ସାଇବର ଠକଙ୍କ ଟାର୍ଗେଟରେ ବିଜେଡି ନେତ୍ରୀ, ଥାନାରେ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଇବର ଠକଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସରକାରଙ୍କ ସାଇବର ସୁରକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଆଇଏଏସ ଓ ଆଇପିଏସ୍ ଅଫିସରଙ୍କୁ ଟାର୍ଗେଟ କରୁଥିବା ସାଇବର ଠକମାନେ ଆଜି ଶାସକ ବିଜେଡିର ସାଧାରଣ ସମ୍ପାଦିକା ତଥା ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। ଶ୍ରୀମତୀ ମିଶ୍ର ନିଜେ ଏନେଇ ପୁଲିସରେ ମାମଲା ରୁଜୁ କରିବା ସହ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । […]

srimayee

srimayee

Ordigital Desk
  • Published: Saturday, 13 August 2022
  • Updated: 13 August 2022, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଇବର ଠକଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସରକାରଙ୍କ ସାଇବର ସୁରକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଆଇଏଏସ ଓ ଆଇପିଏସ୍ ଅଫିସରଙ୍କୁ ଟାର୍ଗେଟ କରୁଥିବା ସାଇବର ଠକମାନେ ଆଜି ଶାସକ ବିଜେଡିର ସାଧାରଣ ସମ୍ପାଦିକା ତଥା ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। ଶ୍ରୀମତୀ ମିଶ୍ର ନିଜେ ଏନେଇ ପୁଲିସରେ ମାମଲା ରୁଜୁ କରିବା ସହ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ସାଇବର ଠକଙ୍କ ଦୌରାତ୍ମ୍ୟ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ସରକାର କେବଳ ନିରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟରେ ସାଇବର ଅପରାଧ ଓ ଠକେଇ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ହେଲପଲାଇନ୍ ନମ୍ବରଠୁ ଆରମ୍ଭ କରି ୧୪ଟି ସାଇବର ଥାନା ରହିଥିଲେ ମଧ୍ୟ ତାହା ପ୍ରଭାବହୀନ ହୋଇପଡ଼ିଛି ।

ବିଜେଡି ମୁଖପାତ୍ର ଶ୍ରୀମତୀ ମିଶ୍ରଙ୍କ ସୂଚନା ଅନୁସାରେ, ହ୍ୱାଟସଅପ୍ ମୋବଇଲ ନମ୍ବର-୯୬୬୦୨୦୪୫୬୮ରୁ କେହି ଜଣେ ତାଙ୍କ ଫଟୋ ଲଗାଇ ଲୋକଙ୍କଠୁ ଅର୍ଥ ସହାୟତା ମାଗୁଥିବାର ଖବର ସେ ଜାଣିବାକୁ ପାଇଛନ୍ତି । ଏହାପରେ ସେ ସଙ୍ଗେସଙ୍ଗେ ସାଇବର ପୁଲିସକୁ ଅବଗତ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିବାବେଳେ ଯେଉଁମାନେ ଏଭଳି ମେସେଜ୍ ପାଉଛନ୍ତି ସେମାନେ ତୁରନ୍ତ ପୁଲିସକୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ଏପରିକି ଯେଉଁ ମୋବାଇଲ ନମ୍ବରରୁ ହ୍ୱାଟସଅପ ମେସେଜ୍ ଯାଉଛି ତାହା ତାଙ୍କର ନୁହେଁ କି ସେ ଏହାକୁ କେବେ ଉପଯୋଗ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଶ୍ରୀମତୀ ମିଶ୍ର ଏଭଳି ସାଇବର ଠକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବାବେଳେ ପୁଲିସ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, କିଛଦିନ ପୂର୍ବରୁ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆଇଏଏସ୍ ପୁନମ ଗୁହାଙ୍କ ଭଳି ଆଇଏଏସ୍ ଅଫିସରମାନେ ସାଇବର ଠକଙ୍କ ଶିକାର ହୋଇଛନ୍ତି । ସେମାନଙ୍କ ନାଁରେ ମଧ୍ୟ ସାଇବର ଠକମାନେ ଅର୍ଥ ଦାବି କରୁଥିବାର ଅଭିଯୋଗ ସାଇବର ସେଲରେ ହୋଇଛି ।

ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୨୦ ମସିହାରେ ମୋଟ ୧୯୩୧ଟି ସାବିବର ଠକେଇ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୧ରେ ୨୦୩୭ଟି ମାମଲା ପଞ୍ଜିକୃତ ହୋଇଛି । ତେବେ ଗ୍ରାମାଂଚଳରେ ରହୁଥିବା ଲୋକେ ସଚେତନତା ଅଭାବରୁ ସାଇବର ଠକାମିର ଶିକାର ହେଉଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ଯୋଗୁ ମାମଲା ରୁଜୁ କରୁନଥିବା ଜଣାପଡ଼ିଛି । ସାଇବର ଠକଙ୍କ ଏଭଳି ପ୍ରାଦୁର୍ଭାବ ଯୋଗୁ ଓଡ଼ିଶାର ସାଇବର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story