ପିପିଲି ପାଇଁ ସଜବାଜ: ନବୀନଙ୍କ ମେଗା କାର୍ଯ୍ୟକ୍ରମରେ ନଥିଲେ ମହାରଥୀଙ୍କ ପରିବାର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିପିଲି ଉପନିର୍ବାଚନ ପୂର୍ବରୁ ବଢ଼ିଚାଲିଥିବା ପଲିଟିକାଲ୍ ପାରା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ରାସ୍ତାଘାଟରୁ ଆରମ୍ଭ କରି ଜଳସେଚନ, ଷ୍ଟାଡ଼ିୟମଠୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ସବୁ ପ୍ରକାର ଭିତ୍ତିଭୂମିର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଆଜି ଭର୍ଚୁଆଲ୍ ମାଧ୍ୟମରେ ୬୮ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାହାରି ଭିତରେ ପ୍ରଗତି ପଥେ ପିପିଲି କାର୍ଯ୍ୟକ୍ରମ ଜରିଆରେ ପିପିଲି ବ୍ଲକ୍ ଓ ପିପିଲି ପୌରାଞ୍ଚଳ ପାଇଁ ୪୧ କୋଟି […]

9nb

9nb

Tapas Behera
  • Published: Tuesday, 23 February 2021
  • Updated: 23 February 2021, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିପିଲି ଉପନିର୍ବାଚନ ପୂର୍ବରୁ ବଢ଼ିଚାଲିଥିବା ପଲିଟିକାଲ୍ ପାରା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ରାସ୍ତାଘାଟରୁ ଆରମ୍ଭ କରି ଜଳସେଚନ, ଷ୍ଟାଡ଼ିୟମଠୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ସବୁ ପ୍ରକାର ଭିତ୍ତିଭୂମିର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଆଜି ଭର୍ଚୁଆଲ୍ ମାଧ୍ୟମରେ ୬୮ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାହାରି ଭିତରେ ପ୍ରଗତି ପଥେ ପିପିଲି କାର୍ଯ୍ୟକ୍ରମ ଜରିଆରେ ପିପିଲି ବ୍ଲକ୍ ଓ ପିପିଲି ପୌରାଞ୍ଚଳ ପାଇଁ ୪୧ କୋଟି ୨୬ ଲକ୍ଷ ଟଙ୍କାର ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୩୦ ବର୍ଷ ଧରି ଜନତାଙ୍କ ପ୍ରତି ମହାରଥୀଙ୍କ ଉତ୍ସର୍ଗୀକୃତ ସେବାକୁ ମନେପକାଇଥିଲେ । ତେବେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପରିବାରର ଉତ୍ତରାଧିକାରୀ କୁହାଯାଉଥିବା ପୁଅ କିମ୍ବା ପତ୍ନୀଙ୍କୁ ଏହି ମେଗା କାଯର୍ୟକ୍ରମରେ ଦେଖିବାକୁ ମିଳିନଥିଲା।

[caption id="attachment_621904" align="alignnone" width="755"] ସଭାରେ ଜନତା ଗହଳି[/caption]

ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମେଗା କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ବିରୋଧୀ କଂଗ୍ରେସ ପୂର୍ବ ଉପନିର୍ବାଚନ ଯଥା ବିଜେପୁର, ପାଟକୁରା, ତିର୍ତ୍ତୋଲ ଓ ବାଲେଶ୍ୱରରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତିା ଏବେ ପିପିଲି ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀ ବହୁ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା, ପିପିଲି ନିର୍ବାଚନମଣ୍ଡଳୀ ବାସୀଙ୍କ ପାଇଁ ଲଲିପପ୍ ବୋଲି କହିଛି ବିଜେପି ।

ପିପିଲି ଉପନିର୍ବାଚନ ପାଇଁ କୌଣସି ମୁହୂର୍ତ୍ତରେ ବିଗୁଲ ବଜାଇପାରନ୍ତି ନିର୍ବାଚନ କମିଶନ୍ । କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନି କୌଣସି ଦଳର ପ୍ରାର୍ଥୀଙ୍କ ନାଁ। ସବୁ ଦଳରେ ଚାଲିଛି ଅଙ୍କକଷା। ବିଜେଡି କାହାକୁ କରିବ ମହାରଥୀଙ୍କ ଉତ୍ତରାଧିକାରୀ? ମହାରଥୀଙ୍କ ପତ୍ନୀ ପ୍ରତିଭା ନା ପୁଅ ରୁଦ୍ରପ୍ରତାପ ? ଚର୍ଚ୍ଚା ହେଉଛି ଦଳୀୟ ସୁପ୍ରିମୋ କିଛି ସରପ୍ରାଇଜ୍ କାର୍ଡ ବି ଖେଳିପାରନ୍ତି । ସେପଟେ କଂଗେ୍ରସରେ ଅଜିତ ମଙ୍ଗରାଜ ଏବଂ ନିଶିକାନ୍ତ ମିଶ୍ର ଦୌଡ଼ରେ ଆଗରେ ଥିବାବେଳେ ବିଜେପି ପୁଣି ଥରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story