ଯୁବନେତାଙ୍କ ଗୋଛି କାଟି ବୁଡ଼ୁଛି କଂଗ୍ରେସ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଶାଳରୁ ଘୋଡ଼ା ପଳେଇଲେ ଚେତା ପଶିବ କି?’ ରବିବାର ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲଙ୍କ ଏହି ମନ୍ତବ୍ୟ ଦଳ ଭିତରର ଅକୁହା କଥାକୁ ପରୋକ୍ଷରେ କହିଛନ୍ତି। ଦେଶର ସର୍ବାଧିକ ଶାସନ କ୍ଷମତାରେ ଥିବା ଏହି ଦଳ ଏବେ ସତ୍ତା ଖୋଜୁଛି। ହେଲେ ଦଳୀୟ କନ୍ଦଳ ହେଉ କି ଦୃଢ଼ ନେତୃତ୍ୱର ଅଭାବ ପାଇଁ ଶାସନ ଗାଦିରେ ବସି ହାତରୁ କ୍ଷମତା ପଳାଇବା ଦେଶର ସର୍ବପୁରାତନ ଦଳ ପାଇଁ ଚିନ୍ତାର ବିଷୟ। ଆଉ […]

Congress (3)

Congress (3)

Subhransu Sekhar
  • Published: Monday, 13 July 2020
  • Updated: 13 July 2020, 06:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଶାଳରୁ ଘୋଡ଼ା ପଳେଇଲେ ଚେତା ପଶିବ କି?’ ରବିବାର ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲଙ୍କ ଏହି ମନ୍ତବ୍ୟ ଦଳ ଭିତରର ଅକୁହା କଥାକୁ ପରୋକ୍ଷରେ କହିଛନ୍ତି। ଦେଶର ସର୍ବାଧିକ ଶାସନ କ୍ଷମତାରେ ଥିବା ଏହି ଦଳ ଏବେ ସତ୍ତା ଖୋଜୁଛି। ହେଲେ ଦଳୀୟ କନ୍ଦଳ ହେଉ କି ଦୃଢ଼ ନେତୃତ୍ୱର ଅଭାବ ପାଇଁ ଶାସନ ଗାଦିରେ ବସି ହାତରୁ କ୍ଷମତା ପଳାଇବା ଦେଶର ସର୍ବପୁରାତନ ଦଳ ପାଇଁ ଚିନ୍ତାର ବିଷୟ। ଆଉ ଏହାର କାରଣ ଯୁବ ଗୋଷ୍ଠୀଙ୍କୁ ଆଗକୁ ନଛାଡ଼ି କୋଣଠେସା କରିବା କାରଣ ବୋଲି ଜଣାପଡ଼ିଛି। ଅନ୍ୟପଟେ କଂଗ୍ରେସର ଘୋର ବିରୋଧୀ ତଥା ଏବେର ଶାସକ ଦଳ ଯୁବ ଗୋଷ୍ଠୀ ବା ଉତ୍ତରାଧିକାରୀଙ୍କୁ ସୁଯୋଗ ଦେଇ ଦେଶରେ ଅଧିକାଂଶ ରାଜ୍ୟରେ ଶାସନ ଗାଦିରେ ବସିଛି।

ଦଳୀୟ ଅସନ୍ତୋଷ ଏବଂ ଅଣଦେଖା ଅଭିଯୋଗ ଆଣି ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ। ଏହାପରେ ତାଙ୍କ ଅନୁଗତ ବିଧାୟକ ଓ ନେତା ମଧ୍ୟ ବିଜେପିରେ ମିଶିଲେ। ପରିଣାମସ୍ୱରୂପ କଂଗ୍ରେସ ଶାସନରେ ରହିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ହରାଇଲା ଓ ବିଜେପି ପୁଣିଥରେ ସରକାର ଗଢ଼ିବାରେ ସକ୍ଷମ ହେଲା। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଶିବରାଜ ସିଂହ ସରକାରକୁ ହଟାଇ କଂଗ୍ରେସ କ୍ଷମତାକୁ ଆସିଥିଲା। ଦଳର ବରିଷ୍ଠ ନେତା କମଲନାଥ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ସୌଭାଗ୍ୟ ଅର୍ଜନ କରିଥିଲେ। ହେଲେ ବିଧାନସଭା ନିର୍ବାଚନ କିନ୍ତୁ ‘ମହାରାଜା’ଙ୍କ ନାମରେ କଂଗ୍ରେସ ଲଢ଼ିଥିଲା। ମୁଖ୍ୟମନ୍ତ୍ରୀ ଆସନ ନମିଳିବାରୁ ପରବର୍ତ୍ତୀ ସମୟରେ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରଥମ ଆସନ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ସିନ୍ଧିଆ ବିଜେପିକୁ ବିଶ୍ୱସ୍ତ ଭାବି କଂଗ୍ରେସ ଛାଡ଼ିଲେ।

ଏବେ ରାଜସ୍ଥାନରେ ସମାନ ଅବସ୍ଥା। ଦଳର ଦାୟିତ୍ୱ ନେଇ ପ୍ରଚାର ପାଖରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଆଗରେ ରହିଲେ ସଚିନ ପାଇଲଟ। ହେଲେ ନିର୍ବାଚନରେ ଜିତିବା ପରେ ଗେହଲଟଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସଚିନ ଏବଂ ତାଙ୍କ ଅନୁଗତଙ୍କ ପାଇଁ ଝଟକା ସାବ୍ୟସ୍ତ ହୋଇଛି। ଏହାକୁ ନେଇ ନିକଟରେ କଂଗ୍ରେସର ମୁଖପାତ୍ର ଏବଂ ଏଆଇସିସି ପଦବୀରୁ ବିଦା ହୋଇଥିବା ସଞ୍ଜୟ ଝା ମଧ୍ୟ ଟୁଇଟ୍ କରିଛନ୍ତି। ସେ କହିଛନ୍ତି, ୨୦୧୩ରେ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢ଼ିଥିଲା ସେତେବେଳେ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୨୧ଟି ଆସନରେ ବିଜୟୀ ହୋଇଥିଲା। ଯାହାକି ରାଜ୍ୟରେ କଂଗ୍ରେସ ପ୍ରଥମ ଥର ପାଇଁ ଏତେ କମ୍ ଆସନ ଜିତିଥିଲା। ସେହିପରି ୨୦୧୮ ବିଧାନସଭା ନିର୍ବାଚନରେ ସଚିନଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିଲା ବିଜେପି ୭୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୦୦ଟି ଆସନରେ ବିଜୟୀ ହୋଇଛି। ହେଲେ ଗେହଲଟ ଧରିଛନ୍ତି ସରକାରର ମଙ୍ଗ। ତେଣୁ ସଚିନ ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ। ଦୀର୍ଘ ବର୍ଷ ଧରି କେନ୍ଦ୍ର ବା ରାଜ୍ୟରେ କ୍ଷମତାରେ ଥିବା ବରିଷ୍ଠ ନେତାଙ୍କ ପରିବର୍ତ୍ତେ କଂଗ୍ରେସ ଦଳ ଯୁବ ନେତୃତ୍ୱ ଉପରେ ଗୁରୁତ୍ୱ ଦେବାର  ଆବଶ୍ୟକତା ଥିବାବେଳେ ଓଲଟା ଘଟିଚାଲିଛି। ଦକ୍ଷ ଓ ଲୋକପ୍ରିୟ ଯୁବ ନେତୃତ୍ୱଙ୍କୁ ଅଣଦେଖା କରି କଂଗ୍ରେସ ଦଳ ଅଧିକ ବୟସ୍କ ଓ ବରିଷ୍ଠ ନେତାଙ୍କୁ ପଦଭାର ପ୍ରଦାନ କରିବା ଦଳ ପାଇଁ ଏବେ କାଳ ସାଜୁଛି।

ରାହୁଲ ଗାନ୍ଧୀ ବାରମ୍ୱାର ଯୁବ ନେତୃତ୍ୱର କଥା କହୁଛନ୍ତି। ହେଲେ ସେ ଏଯାବତ ରାଜନୀତିରେ ପରିପକ୍ୱ ଥିବା ନଜରକୁ ଆସିନି। ମନମୋହନ ସିଂହ ସରକାରରେ ଅଧ୍ୟାଦେଶକୁ ଚିରିବା ଘଟଣା ହେଉ ଏଲଏସିର ସେନା ଅସ୍ତ୍ରଶସ୍ତ୍ର ଧରିବା ପ୍ରସଙ୍ଗ ହେଉ। ଅନେକ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଦଳକୁ ଅଡ଼ୁଆରେ ପକାଇଛି। ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କ’ଣ ହୋଇଛି? ଦଳର ସଭାପତି ପଦବୀ ଏଯାବତ ଗାନ୍ଧୀ ପରିବାର ପାଖରେ। ହେଲେ ଏଯାବତ ଦଳରେ ଥିବା ଅନେକ ଦକ୍ଷ ନେତାଙ୍କୁ ସୁଯୋଗ ନ ଦେବା ଗଣତନ୍ତ୍ରର ମୂଲ୍ୟବୋଧ ବାବଦରେ ଗାନ୍ଧି ପରିବାର ଠିକ୍ ସେ ବୁଝିନଥିବା ମନେ ହୁଏ।

ଏହାରି ଭିତରେ କିନ୍ତୁ କର୍ଣ୍ଣାଟକର ପିସିସି ସଭାପତି ପଦ ଡିକେ ଶିବକୁମାରଙ୍କୁ ଦେଇ କଂଗ୍ରେସ ଏକ ଭଲ ପଦକ୍ଷେପ ନେଇଛି। କର୍ଣ୍ଣାଟକରେ ସିଦ୍ଧେରମାୟାଙ୍କ ବିରୋଧରେ ଥିବା ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଶିବକୁମାର ହିଁ ଏକମାତ୍ର ସଞ୍ଜିବନୀ ବୋଲି ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଯାହାକି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବାରେ ସହାୟକ ହେବ।

ଅନ୍ୟପଟେ ବିଜେପିର ସାଙ୍ଗଠନିକ ସ୍ଥିତିକୁ ଯଦି ଦେଖିବା ଦଳର ସଭାପତି ପଦବୀରେ ଦଳର ଅନେକ ନେତା ବସିଛନ୍ତି। ଲାଲକୃଷ୍ଣ ଆଡ଼ଭାନୀଙ୍କ ପାଖରୁ ଆରମ୍ଭ କରି ମନୋହର ଯୋଶୀ, ଗଡକରୀ, ରାଜନାଥ ସିଂହ, ଅମିତ ଶାହ ଓ ଏବେ ଜେପି ନଡ୍ଡା। ଅଟଳ ବିହାରୀ ବାଜପେୟୀ ଏବଂ ଆଡ଼ଭାଣୀଙ୍କ ଉତ୍ତରାଧିକାରୀ ଭାବରେ ନରେନ୍ଦ୍ର ମୋଦି ସଫଳ ହୋଇଛନ୍ତି। ଏବେ ଦଳ ଅରୁଣ ଜେଟଲୀ ଏବଂ ସୁଷମା ସ୍ୱରାଜଙ୍କୁ ହରାଇବା ପରେ ତାଙ୍କର ବିକଳ୍ପ ଭାବରେ ଅମିତ ଶାହ, ଗଡକରୀ ଆଦି ଆସିଛନ୍ତି। ଏମିତିକି ମୋଦିଙ୍କ ଉତ୍ତରାଧିକାରୀ ଭାବରେ ଶାହ ବୋଲି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ହୁଏ।

ତ୍ରିପୁରାରେ ମାଣିକ ସରକାରକୁ ହଟାଇବାରେ ବିଜେପିର ନେତୃତ୍ୱ ନେଇଥିବା ଯୁବ ନେତା ବିପ୍ଳବ କୁମାର ଦେବ ହୁଅନ୍ତୁ କି ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ସେହିପରି ଆସାମରେ ତରୁଣ ଗୋଗୋଇ ସରକାର ଯିବା ପରେ ବିଜେପି ସର୍ବାନନ୍ଦ ସୋନଓ୍ୱାଲଙ୍କ ଭଳି ଯୁବ ନେତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଆଣି ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଏବେ ତାଙ୍କର ଉତ୍ତରାଧିକାରୀ ଭାବରେ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କ ନାମ ଚର୍ଚ୍ଚାରେ ଅଛି।

ମଧ୍ୟପ୍ରଦେଶରେ ଶିବରାଜ ସିଂହ, ନରେନ୍ଦ୍ର ସିଂହ ତୋମାର, ନରୋତ୍ତମ ମିଶ୍ରଙ୍କ ଭଳି ନେତା ଥିଲେ ମଧ୍ୟ ଯୁବବର୍ଗକୁ ପ୍ରଭାବିତ କରିବା ବେଳେ ଚେହେରା ପାଇଁ ଜ୍ୟାତିରାଦିତ୍ୟ ସିନ୍ଧିଆଙ୍କୁ ଏବେ ବିଜେପି ଅଧିକ ଗୁରୁତ୍ୱ ଦେଉଥିବା ଚିନ୍ତା କରୁଛି। ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ସିନ୍ଧିଆ ଅନୁଗତ ଅଧିକ ମନ୍ତ୍ରୀ ଆସନରେ ବସିବା ଏହାର ଜ୍ୱଳନ୍ତ ଉଦାହରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story