ନିମାପଡ଼ା ବିଧାନସଭା ଆସନ ଟିକେଟ ବଣ୍ଟାକୁ ନେଇ ବିଜେଡି କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ବାଚନୀମଣ୍ଡଳୀ ନିମାପଡ଼ା। ଯାହା ଚଳିତ ନିର୍ବାଚନରେ ବେଶ ଚର୍ଚ୍ଚାରେ ଅଛି। ଗତ କିଛିଦିନ ତଳେ ବିଜେଡି ଟିକେଟ ପରିବର୍ତ୍ତନ ଦାବିରେ ହଜାର ହଜାର ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଥିଲେ ସମୀର। ଭରାସଭାରେ ପରୋକ୍ଷରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ଉପରେ ବର୍ଷିଥିଲେ ଭାଇନା। କଥାକଥାରେ କହିଥିଲେ, ଯିଏ ବିଜେଡି ପ୍ରାର୍ଥୀ ହୋଇଛନ୍ତି, ସେ ନୋଟ ଧରି ବୁଲୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।