୧୭ରୁ ରାଜ୍ୟବ୍ୟାପୀ ‘ଦରଦାମ ବୃଦ୍ଧି ଉପରେ ଚର୍ଚ୍ଚା’ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଦରଦାମ ବୃଦ୍ଧି ଉପରେ ଚର୍ଚ୍ଚା’ କରାଯିବ ବୋଲି କଂଗ୍ରେସ ଘୋଷଣା କରିଛି । ଏହାସହିତ ଆସନ୍ତା ୨୮ତାରିଖରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ‘ହାଲ୍ଲା ବୋଲ- ଦିଲ୍ଲୀ ଚଲୋ’ କାର୍ଯ୍ୟକ୍ରମ ଦିଲ୍ଲୀଠାରେ ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ରାଜ୍ୟ କଂଗ୍ରେସ ଭବନରେ […]

congress

congress

Ordigital Desk
  • Published: Saturday, 13 August 2022
  • Updated: 13 August 2022, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଦରଦାମ ବୃଦ୍ଧି ଉପରେ ଚର୍ଚ୍ଚା’ କରାଯିବ ବୋଲି କଂଗ୍ରେସ ଘୋଷଣା କରିଛି । ଏହାସହିତ ଆସନ୍ତା ୨୮ତାରିଖରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ‘ହାଲ୍ଲା ବୋଲ- ଦିଲ୍ଲୀ ଚଲୋ’ କାର୍ଯ୍ୟକ୍ରମ ଦିଲ୍ଲୀଠାରେ ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଆଜି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କ ଜନବିରୋଧି ନୀତି ତଥା ଆର୍ôଥକ ପରିଚାଳନା ବିଫଳତା ଯୋଗୁଁ ଦେଶରେ ଅହେତୁକ ଦରବୃଦ୍ଧି ଘଟି ଲୋକମାନେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଥିବା ବେଳେ ଉତ୍କଟ ବେକାରୀ ସମସ୍ୟା ଦେଶର ଯୁବସମାଜକୁ ହତାଶ ଓ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି । ମିଥ୍ୟା ପ୍ରଚାର ଓ ପ୍ରତାରଣାରେ ଆଜି ଦେଶବାସୀ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କର ଏ ସମସ୍ତ ଜନବିରୋଧି ନିଷ୍ପତ୍ତିକୁ ଓଡ଼ିଶା ସରକାର ସଲାସୁତରାରେ ସମର୍ଥନ କରିଚାଲିଛନ୍ତି ।

ଜିଏସଟି ବୈଠକରେ ଚୂଡ଼ା, ଚିନି, ଗୁଡ଼ ଆଦି ଉପରେ ଜିଏସଟି ଲାଗୁ ନିଷ୍ପତ୍ତିକୁ ଓଡ଼ିଶା ସରକାର ଲୋକଙ୍କ ସ୍ୱାର୍ଥପାଇଁ ବିରୋଧ କରିବା ନିମନ୍ତେ ମଧ୍ୟ ଉଚିତ ମନେକଲେ ନାହିଁ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଜନସାଧାରଣଙ୍କ ପ୍ରତି ପ୍ରତାରଣା କରୁଛନ୍ତି । ଏସବୁ ଜନମାରଣ ନୀତି ବିରୋଧରେ ଅଗଷ୍ଟ ୫ ତାରିଖ ଦିନ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ ହୋଇଥିବାବେଳେ ରାଜ୍ୟବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ସଫଳତାର ସହ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସେହିପରି ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି । ମୁଦ୍ରାସ୍ପୀତି, ଅହେତୁକ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଏଆଇସିସି ନିର୍ଦ୍ଦେଶ ଅନୁସାରେ ଆସନ୍ତା ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ, ହାଟବଜାର, ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦରଦାମ ବୃଦ୍ଧି ଚର୍ଚ୍ଚା କରିବା ସହ ଓ ପ୍ରଚାରପତ୍ର ବଂଟନ କରି ଜନସଚେତନା ସୃଷ୍ଟି କରାଯିବ । ଏହାପରେ ଆସନ୍ତା ୨୮ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ ମହଙ୍ଗାଇ ପର ହାଲ୍ଲା ବୋଲ – ଚଲୋ ଦିଲ୍ଲୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଓ ମିଡିଆ ସେଲ୍ ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos