ଖାଦ୍ୟ ସୁରକ୍ଷା ଆଇନର ଶ୍ରେୟ ନେବାକୁ ବିଜେଡି,ବିଜେପି ଓ କଂଗ୍ରେସ ମଧ୍ୟରେ ଟଣାଓଟରା

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବାଃ ବାଃ ନେବାକୁ ରାଜନୈତିକ ଦଳ ଭିତରେ ଆରମ୍ଭ ବାକ୍ ଯୁଦ୍ଧ।  ୟୁପିଏ ଅମଳରେ ଆରମ୍ଭ ହୋଇଥିବା ଏହି ଯୋଜନାର ଶ୍ରେୟ ନେବାକୁ ରାଜ୍ୟର ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ଭିତରେ ଜୋରଦାର ଚାଲିଲାଣି ପ୍ରତିଦ୍ୱନ୍ଦ୍ୱିତା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା୨୦୧୩ ସେପେମ୍ୱର ୧୨ରେ। ୟୁପିଏ ସରକାର ସଂସଦରେ ବିଲ୍ ଆଣିଥିଲେ ୨୦୧୧ ଡିସେମ୍ୱର ୨୨ରେ। ଏହା ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଲା ୨୦୧୩ ଜୁଲାଇ […]

cbi

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 03:29 PM IST

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବାଃ ବାଃ ନେବାକୁ ରାଜନୈତିକ ଦଳ ଭିତରେ ଆରମ୍ଭ ବାକ୍ ଯୁଦ୍ଧ।  ୟୁପିଏ ଅମଳରେ ଆରମ୍ଭ ହୋଇଥିବା ଏହି ଯୋଜନାର ଶ୍ରେୟ ନେବାକୁ ରାଜ୍ୟର ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ଭିତରେ ଜୋରଦାର ଚାଲିଲାଣି ପ୍ରତିଦ୍ୱନ୍ଦ୍ୱିତା।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା୨୦୧୩ ସେପେମ୍ୱର ୧୨ରେ। ୟୁପିଏ ସରକାର ସଂସଦରେ ବିଲ୍ ଆଣିଥିଲେ ୨୦୧୧ ଡିସେମ୍ୱର ୨୨ରେ। ଏହା ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଲା ୨୦୧୩ ଜୁଲାଇ ୫ରେ। ରାଜ୍ୟର ୭୮ ପ୍ରତିଶତ ଲୋକ ଏଥିରେ ସାମିଲ ହେବା ପାଇଁ ଘୋଷଣା ହେଲା। ପାଇଲଟ୍ ଯୋଜନାରେ ପ୍ରଥମେ ୨୦୧୫ ଜାନୁଆରୀ ୨୮ରେ ଭୁବନେଶ୍ୱରରେ ଡିଜିଟାଇଜଟ ରେସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ହେଲା ଏପ୍ରିଲରୁ ରାଜ୍ୟରେ ଲାଗୁ ହେବ ଏହି ଯୋଜନା। ତେବେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ବିଳମ୍ୱ ଯୋଗୁ ବାରମ୍ୱାର ତାରିଖ ବଦଳିଲା। ଏବେ ନଭେମ୍ୱର ୧ରୁ ଲାଗୁ ପାଇଁ ଦିନ ଧାର୍ଯ୍ୟ ହୋଇଛି। କଂଗ୍ରେସର ଅଭିଯୋଗ, ୟୁପିଏର ଯୋଜନାକୁ ହାଇଜାକ୍ କରି ବିଜେଡି କହୁଛି ଏହା ରାଜ୍ୟର ଯୋଜନା। ଏପରିକି ଯୋଜନାର କାର୍ଡ ବଣ୍ଟନ ସମାରୋହରେ ବି ବିରୋଧୀ ଦଳର ବିଧାୟକଙ୍କୁ ସାମିଲ ନ କରିବା ନେଇ କ୍ଷୋଭ ପ୍ରକାଶ କରିଛି କଂଗ୍ରେସ।

ଏପଟେ ପ୍ରଥମେ ୨ ଟଙ୍କିଆ ଓ ପରେ ଟଙ୍କିକିଆ ଚାଉଳର ଶ୍ରେୟ ନେଇ ବିପୁଳ ଜନସମର୍ଥନ ପାଇଥିବା ବିଜେଡି ଏବେ ଚାହୁଁଛି ଖାଦ୍ୟ ସୁରକ୍ଷା ଆଇନର ଶ୍ରେୟ ନେଇ ସମର୍ଥନକୁ ଅଧିକ ମଜୁଭୁତ କରିବ। ସେଥିପାଇଁ ବ୍ୟାପକ ପ୍ରଚାର ସହ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୧୨ରୁ ଅଧିକ ମନ୍ତ୍ରୀ।

ବିଜେପି କିନ୍ତୁ ଆଇନର କାର୍ଯ୍ୟକାରିତାରେ ବିଳମ୍ୱ ପାଇଁ ଉଭୟ କଂଗ୍ରେସ  ଓ ବିଜେଡିକୁ ସମାଲୋଚନା କରିଛି। ଦଳର ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ କହିଛନ୍ତି,  କେନ୍ଦ୍ରର ଯୋଜନାଗୁଡ଼ିକୁ ନିଜର କହି ରାଜ୍ୟର ବିଜେଡି ସରକାର ଆଉ ବାଃ ବାଃ ନେଇ ପାରିବେ ନାହିଁ। ସରକାରଙ୍କ ମୁଖା ଖୋଲିଯାଇଛି। ଲୋକେ ରାଜ୍ୟ ସରକାରଙ୍କ ଭଲଭାବେ ଜାଣି ସାରିଲେଣି।

ନଭେମ୍ୱର ୧ରୁ ପ୍ରଥମ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ। ଏହି ଆଇନ ଦ୍ବାରା ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକ ରିହାତି ଦରରେ ଚାଉଳ ଓ ଗହମ ପାଇବେ।

Related story