ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର : ପିଏମ୍ କିଷାନ ଟଙ୍କାରୁ ବଞ୍ଚିତ ହେଉଛନ୍ତି ବହୁ ପଞ୍ଜିକୃତ ଚାଷୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ଯେଭଳି ସହାୟତା ମିଳିବ ସେ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କହିଛନ୍ତି। ପିଏମ କିଷାନରେ ରାଜ୍ୟର ୪୦.୫୦ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିଲେ ବି ସବୁ କିସ୍ତି ଅର୍ଥ ପାଇବାକୁ ଅନେକ ଚାଷୀ ବଂଚିତ ହେଉଛନ୍ତି। ତେଣୁ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଚାଷୀ ଯେଭଳି ପାଇବେ ସେ ଦିଗରେ […]

naveen patnaik and dharmendra pradhan

naveen patnaik and dharmendra pradhan

Ordigital Desk
  • Published: Monday, 01 March 2021
  • Updated: 01 March 2021, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ଯେଭଳି ସହାୟତା ମିଳିବ ସେ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କହିଛନ୍ତି। ପିଏମ କିଷାନରେ ରାଜ୍ୟର ୪୦.୫୦ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିଲେ ବି ସବୁ କିସ୍ତି ଅର୍ଥ ପାଇବାକୁ ଅନେକ ଚାଷୀ ବଂଚିତ ହେଉଛନ୍ତି। ତେଣୁ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଚାଷୀ ଯେଭଳି ପାଇବେ ସେ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦାବି କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ଅଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପଞ୍ଜିକୃତ ହୋଇଥିବା ସାଢେ ୭ କୋଟି ଚାଷୀଙ୍କୁ ସପ୍ତମ କିସ୍ତିରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ସପ୍ତମ କିସ୍ତିରେ ଓଡ଼ିଶାର ମାତ୍ର ୨୪.୭ ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ଏହି ଯୋଜନାରେ ପାଇଥିଲେ। ପୂର୍ବରୁ ବି ଷଷ୍ଠ କିସ୍ତିରେ ମଧ୍ୟ ଅନୁରୂପ ଭାବରେ କମ୍‌

ଚାଷୀ ଏହି ଯୋଜନାର ଲାଭ ପାଉଥିବା ଓ କିଛି ଚାଷୀ ବଂଚିତ ହେଉଥିବାର ଦେଖାଯାଇଥିଲା। ପଞ୍ଜିକୃତ ୪୦.୫ ଲକ୍ଷ ଚାଷୀ ମଧ୍ୟରୁ ପିଏମ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡ଼ିଶାର ମାତ୍ର ୯.୭୩ ଲକ୍ଷ ଚାଷୀ ପ୍ରଥମ କିସ୍ତି ପାଇଥିଲେ ଯାହା ପଞ୍ଜିକୃତଙ୍କ ୨୪ ପ୍ରତିଶତ। ସେହିପରି ଅନୁରୂପ ଭାବରେ ଦ୍ୱିତୀୟ କିସ୍ତିରେ ୨୯.୯୨ ଲକ୍ଷ ଅର୍ଥାତ୍ ପଞ୍ଜିକୃତଙ୍କ ୭୪ % , ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ ତଥା ୭୧ % , ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ ଅର୍ଥାତ୍ ପଂଜିକରଣର ୬୩ % ଚାଷୀ କେବଳ ପିଏମ ଯୋଜନାରେ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇଛନ୍ତି। ଅନୁରୂପ ଭାବରେ ପଂଚମ କିସ୍ତିରେ ୨୧.୫୫ ଲକ୍ଷ ଚାଷୀ ଅର୍ଥାତ୍ ୫୩ %, ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ତଥା ୫୮ ପ୍ରତିଶତ ଓ ସପ୍ତମ କିସ୍ତିର ଲାଭ ମାତ୍ର ୬୧ % ଅର୍ଥାତ୍ ୨୪.୭୦ ଲକ୍ଷ ଚାଷୀ ଲାଭ ପାଇଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡ଼ିଶାର ଚାଷୀ ହେଉଛି ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ। ରାଜ୍ୟର ଜନସଂଖ୍ୟାର ଦୁଇ ତୃତୀୟାଂଶ ଚାଷୀ ଜିଡିପିର ଏକ ପଂଚମାଂଶ ଯୋଗଦାନ ରଖୁଛନ୍ତି । ତେବେ ଚାଷୀ ବିଶେଷ ଭାବରେ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଭାରତ ସରକାର ଗତ ୬ ବର୍ଷରେ ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ଦିଗରେ ଅନେକ ବଡ ପ୍ରଭାବ ପକାଉଥିବା ପଦକ୍ଷେପ ଏବଂ ସଂସ୍କାର ଅଣାଯାଇଛି ଏବଂ ଏଥିରେ ପିଏମ କିଷାନ ଅନ୍ୟତମ।

ଏହି ଯୋଜନାର ନିୟମାବଳୀ ଅନୁସାରେ ରାଜ୍ୟ ସରକାରମାନେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ ଏବଂ ଯୋଜନାର ୱେବପୋର୍ଟାଲରେ ଦାଖଲ କରିବେ। ହିତାଧିକାରୀଙ୍କ ତଥ୍ୟକୁ ସଠିକ୍ ଭାବରେ ଦେବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି ଏବଂ ଏହାଦ୍ୱାରା ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ପଠାଯାଇପାରିବ। ମାତ୍ର ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁଁ ପିଏମ କିଷାନ ନିଧି ଯୋଜନାରେ ପଞ୍ଜିକୃତ ହୋଇଥିବା ଓଡ଼ିଶାର ଚାଷୀଙ୍କ ମଧ୍ୟରୁ ବହୁତ୍ କମ୍ ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି।

କୋଭିଡ୍ ମହାମାରୀ ସମୟରେ ଚାଷୀଙ୍କୁ ସରକାରୀ ସହାୟତା ଦରକାର ଥିବାବେଳେ ସେମାନଙ୍କୁ ପିଏମକିଷାନରୁ ବଂଚିତ କରିବା ଅତ୍ୟନ୍ତ ଦୁଃଖଦାୟକ ।ତେଣୁ ରାଜ୍ୟର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନର ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story