ମାର୍ଚ୍ଚ ୧ରେ ସଚିବାଳୟ ଘେରାଉ: ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଭିଟାମାଟି ପାଇଁ ଜଟଣୀ ଅଂଚଳର ୧୩ଟି ଗାଁର ଲୋକେ ଆସନ୍ତା ମାର୍ଚ୍ଚ ୧ତାରିଖରେ ସଚିବାଳୟ ଘେରାଉ କରିବେ ବୋଲି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ୨୦୧୨ ମସିହାରେ ଜଣେ ସେଟେଲମେଂଟ ଅଫିସରଙ୍କ ଭୁଲ୍ ଯୋଗୁ ଏବେ ତା’ର ଫଳ ୧୩ଟି ଗାଁର ବାସିନ୍ଦାଙ୍କୁ ଭୋଗିବାକୁ ପଡ଼ୁଛି। ଶହଶହ ବର୍ଷ ଧରି ସେହି ପୈତୃକ […]

sura

sura

Manoranjan Sial
  • Published: Wednesday, 27 January 2021
  • Updated: 27 January 2021, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଭିଟାମାଟି ପାଇଁ ଜଟଣୀ ଅଂଚଳର ୧୩ଟି ଗାଁର ଲୋକେ ଆସନ୍ତା ମାର୍ଚ୍ଚ ୧ତାରିଖରେ ସଚିବାଳୟ ଘେରାଉ କରିବେ ବୋଲି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ୨୦୧୨ ମସିହାରେ ଜଣେ ସେଟେଲମେଂଟ ଅଫିସରଙ୍କ ଭୁଲ୍ ଯୋଗୁ ଏବେ ତା’ର ଫଳ ୧୩ଟି ଗାଁର ବାସିନ୍ଦାଙ୍କୁ ଭୋଗିବାକୁ ପଡ଼ୁଛି। ଶହଶହ ବର୍ଷ ଧରି ସେହି ପୈତୃକ ସ୍ଥିତିବାନ ସମ୍ପତ୍ତି ଉପରେ ୧୩ଟି ଗାଁ ଲୋକେ ଏବେ ନିଜର ଅଧିକାର ହରାଇ ବସିଛନ୍ତି। ଗତ ୯ ବର୍ଷ ଧରି ସରକାରଙ୍କୁ ବାରମ୍ବାର କହିବା ସତ୍ତ୍ୱେ ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଶ୍ରୀ ରାଉତରାୟ କହିଛନ୍ତି। ପୈତୃକ ସ୍ଥିତିବାନ ଭୂସମ୍ପତ୍ତିକୁ ଭୁଲବଶତଃ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତୀ ୧୩ଟି ଗ୍ରାମ ଯଥା ବେରୁଆଁ, ଭଁସର, ବାଇରଙ୍ଗ, ହରିରାଜପୁର, ବୁଢ଼ାପଡ଼ା, ନିରଞ୍ଜନପୁର, କନ୍ତିଆ, ରଥିପୁର, କୁଶମାଟି, ଛଣଘର, କୁଦିଆରି, ରାମଚନ୍ଦ୍ରପୁର ଗାଁର ୧ ଲକ୍ଷ ୭୨ ହଜାର ଲୋକ ୯ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

ଶ୍ରୀଜଗନ୍ନାଥଙ୍କ ନାମରେ ପୌତୃକ ଭୂସଂପତି ଭୁଲବଶତଃ ପରିବର୍ତ୍ତିତ ହୋଇଯିବା ଯୋଗୁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଉନ୍ନତିମୂଳକ ଯୋଜନାର ଅର୍ଥ ଏହି ସବୁ ଗାଁରେ ଥିବା ସ୍କୁଲ ଘର, ଖେଳ ପଡ଼ିଆ, ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି, ମଶାଣୀ ପ୍ରଭୃତି କୌଣସି କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ। ଏପରିକି ପିଲାଙ୍କ ପାଠପଢ଼ା,ବାହାଘର,ବ୍ରତଘର କି ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ନିଜର ଜମିକୁ ମଧ୍ୟ ବିକ୍ରି କରିବା ସମ୍ଭବପର ହେଉନି। ୨୦୧୨ ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡିହ ଯେଉଁ ସ୍ଥିତିରେ ଥିଲା ସେହିଭଳି ସ୍ଥିତିକୁ ଆଣିବା ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଅନୁରୋଧ ଏବଂ ବିଧାନସଭାରେ ପ୍ରଶ୍ନ ଉଠାଇଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ।

ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ ଟି ସଚିବ, ଉନ୍ନୟନ କମିଶନରଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏହି ସମସ୍ୟା ସେମାନଙ୍କର ନଜରକୁ ଅନେକ ଥର ଆଣିଥିଲେ ମଧ୍ୟ ତା’ର କୌଣସି ସମାଧାନ ବାହାରୁ ନାହିଁ। ସମସ୍ୟାର ସମାଧାନ ନହେଲେ ନବୀନ ନିବାସ ଆଗରେ ସମୂହ ଆତ୍ମାହୁତି ଦେବୁ ବୋଲି ଘୋଷଣା କରିବା ପରେ ରାଜ୍ୟ ସରକାର ଏ ସମସ୍ୟାର ସମାଧାନ ପାଇଁ ଏକ ଅସ୍ଥାୟୀ କୋର୍ଟ ସ୍ଥାପନ କଲେ। ମାତ୍ର ଏହି କୋର୍ଟ ଏବେ କହୁଛନ୍ତି ଯେ ଏଥିରେ କ୍ଷତିଗ୍ରସ୍ତ ସମସ୍ତ ବ୍ୟକ୍ତି କୋର୍ଟଙ୍କ ନିକଟରେ ଜଣ ଜଣ କରି ଦରଖାସ୍ତ କରିବେ। ମାତ୍ର ଆମର ଦାବି ଯେ, ଯେଉଁ ଗୋଟିଏ ନିର୍ଦ୍ଦେଶରେ ଆମ ସମସ୍ତଙ୍କର ଭୂସମ୍ପତ୍ତି ଜଗନ୍ନାଥଙ୍କ ନାମରେ ପରିବର୍ତିତ ହୋଇଗଲା ସେହିପରି ଗୋଟିଏ ଅର୍ଡର କରାଯାଇ ଉକ୍ତ ଭୂସମ୍ପତ୍ତିର ମାଲିକାନା ସତ୍ତ୍ୱକୁ ସଂଶୋଧନ କରାଯାଉ।

ତେଣୁ ସରକାର ଯଦି ଏକଥାକୁ ବିଚାରକୁ ନନିଅନ୍ତି ତା’ହେଲେ ଆସନ୍ତା ମାର୍ଚ୍ଚ ପହିଲାରେ ନିଜର ପୈତୃକ ଭିଟାମାଟି ପାଇଁ ଏହି ୧୩ଟି ଗାଁର ଲୋକେ ସଚିବାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେତେବେଳେ ଯାହା ପରିସ୍ଥିତି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ବିଶ୍ୱଜିତ୍ ଦାସ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ମନ୍ମଥ ରାଉତରାୟ, ଅଶୋକ ମଙ୍ଗରାଜ, ସଂଗ୍ରାମ ରାଉତରାୟ, ପ୍ରମୋଦ ହରିଚନ୍ଦନ, ଧନେଶ୍ୱର ରାଉତରାୟ, ବୃନ୍ଦାବନ ସାହୁ, ମାନସ ଆଚାର୍ଯ୍ୟ, ନୌସର ଅଲ୍ଲୀ, ମୋଷୁ ପରିଜା, ଜୟକୃଷ୍ଣ ମଲିଆ, ପ୍ରକାଶ ଜେନା, କଳିଙ୍ଗ ସାହୁ, କୋଇଲି ସୁବୁଦ୍ଧି, ବିବି ବଡଜେନା, ରଂଜିତ ପାତ୍ର, ସ୍ୱାଗତ କର, ହୁସେନ୍ ରାୟ, ପ୍ରକାଶ ମିଶ୍ର, ଅନନ୍ତ ବେହେରା, ଜଟାଧାରୀ ପ୍ରଧାନ, ବିଷ୍ଣୁ ସାହୁ, ସୁଧାଂଶୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ନିକୁଞ୍ଜ ରାଉତରାୟ, ସୁକାନ୍ତ ମହାନ୍ତି, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ମନୋରଞ୍ଜନ ବଟୁ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story