ବିଜେପି ଓ ବିଜେଡି ବିରୋଧରେ କଂଗ୍ରସ୍ ପ୍ରସ୍ତୁତ କରିବ ଚାର୍ଜସିଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିମିନାଲଙ୍କ ବିରୋଧରେ ପୁଲିସ ପ୍ରସ୍ତୁତ କରେ ଚାର୍ଜସିଟି। ହେଲେ ଏବେ କଂଗ୍ରସ୍ ପ୍ରସ୍ତୁତ କରିବ ଚାର୍ଜସିଟ୍। ତାହା ପୁଣି ବିଜେପି ଓ ବିଜେଡି ବିରୋଧରେ। କାରଣ ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଏବେ ଘାରିଛି ଗଡ଼ ସୁରକ୍ଷା ଚିନ୍ତା। ଦଳୀୟ ଭୋଟ ପ୍ରତିପକ୍ଷ ଦଳକୁ ଡାଇଭର୍ଟ ହୋଇଗଲାଣି, ତାକୁ ରୋକିବା ଲାଗି ଦଳ ଆରମ୍ଭ କରିବାକୁ ଯାଉଛି ହାତକୁ ହାତ ଯୋଡ଼ ଅଭିଯାନ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବିରୋଧରେ […]

cong

  • Published: Sunday, 18 December 2022
  • , Updated: 18 December 2022, 10:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିମିନାଲଙ୍କ ବିରୋଧରେ ପୁଲିସ ପ୍ରସ୍ତୁତ କରେ ଚାର୍ଜସିଟି। ହେଲେ ଏବେ କଂଗ୍ରସ୍ ପ୍ରସ୍ତୁତ କରିବ ଚାର୍ଜସିଟ୍। ତାହା ପୁଣି ବିଜେପି ଓ ବିଜେଡି ବିରୋଧରେ।

କାରଣ ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଏବେ ଘାରିଛି ଗଡ଼ ସୁରକ୍ଷା ଚିନ୍ତା। ଦଳୀୟ ଭୋଟ ପ୍ରତିପକ୍ଷ ଦଳକୁ ଡାଇଭର୍ଟ ହୋଇଗଲାଣି, ତାକୁ ରୋକିବା ଲାଗି ଦଳ ଆରମ୍ଭ କରିବାକୁ ଯାଉଛି ହାତକୁ ହାତ ଯୋଡ଼ ଅଭିଯାନ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରି ପ୍ରତି ଭୋଟର୍‌ଙ୍କ ନିକଟରେ ପହଞ୍ଚିବାକୁ ଯୋଜନା କରିଛି କଂଗ୍ରେସ୍। ଦଳ ଜାନୁୟାରୀ ୨୬ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବ। ସେପଟେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ବିଜେପି ଓ ଶାସକ ବିଜେଡି ମଧ୍ୟ ଘନ ଘନ ବୈଠକ କରି ନିଜ ନିଜର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି। ଚଳିତ ମାସ ୨୬ ତାରିରେ ନିଜ ପ୍ରତିଷ୍ଠା ଦିବସର ସିଲ୍‌ଭର ଜୁବ୍‌ଲିକୁ ପୁରୀରେ ଧୁମ୍‌ଧାମରେ ପାଳନ ପାଇଁ ବିଜ଼େଡିରେ ବ୍ୟପକ ପ୍ରସ୍ତୁତି ଚାଲିଛି। ସେପଟେ ବିଜେପି ଗତକାଲି ପ୍ରଭାରୀ ସୁନିଲ ବଂଶଲ ଓ ଦଳୀୟ ବରିଷ୍ଠ ନେତାଙ୍କ ସମୀକ୍ଷା ବୈଠକରେ ସ୍ଥିର କରିଛି ନୂଆ ରଣନୀତି। ତେଣୁ କଂଗ୍ରସ୍‌ ବି କରୁଛି ନିଜର ପ୍ରସ୍ତୁତି।

ତେବେ ଗତ କିଛି ଉପନିର୍ବାଚନକୁ ଦେଖିଲେ,କଂଗ୍ରେସ୍ ଭୋଟ୍ ବିଭାଜନ ହୋଇ ଅନ୍ୟ ଦଳକୁ ଚାଲି ଯାଉଛି। ଦଳୀୟ ପ୍ରାର୍ଥୀ ଅମାନତ ହରାଉଛନ୍ତି। ନିକଟରେ ଶେଷ ହୋଇଥିଲା ପଦ୍ମପୁର ଓ ଧାମନଗର ଉପନିର୍ବାଚନ ପରେ କଂଗ୍ରେସ୍ ଭୋଟ୍ ଯେଉଁ ଦଳ ନେବ ସେ ହିଁ ଫାଇଦାରେ ରହିବ ବୋଲି ଆକଳନ କରାଯାଉଛି।

ତେବେ ଏହି ଧାରାକୁ ରୋକିବା ଓ କଂଗ୍ରେସ ପ୍ରତି ପୁନଃ ସମର୍ଥନ ଯୋଗାଡ଼ ପାଇଁ ଦଳ ଆରମ୍ଭ କରିବାକୁ ଯାଉଛି ହାତକୁ ହାତ ଯୋଡ଼ ଅଭିଯାନ। ଯାହା ଦୁଇ ମାସ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆଜି କଂଗ୍ରେସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତା, ଜିଲ୍ଲା ସଭାପତି, ବିଧାୟକମାନଙ୍କ ଉପସ୍ଥିତିରେ ହୋଇଛି ବିସ୍ତୃତ ଆଲୋଚନା କରିଛନ୍ତି। ବିଜେପି ଓ ବିଜେଡି ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରି ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗାଁରେ ପହଞ୍ଚିବେ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ଏଥିରେ ଯୁବ କଂଗ୍ରେସ, ମହିଳା କଂଗ୍ରେସ୍ ସାମିଲ ହେବେ। କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ସଭାପତି କହିଛନ୍ତି।

ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର ଧରିବା ପରେ ରାଜନୈତିକ ଦଳଗୁଡ଼ିକର ଗତିବିଧି ମଧ୍ୟ ତେଜ୍ ହୋଇଛି। ତେଣୁ ଆଗକୁ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି।

Related story