ପ୍ରତିଶ୍ରୁତି ରଖି ପାରିଲାନି କଂଗ୍ରେସ, ପୁଣି ସେଇ ପରିବାରବାଦ

ସୁନ୍ଦରଗଡ଼ (ପୱନ ତିୱାରୀ): ୨୦୧୯ ସାଧାରଣ ନିର୍ବାଚନ ସୁନ୍ଦରଗଡ଼ବାସୀଙ୍କ ବେଶ ମଜାଦାର ହେବ। କାରଣ ଭୋଟର ଏଠି ନିର୍ବାଚନ ମଇଦାନରେ ଦେଖିବେ ବାପା-ପୁଅ,  ଦୁଇ ଭଉଣୀଙ୍କୁ ଭିନ୍ନ ଦଳରେ, ଭିନ୍ନ ଆସନରେ। ସମସ୍ତଙ୍କ ମନରେ ଉତ୍କଣ୍ଠା କିଏ ଜିତିବ, କିଏ ହାରିବ? ଅବଶ୍ୟ ରାଜନୀତିରେ ପରିବାରବାଦ ସାଧାରଣ କଥା । କଂଗ୍ରେସ ସାରା ଦେଶରେ ତାର ପରିବାରବାଦ ରାଜନୀତିକୁ ନେଇ ସମାଲୋଚନା କରିଛି । କିଛି ଦିନ ପୂର୍ବରୁ ଏଆଇସିସି ମୁଖିଆ ପରିବାରବାଦର ଉପରକୁ ଉଠି ନିର୍ବାଚନ […]

Bapa-Pua-Sister

Bapa-Pua-Sister

Puspanjali Panda
  • Published: Saturday, 23 March 2019
  • Updated: 23 March 2019, 06:45 PM IST

ସୁନ୍ଦରଗଡ଼ (ପୱନ ତିୱାରୀ): ୨୦୧୯ ସାଧାରଣ ନିର୍ବାଚନ ସୁନ୍ଦରଗଡ଼ବାସୀଙ୍କ ବେଶ ମଜାଦାର ହେବ। କାରଣ ଭୋଟର ଏଠି ନିର୍ବାଚନ ମଇଦାନରେ ଦେଖିବେ ବାପା-ପୁଅ,  ଦୁଇ ଭଉଣୀଙ୍କୁ ଭିନ୍ନ ଦଳରେ, ଭିନ୍ନ ଆସନରେ। ସମସ୍ତଙ୍କ ମନରେ ଉତ୍କଣ୍ଠା କିଏ ଜିତିବ, କିଏ ହାରିବ?

ଅବଶ୍ୟ ରାଜନୀତିରେ ପରିବାରବାଦ ସାଧାରଣ କଥା । କଂଗ୍ରେସ ସାରା ଦେଶରେ ତାର ପରିବାରବାଦ ରାଜନୀତିକୁ ନେଇ ସମାଲୋଚନା କରିଛି । କିଛି ଦିନ ପୂର୍ବରୁ ଏଆଇସିସି ମୁଖିଆ ପରିବାରବାଦର ଉପରକୁ ଉଠି ନିର୍ବାଚନ ଲଢ଼ିବେ ବୋଲି ସର୍ବ ସମ୍ମୁଖରେ ଟିପ୍ପଣୀ ଦେଇଥିଲେ। ସେତିକି ନୁହେଁ, ଗୋଟିଏ ପରିବାରରୁ ଜଣକୁ ହିଁ ଟିକଟ ଦିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କହିଥିଲେ।
ହେଲେ କଥା ରଖି ପାରିଲେନି ନିରଞ୍ଜନ। ଦୁଇଦିନ ପୂର୍ବରୁ କଂଗ୍ରେସ ଘୋଷଣା କରିଥିବା ଟିକଟ ତାଲିକାରେ ବହୁ ବରିଷ୍ଠ ନେତାଙ୍କ ସହ ତାଙ୍କ ପୁଅ ଝିଅଙ୍କୁ ଟିକଟ ଦିଆଯାଇଛି। ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଯେପରି ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର, ବୀରମିତ୍ରପୁର ବିଧାୟକ ଜର୍ଜ୍ଜ ତିର୍କୀଙ୍କୁ ଲୋକସଭା ପ୍ରାର୍ଥି ଟିକଟ ମିଳିଥିବା ବେଳେ ତାଙ୍କ ପୁଅ ବୀରମିତ୍ରପୁର ବିଧାୟକ ପ୍ରାର୍ଥି ଭାବରେ ଟିକଟ ପାଇଛନ୍ତି।

ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସାନ ଝିଅ ଅମିତା ସୁନ୍ଦରଗଡ କଂଗ୍ରେସ ବିଧାୟକ ପ୍ରାର୍ଥି ପାଇଥିବା ବେଳେ ବଡ ଝିଅ ସୁନୀତା ବିଜେଡିର ଲୋକସଭା ପ୍ରାର୍ଥି ଭାବେ ଟିକଟ ହାତେଇଛନ୍ତି। ତେବେ ଏହି ପରିବାରବାଦ ରାଜନୀତିକୁ ନେଇ ବର୍ତ୍ତମାନ ସୁନ୍ଦରଗଡ଼ ରାଜନୀତି ସରଗରମ ହେବା ଦେଖାଦେଇଛି।

ସଦ୍ୟ ପ୍ରକାଶିତ ହୋଇଥିବା କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକାରେ ସୁନ୍ଦରଗଡ ବିଧାନସଭା ଆସନରୁ ଲଢ଼ିବା ପାଇଁ ହେମାନନ୍ଦ ବିଶ୍ୱାଳଙ୍କ ସାନ ଝିଅ ଅମିତା ବିଶ୍ୱାଳ ପ୍ରସ୍ତୁତ ହେଉଛନ୍ତି। ଏଇ କିଛି ଦିନ ହେବ ହେମାନନ୍ଦଙ୍କ ବଡ ଝିଅ ସୁନୀତାଙ୍କୁ ବିଜେଡି ତାର ଲୋକସଭା ପ୍ରାର୍ଥି ଭାବରେ ଘୋଷଣା କରିଥିଲା।

କ୍ଷମତା ପାଇବା ପାଇଁ ଗୋଟିଏ ପରିବାରର ବଡ଼ ଭଉଣୀ ଓ ସାନ ଭଉଣୀ ମଇଦାନରେ।

କେବଳ ଯେ ହେମାନନ୍ଦଙ୍କ ପରିବାରରେ ଏପରି ହୋଇଛି ତାହା ନୁହେଁ, ଅନ୍ୟ ଦଳ ଓ ରାଜନେତାଙ୍କ ପରିବାରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି।
ସୁନ୍ଦରଗଡ଼ର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀକୁ ଯିବା। ଏଠି ମଧ୍ୟ ବାପ-ପୁଅ ମଇଦାନରେ। ତେବେ ଉଭୟେ ଗୋଟିଏ ଦଳରେ। ବାପା-ଲୋକସଭା ପ୍ରାର୍ଥୀ ଏବଂ ପୁଅ ବିଧାନସଭା ପ୍ରାର୍ଥୀ। ଏଠାରେ ଚାରି ଚାରି ଥର ବିଧାୟକ ହୋଇଥିବା ଜର୍ଜ୍ଜ ତିର୍କୀଙ୍କୁ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ଲୋକସଭା ଆସନ ପାଇଁ ଲଢ଼ିବାକୁ ଟିକଟ ମିଳିଛି। ଅନ୍ୟପକ୍ଷେ ତାଙ୍କ ପୁଅ ରୋହିତ ଯୋଶେଫ୍‌ ତିର୍କୀଙ୍କୁ ବୀରମିତ୍ରପୁର ବିଧାନସଭା ଆସନରୁ ଟିକଟ ମିଳିଛି। ନିଜ ଆସନରେ ପୁଅକୁ ଜିତାଇବା ପାଇଁ ପୁରା ଦମ୍‌ ଲଗାଇ ଦେଇଛନ୍ତି ଜର୍ଜ। ହେଲେ ଜନତା ଜନାର୍ଦ୍ଦନ କରିବେ କଣ ଫଳାଫଳ ଘୋଷଣା ପରେ ଜଣାପଡ଼ିବ ।

ରାଜନୀତିକୁ ଭଲ ପାଉଥିବା ଏବଂ ରାଜନୀତି ସମୀକ୍ଷକମାନଙ୍କ ମଧ୍ୟରେ ଏବେ ଗସିପର ମୂଳ ବିଷୟ ହେଉଛି ପରିବାରବାଦ ରାଜନୀତି। କଂଗ୍ରେସ ଗୋଟିଏ ପରିବାରକୁ ଦୁଇ ଜଣକୁ ଟିକଟ ଦେଇ ବେଶୀ ଚର୍ଚ୍ଚାର ଖୋରାକ ଯୋଗାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos