Advertisment

ବିଧାନସଭା ନିର୍ବାଚନ ଲଢ଼ିଥିବା ବିଜେପି ହେଭିୱେଟଙ୍କ ଭବିଷ୍ୟତ କ’ଣ ହେବ?

ଶିବରାଜଙ୍କ କ୍ଷମତା ହ୍ରାସ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ରାଜ୍ୟକୁ ଅଣାଯାଇଥିଲା। ତାଙ୍କୁ ନିର୍ବାଚନ ପରିଚାଳନା କମିଟିର ମୁଖ୍ୟ କରାଯାଇଥିଲା।

BJP

BJP

Advertisment

ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ଥିବା ଜନମତକୁ ମାତ ଦେବା ପାଇଁ ପ୍ରଥମେ ଦଳ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟର ନିର୍ବାଚନ ଦାୟିତ୍ୱ ଦେଇଥିଲା। ଶାହ ଦାୟିତ୍ୱ ନେବା ପରେ କେନ୍ଦ୍ରରୁ ହେଭିୱେଟ ନେତାମାନଙ୍କୁ ରାଜ୍ୟକୁ ଆଣିଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟ ବିଜେପିକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରୁ ନାହାନ୍ତି ବୋଲି ଗୋଟିଏ ବାର୍ତ୍ତା ଦେବାକୁ ଶାହ କେନ୍ଦ୍ରରୁ ନେତାମାନଙ୍କୁ ଆମଦାନୀ କରିଥିଲେ।

Advertisment

ଶିବରାଜଙ୍କ କ୍ଷମତା ହ୍ରାସ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ରାଜ୍ୟକୁ ଅଣାଯାଇଥିଲା। ତାଙ୍କୁ ନିର୍ବାଚନ ପରିଚାଳନା କମିଟିର ମୁଖ୍ୟ କରାଯାଇଥିଲା। ତୋମାରଙ୍କ ବ୍ୟତୀତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ଓ ଫଗନ ସିଂହ କୁଲସ୍ତେଙ୍କୁ ଦଳ ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲା। ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟାଙ୍କୁ ମଲୱା-ନିମାର ରିଜନର ୬୬ ସିଟ୍‌ର ଦାୟିତ୍ୱ ଦିଆଯାଇଥିଲା।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବେଶ ସରପ୍ରାଇଜ ଥିଲା। ତୋମାର, କୁଲସ୍ତେ ଓ ପଟେଲଙ୍କ ବ୍ୟତୀତ ଆଉ ୪ ସାଂସଦ ଗଣେଶ ସିଂହ, ରିତି ପାଠକ, ରାକେଶ ସିଂହ ଓ ଉଦୟ ପ୍ରତାପ ସିଂହଙ୍କୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଥିଲା।

Advertisment

ସାଂସଦମାନଙ୍କୁ ଟିକେଟ ଦେଇ ବିଜେପି ଗୋଟିଏ ବାର୍ତ୍ତା ଦେବାକୁ ଚାହିଁଥିଲା ଯେ ଦଳ ପାଖରେ ଅନେକ ମୁଖ୍ୟମନ୍ତ୍ରୀ ଚେହେରା ରହିଛନ୍ତି। ଶିବରାଜ ସିଂହ ଚୌହାନଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ତୋମାର, ବିଜୟଭର୍ଗିୟା, ପଟେଲ ଓ କୁଲସ୍ତେ ରହିଥିଲେ। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜ୍ୟ ବିଜେପି ସଭାପତି ଭିଡି ଶର୍ମାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚାରେ ରହିଥିଲା।

କିନ୍ତୁ ସବୁ ଆକଳନକୁ ବିଜେପି ହାଇକମାଣ୍ଡ ଭୁଲ ପ୍ରମାଣିତ କରି ଦେଇଛନ୍ତି। ସୋମବାର ମୋହନ ଯାଦବ ମଧ୍ୟପ୍ରଦେଶର ବିଜେପି ବିଧାୟକ ଦଳ ନେତା ଭାବେ ମନୋନୀତି ହୋଇଥିଲେ। ଏହାର ଅର୍ଥ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମାତ୍ର ୩ ବର୍ଷ ତଳେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିବା ମୋହନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ସମସ୍ତଙ୍କୁ ଚକିତ କରିଛି।

ବିଜେପିର ଏପରି ଷ୍ଟ୍ରାଟେଜୀ ଦଳର ହେଭିୱେଟଙ୍କ ରାଜନୀତିକ ଭବିଷ୍ୟତକୁ ଅନ୍ଧାକାର ଭିତରୁ ଠେଲି ଦେଇଛି। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ନେତାମାନେ ମାତ୍ର ୩ ଦିନ ତଳେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ କୁଲସ୍ତେ ଓ ସାତନା ସାଂସଦ ଗଣେଶ ସିଂହ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିବାରୁ ସେମାନେ ପୂର୍ବଭଳି ନିଜ ସାଂସଦ ପଦରେ ରହିବେ।

ହେଲେ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟପ୍ରଦେଶରେ କରିବେ କ’ଣ? ବିଜେପି କହିଛି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତୋମାର ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ହେବେ। କିନ୍ତୁ କୈଳାସ ବିଜୟଭର୍ଗିୟା ଓ ପ୍ରହ୍ଲାଦ ପଟେଲ କେଉଁ ଭୂମିକାରେ ରହିବେ? ଦୁଇ ହେଭିୱେଟ କ’ଣ ମୋହନ ଯାଦବଙ୍କ ଅଧୀନରେ କେବଳ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିପାରିବେ?

ଏହି ଦୁଇ ବଡ଼ ନେତାଙ୍କ ବ୍ୟତୀତ ଶିବରାଜ ସିଂହ ଚୌହାନଙ୍କ ସରକାରରେ ମନ୍ତ୍ରୀ ହୋଇଥିବା ବରିଷ୍ଠ ନେତା ଗୋପାଲ ଭାର୍ଗଭା, ଭୂପେନ୍ଦ୍ର ସିଂହ ଓ ବିଜୟ ଶାହ କୁଆଡ଼େ ଯିବେ? ଏମାନେ କ’ଣ ୩ଥରର ବିଧାୟକ ତଥା ଜୁନୟର ନେତା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ଯାଦବଙ୍କ ନେତୃତ୍ୱକୁ ଗ୍ରହଣ କରିବେ?

୪ଥରର ସାଂସଦ ତଥା ରାଜ୍ୟ ବିଜେପି ସଭାପତି ରାକେଶ ସିଂହଙ୍କୁ ଏବେ କ’ଣ ମିଳିବ? ଉଦୟ ପ୍ରତାପ ମଧ୍ୟ ୪ଥରର ସାଂସଦ। ରିତି ପାଠକ ସିଦ୍ଧି ଲୋକସଭା ଆସନରୁ ଦୁଇ ଥର ଜିତିଥିଲେ।

ବିଧାନସଭା ନିର୍ବାଚନ ଜିତିଥିବାରୁ ବିଜେପି ହେଭିୱେଟମାନେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ବଡ଼ବଡ଼ ପଦରେ ବସିବେ ବୋଲି ଆଶା ମଧ୍ୟ ରଖିଥିଲେ। କିନ୍ତୁ ଏବେ ସେମାନଙ୍କ ଭବିଷ୍ୟତ କ’ଣ ହେବ, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Bjp Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe