧି ଓ ଦଳୀୟ କର୍ମୀମାନଙ୍କୁ ସ୍ୱତଃପ୍ରବୃତ୍ତ ଏହି ବନ୍ଦରେ ସକ୍ରିୟ ସହଯୋଗ ଓ ସାମିଲ ହୋଇ ପୂର୍ଣ୍ଣ ସଫଳ କରିବା ଲାଗି ରାଜ୍ୟବାସୀଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
କୃଷକମାନେ ହେଉଛନ୍ତି ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ। କୃଷକମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos