ପ୍ରସନ୍ନ, ସସ୍ମିତଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ୱାମୀନାଥନ ସୁପାରିସ ଲାଗୁ ପ୍ରସଙ୍ଗରେ ଉଭୟଙ୍କୁ ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି। ସ୍ୱାମୀନାଥନ କମିଟି ସୁପାରିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁ କରିଛନ୍ତି। ଉଭୟ ତଥ୍ୟ ରଖି ବକ୍ତବ୍ୟ ଦେବେ ବୋଲି ଆଶା କରୁଛି ବୋଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଅବସରରେ ରାଜ୍ୟସଭାରେ ଏକଥା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ […]

Dharmendra

Dharmendra

Manoranjan Sial
  • Published: Thursday, 04 February 2021
  • Updated: 04 February 2021, 04:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ୱାମୀନାଥନ ସୁପାରିସ ଲାଗୁ ପ୍ରସଙ୍ଗରେ ଉଭୟଙ୍କୁ ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି। ସ୍ୱାମୀନାଥନ କମିଟି ସୁପାରିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁ କରିଛନ୍ତି। ଉଭୟ ତଥ୍ୟ ରଖି ବକ୍ତବ୍ୟ ଦେବେ ବୋଲି ଆଶା କରୁଛି ବୋଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଅବସରରେ ରାଜ୍ୟସଭାରେ ଏକଥା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“ଗରିବଙ୍କୁ କେନ୍ଦ୍ରବିନ୍ଦୁରେ ରଖି ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସରକାର କେବଳ ଘୋଷଣା କରନ୍ତିନି, ଦାୟିତ୍ୱ ନେଇ ସମୟ ପୂର୍ବରୁ ସାରନ୍ତି। ଜନସାଧାରଣକୁ ନେଇ ସରକାର ଚଳାଇବା ଆମ ଶାସନର ମୂଳମନ୍ତ୍ର। ୧୯୭୫ ମସିହାରେ ୨% ଟଏଲେଟ ଥିଲା। ଆଜି ଶତପ୍ରତିଶତଙ୍କ ଘରେ ଟଏଲେଟ ହୋଇଛି। ୨୦୧୪ରେ ୧୪ କୋଟି ଘରୋଇ ଗ୍ୟାସ ସଂଯୋଗ ଥିଲା। ଆଜି ୨୯ କୋଟି ଲୋକଙ୍କ ପାଖରେ ଗ୍ୟାସ ପହଞ୍ଚିଛି। ଜନଧନ ଯୋଜନାରେ ୪୨ କୋଟି ଲୋକଙ୍କର ଖାତା ଖୋଲା ଯାଇଛି।”

ସେ ଆହୁରି କହିଛନ୍ତି-“ପଶ୍ଚିମ ସହ ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ପାଇଁ ଆମେ ଆଜି କରୋନାକୁ ହରାଇ ପାରିଛୁ। ମହାମାରୀରେ ଘରକୁ ଆସିଥିବା ଶ୍ରମିକଙ୍କ ପାଇଁ ରୋଜଗାର ବ୍ୟବସ୍ଥା ହୋଇଛି। ୫୦ ହଜାର କୋଟିର ପ୍ୟାକେଜ ଏବଂ ୫୦ କୋଟି ଶ୍ରମଦିବସ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos